Odisha news

ଭାରତୀୟ କମୁ୍ୟନିଷ୍ଟ ପାର୍ଟି(ମାର୍କ୍ସବାଦୀ) ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦାବିରେ ଧାରଣା

0

ପୁରୀ :ମହାମାରୀ କରୋନାର ମୁକାବିଲା ଲାଗି ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଯୋଜନା କରିବାକୁ  ଭାରତୀୟ କମୁ୍ୟନିଷ୍ଟ ପାର୍ଟି(ମାର୍କ୍ସବାଦୀ) ଦାବି କରିଛି । ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହିତ ପୁରୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ପ୍ରଦତ୍ତ ଦାବିପତ୍ରରେ  ରେସନକାର୍ଡ ନଥିବା ପ୍ରତ୍ୟେକ ଲୋକଙ୍କୁ ୬ମାସ ପାଇଁ ୧୦କେଜି ଲେଖାଏଁ ଖାଦ୍ୟ ଶସ୍ୟ ପ୍ରଦାନ, ଆୟକର ଦେଉନଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୩ମାସ ପାଇଁ ମାସିକ ୭ହଜାର ୫ଶହ ଟଙ୍କା ପ୍ରଦାନ, “ମନୋରେଗା”ରେ ୨୦୦ଦିନର କାମ ଓ ଦୈନିକ ୩୦୦ ଟଙ୍କା ମଜୁରୀ ପ୍ରଦାନ, ମେସିନରେ କାର୍ଯ୍ୟକୁ ନିଷିଦ୍ଧ କରିବା, କ୍ଷୁଦ୍ର ବ୍ୟବସାୟୀ ଓ ଠେଲାଗାଡି ଦୋକାନୀଙ୍କୁ ସହାୟତା , ହୋଟେଲ ଓ ହଲିଡେହୋମ କର୍ମଚାରୀଙ୍କ ଛଟେଇ ବନ୍ଦ କରିବା ସହିତ ସେମାନଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ ପାଇଁ ଦାବି କରାଯାଇଛି ।

ଏତଦ୍ବ୍ୟତୀତ  ଅଟୋ, ରିକ୍ସା, ବସ ଓ କ୍ଷୁଦ୍ର ପରିବହନ ଶ୍ରମିକଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା, କ୍ଷୁଦ୍ର ଶିଳ୍ପ ଓ କୁଟୀର ଶିଳ୍ପ ପାଇଁ ଯୋଜନା ପ୍ରସ୍ତୁତି, କୃଷକଙ୍କୁ ସମସ୍ତ ଋଣଛାଡ, ସୁଧମୁକ୍ତ ଋଣ ପ୍ରଦାନ ଓ ନିର୍ମାଣ ଶ୍ରମିକମାନଙ୍କୁ ୫ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ଦଳର ପୁରୀ ଲୋକାଲ କମିଟି ସମ୍ପାଦକ ଶରତ କୁମାର ରାୟଗରୁ, ଶ୍ରମିକ ନେତା ଜଗନ୍ନାଥ ଦେଓ, ରଣଜିତ ନାୟକ ଓ ଟୁନା ନାୟକ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଦାବିପତ୍ର ପ୍ରଦାନ କରିଥିଲେ

Leave A Reply