ବଡଚଣା : -ଯାଜପୁର ଜିଲ୍ଲା ବଡଚଣା ପୂର୍ତ୍ତ ବିଭାଗ ଅଧିନସ୍ଥ ଚଣ୍ଡିଖୋଲ ରାଜପଥ ଠାରୁ ହାଇଲେବୁଲ କେନାଲ ପର୍ଯ୍ୟନ୍ତ ନିର୍ମିତ ପିଚୁ ରାସ୍ତା ସପ୍ତାହେ ମଧ୍ୟରେ ଫାଟିଲା । ବଡଚଣା-ଦର୍ପଣ ଲୁପ ନାମରେ ବିଭାଗ ପକ୍ଷରୁ ଧାର୍ଯ୍ୟ ହୋଇଥିବା କାମର ଅଟକଳ ରାଶି ୧୩ଲକ୍ଷ ୫୦ ହଜାର ରହିଥିଲା । ଗତ ୩ ତାରିଖ ଦିନ ବର୍ଷା ହେଉଥିବା ସମୟରେ ବିଭାଗୀୟ ଅଧିକାରୀଙ୍କ ଅଗୋଚରରେ ଠିାକଦାର ଓ ତାଙ୍କ ସହଯୋଗୀ ତରବରିଆ ଭାବେ ଏହି ରାସ୍ତାକୁ ପିଚୁ କାମ କରିଥିଲେ ।ଚାମ କରିବାର ପରଦିନ କେତେକ ସ୍ଥାନରେ ବକଳା ଛାଡିଲା ଭଳି ରାସ୍ତା ଉପରୁ ପିଚୁ ବାହାରି ଏଣେତେଣେ ପଡିଥିଲା । ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବା ପରେ ଏହାକୁ ର ଠ କରି ମରାମତି କରିଦେଇଥିଲେ । ଏ ସଂପର୍କରେ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରୋହିତ ବିଶ୍ୱାଳଙ୍କ ପଚାରିବାରୁ ସେ କହିଥିଲେ ପ୍ରବଳ ବର୍ଷା ହେଉଥିବାରୁ କାମ କରିବାକୁ ଆମ୍ଭେ ନିଦେ୍ର୍ଦଶ ଦେଇଥିଲୁ ।
ଯଦି କେହି ଆମ କଥାକୁ ନମାନି କାମ କରିଥାନ୍ତି ତେବେ ଏ ବାବଦରେ ଗୋଟିଏ ବି ଟଙ୍କା ଆମ୍ଭେ ତାଙ୍କୁ ଦେବୁ ନାହୁଁ । କାର୍ଯ୍ୟ ସରିବାର ପ୍ରାୟ ଏକ ସପ୍ତାହ ପୁରି ଯାଇଥିଲେ ବି ରାସ୍ତାର ଉଭୟ ପଟକୁ ଅବରୋଧ କରି ଭାରୀଯାନ ଚଳାଚଳ ବନ୍ଦ କରାଯାଇଅଛି । ରାଜପଥରେ ଲୁହାପଥର ବୋଝୈଇ ଗାଡି ଜାମ ହୋଇଯିବାରୁ ସେହି ରାସ୍ତା ଦେଇ ଗତକାଲି କିଛି ହାଲୁକା ଯାନ ଚଳାଚଳ କିଛି ସମୟ କରିବାରୁ ଅନେକ ସ୍ଥାନରେ ରାସ୍ତା ପାଟିଯିବା ସହ ଦବିଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଠିକାଦାର ଏବଂ ସହ ଯୋଗୀ ମାନେ ରାସ୍ତାର ଉଭୟ ପଟକୁ ଅବରୋଧ କରି ଜଗି ରହିବାରୁ ରାଜଫଥ ଉପରେ ନଯାଇ ପାରି ଏହି ରାସ୍ତା ଉପରେ ଯିବାପାଇଁ ଚାହୁଁଥିବା ଅନେକ ଗାଡି ଫସି ରହିଥିଲେ । ସରକାରଙ୍କ ପକ୍ଷରୁ କେତେ ଟଙ୍କା ବ୍ୟୟ ରାସ୍ତାରେ ଯଦି ସାଧାରଣ ଲୋକ, ଆମ୍ବୁଲାନ୍ସ, ରୋଗୀ ପରିବହନ କରୁଥିବା ଗାଡି ଓ ହାଲିକା ଯାନକୁ ଚଲାଚଳ ବନ୍ଦ କରାଯିବ ତେବେ ନିର୍ମାଣ କରାଯାଇଥିବା ରାସ୍ତା କାହା ସ୍ୱାର୍ଥରେ । ରାସ୍ତାର ଉଭୟ ପଟ ଅବରୋଧ ହଟାଇବା ସହ ୍ାନବାହାନ ଚଳପ୍ରଚଳ ପାଇଁ ଅବରୋଧ ହଟାଇବା ପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।