Odisha news

ନେବୁଲାଇଜର କିଣାରେ ବ୍ୟାପକ ଦୁର୍ନୀତି ହୋଇଛି : କଂଗ୍ରେସ

0

ଭୁବନେଶ୍ୱର, ୧୬ ଜୁନ୍ – ପୂର୍ବରୁ କରୋନା ଚିକିତ୍ସା ସରଂଜାମ ଯଥା ମାସ୍କ ଓ ପିପିଇ କିଟ୍ କିଣାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିବା କଂଗ୍ରେସ ପୁଣି ନେବୁଲାଇଜର କିଣିବାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛି ।
ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି ଯେ ଔଷଧ ନିଗମ ଦ୍ୱାରା ନେବୁଲାଇଜର କିଣାରେ ବ୍ୟାପକ ଅନିୟମିତତା ହୋଇଛି ।ଏକ ନିର୍ଦ୍ଦିଷ୍ଟ କମ୍ପାନୀ ଏହି ନେବୁଲାଇଜର କିଣିବାପାଇଁ ମାର୍ଚ୍ଚ ୨୧ ତାରିଖରେ ପ୍ରତି ନେବୁଲାଇଜର ପିଛା ୩୧୦୦ ଟଙ୍କାର କ୍ୱୋଟେସନ ଦେଇଥିଲା । ଏହି ସମାନ କମ୍ପାନୀ ପୁଣିଥରେ ମାର୍ଚ୍ଚ ୨୩ ତାରିଖରେ ଏହାକୁ ବଢ଼ାଇ ୫୯୦୦ ଟଙ୍କାର କ୍ୱୋଟେସନ ଦେଲା ଏବଂ ପରେ ମାର୍ଚ୍ଚ ୨୫ ତାରିଖ ଦିନ ଔଷଧ ନିଗମ ପ୍ରତି ନେବୁଲାଇଜର ପିଛା ୫୯୦୦ ଟଙ୍କା ହିସାବରେ ୫୦୦ ପିସ୍‌ର ସେହି କମ୍ପାନୀକୁ ଅର୍ଡର ଦେଲେ । କେଉଁ ପ୍ରରିପ୍ରେକ୍ଷୀରେ ନେବୁଲାଇଜର ଦାମ୍‌କୁ ୩୧୦୦ ଟଙ୍କାରୁ ୫୯୦୦ ଟଙ୍କାକୁ ବଢ଼ାଇ ଦିଆଗଲା ଏବଂ ସେହି ଦାମ୍‌ରେ ଔଷଧ ନିଗମ ୫୦୦ ପିସ୍ କିଣିଲେ ତାର ଜବାବ ରାଜ୍ୟ ସରକାର ଦେବେକି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେହି ମାର୍ଚ୍ଚ ୨୫ ତାରିଖରେ ଆଉ ଏକ କମ୍ପାନୀ ପାଖରୁ ଔଷଧ ନିଗମ ସମାନ ଧରଣର ନେବୁଲାଇଜର କିଣିଛନ୍ତି । ମାତ୍ର ତାର ଦାମ୍ ୧୬୦୦ ଟଙ୍କା । ଏ ମଧ୍ୟ ଆଉ ଏକ ଘୋଟାଲାର ପ୍ରମାଣ ଦେଉଛି । ଗୋଟିଏ ଦିନରେ ଗୋଟିଏ କମ୍ପାନୀ ଠାରୁ ୫୯୦୦ ଟଙ୍କାରେ ନେବୁଲାଇଜର କିଣିଲାବେଳେ ଆଉ ଏକ କମ୍ପାନୀଠାରୁ କିପରି ୧୬୦୦ ଟଙ୍କାରେ ଏହା କିଣାଗଲା ସରକାରଙ୍କ ଠାରୁ ତାର ଜବାବ୍ ମାଗିଛି କଂଗ୍ରେସ ।

Leave A Reply