Odisha news

ମୁଁ ଶ୍ୟାମଳ ରଙ୍ଗରେ ଖୁସି

0

ବଲିଉଡ୍‌ରେ ଏବେ ଅନେକ ପ୍ରସଙ୍ଗ ସାମ୍ନାକୁ ଆସୁଛି । ସେଥିମଧ୍ୟରୁ ଗୋଟିଏ ରଙ୍ଗଭେଦ । ରଙ୍ଗଭେଦ ଉପରେ ୟୁଜରଙ୍କ ଦ୍ୱାରା କମେଣ୍ଟକୁ ନେଇ ସୁପରଷ୍ଟାର୍‌ ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ଏହି ପ୍ରସଙ୍ଗକୁ ନେଇ ସୋସାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜର ବିଚାର ରଖିଥିଲେ । ଏହାପରେ ଅନେକ ଷ୍ଟାର୍‌ ରଙ୍ଗଭେଦ ଉପରେ ନିଜର ମତାମତ ଦେଇଛନ୍ତି । ଏ ଭିତରେ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ସୋସାଲ ମିଡିଆରେ ବେଶ୍‌ ସକ୍ରିୟ । ଚିତ୍ରାଙ୍ଗଦା ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ସେୟାର କରି ସ୍କିନ୍‌ କଲର୍‌କୁ ନେଇ ଖୋଲାଖୋଲି କଥା ହୋଇଛନ୍ତି । କିଛି ଫଟୋ ସେୟାର କରିବା ସହ ସେ ଲେଖିଛନ୍ତି, ‘ମୁଁ ବ୍ରାଉନ୍‌ ଓ ମୁଁ ଖୁସି ଅଛି ।’ କିଛିଦିନ ପୂର୍ବେ ସୁହାନାଙ୍କୁ ୟୁଜର୍‌ କାଳୀ ଓ ବଦସୁରତ୍‌ କହିଥିଲେ । ସୁହାତା ଟ୍ରୋଲର୍‌ଙ୍କ ମୁହଁତୋଡ଼ ଜବାବ ଦେଇଥିଲେ । ଗୌରୀ ଖାନ୍‌ ଏଥିରେ ଭାବୁକ ହୋଇ ନାରୀ ସଶକ୍ତୀକରଣ ଉପରେ ନିଜର ମତ ରଖିଥିଲେ ।

Nalco
Leave A Reply