Odisha news

କରୋନା ଟଳିନି , ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ!

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଓଡିଆରେ ଏକ ଲୋକ କଥା ଅଛି- “ମାର୍ ମାର୍ ଭଣ୍ଡାରିଆକୁ ମାର୍” । ଏହି ଆପ୍ତ ବାକ୍ୟଟି ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ସବୁବେଳେ ପ୍ରଯୁଜ୍ୟ ହୋଇଥାଏ । ସେମାନଙ୍କ ପାଇଁ ସମସ୍ତେ କାନ୍ଦୁଥାନ୍ତି କିନ୍ତୁ କାହା ଆଖିରେ ଲୁହ ନଥାଏ । ସେ ଅନୁଦାନ ପ୍ରସଙ୍ଗ ହେଉ କି ଚାକିରି ସର୍ତ୍ତାବଳୀ ହେଉ ଅବା ଅବସରକାଳୀନ ସୁବିଧା ସୁଯୋଗ, ସୁୁବୁଥିରେ ସେମାନଙ୍କ ପାଇଁ ପାତରଅନ୍ତର ନୀତି । ବିଚରା ଶିକ୍ଷକ ବୋଲି ସିନା ! ସେମାନେ ପୁଣି ଜାତି ନିର୍ମାତା । ଦେଶର ଭବିଷ୍ୟତ ଗଠନର ମୁଖ୍ୟ ବିନ୍ଧାଣି ଅଥଚ ସେମାନେ ସବୁବେଳେ ଅବହେଳିତ । ଏହାଠାରୁ ବଳି କ୍ଷୋଭର କଥା ଆଉ କିଛି ନାଁ ିା ଏବେ ନିକଟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଏହାର ନିଛକ ଉଦାହରଣ । ଏହି ବିଜ୍ଞପ୍ତି ଅନୁଯାୟୀ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ କଲେଜ ଗୁଡିକ ଜୁନ୍ ୧୭ ତାରିଖରୁ ଖୋଲିବ । ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ କଲେଜକୁ ଆସିବେ । ଛାତ୍ରଛାତ୍ରୀ ଆସିବେ ନାହିଁ ।ହେଲେ ଏମାନେ ଆସି କରିବେ କଣ? ଏହା ଏକ ପ୍ରଶ୍ନବାଚୀ ସୃଷ୍ଠି କରିଛି !

ଏଠାରେ ସୂଚାନା ଯୋଗ୍ୟ ଯେ, ଗୋଟିଏ ପଟେ ରାଜ୍ୟସରକାର ଜୁଲାଇ ୩୧ ପଯ୍ୟନ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ଅନ୍ୟପଟେ ଅଗଷ୍ଟ ୧୫ ପରେ ବିଦ୍ୟାଳୟ ଓ କଲେଜ ଖୋଲିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆାଲ୍ ଘେଷଣା କରିଛନ୍ତି । ଏବେ ରାଜ୍ୟର ପ୍ରାୟ ୨୦୦ କଲେଜକୁ ସଂଗରୋଧ କେନ୍ଦ୍ର କରାଯାଇଛି । ରାଜ୍ୟ ବାହାରୁ ଆସିଥିବା ଓଡିଆ ପ୍ରବାସୀ ମାନେ ଏଠାରେ ରହୁଛନ୍ତି । ସେମାନଙ୍କ ମଧ୍ୟରୁ କୋରନା ଆକ୍ରାନ୍ତ ବାହାରୁଛନ୍ତ ।ି ଏପରିକି ଶେଣୀ ଗୃହ ଓ କଲେଜ ପରିସର ବିଶୋଧନ କରାଯାଇ ନାହିଁ । ଏହି ପରିସ୍ଥିତିରେ ଅଧ୍ୟାପକ ମାନେ କିଭିଳି କାର୍ଯ୍ୟ କରିବେ ସେନେଇ ଆଶଙ୍କାରେ ଅଛନ୍ତି । ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଜୁନ୍ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଥିଲେ । ଏଥିପାଇଁ ଆମକୁ ଅଧିକ ସଚେତନ ଓ ସର୍ତ୍ତକ ରହିବାକୁ ପରାର୍ମଶ ଦେଇଥିଲେ । ଭାରତରେ କରୋନା ସଂକ୍ରମଣ ଏବେ ନୂଆ ରେକର୍ଡ ବନାଇବାରେ ଲାଗିଛି । ଦୈ÷ନିକ ସଂକ୍ରମଣ ବୃଦ୍ଧିରେ ଭାରତ ସବଠୁ ଆଗରେ ରହିଛି । ସଂକ୍ରମଣର ଏହିଧାରା ଯଦି ନବଦଳେ, ତେବେ ଚଳିତ ମାସ ଶେଷ ବେଳକୁ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୫ ଲକ୍ଷରେ ପହଞ୍ଚିବ, ଜୁଲାଇ ୧୮ ପର୍ଯ୍ୟନ୍ତ ଏହି ସଂଖ୍ୟା୧୦ ଲକ୍ଷ ଏବଂ ଅଗଷ୍ଠ ପ୍ରଥମ ସପ୍ତାହ ବେଳକୁ ଏହା ୨୦ ଲକ୍ଷ ହେବ ବୋଲି ଆଶଙ୍କା କରାଯାଉଛି । ସେହିପରି ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୪୦୫୫ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୧୧ ରେ ପହଞ୍ଚିଛି । ଏହିଭଳି ଦୁର୍ଦ୍ଦିନରେ ଓ ଆତଙ୍କିତ ଅବସ୍ଥାରେ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବା କେତେ ଯୁକ୍ତି ଯୁକ୍ତ ତାହା ଶିକ୍ଷକମାନଙ୍କୁ ଚକିତ କରିଛି ।

ସମ୍ପ୍ରତି ମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଅଦ୍ୟାବଧି ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦,୫୦,୩୭୯ ଥିବା ବେଳେ ମୃତକଙ୍କ ସଂଖ୍ୟା ୪,୩୬,୩୧୦ ରେ ପହଞ୍ଚିଛି । ସେହିପରି ଆମ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୫୭୦ଓ ମୃତକଙ୍କ ସଂଖ୍ୟା ୯,୫୨୫ଏବଂ ଆମ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫ ଥିବା ବେଳେ ମୃତକଙ୍କ ସଂଖ୍ୟା ୧୧ରେ ରହିଛି । ଆମ ପାଇଁ ଆଶ୍ୱାସନାର ବିଷୟ ଏତିକି ଯେ, ଅନ୍ୟାନ୍ୟ ବିକଶିତ ଦେଶ ତୁଳନାରେ ଆମ ଦେଶ ବିଶେଷକରି ଆମ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା କମ୍ ରହିଛି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଶଂସାର ପାତ୍ର । କରୋନା ସିଧାସଳଖ ଭାବେ ମଣିଷ ଜୀବନ ସହିତ ଜଡିତ ଥିବାରୁ ଏହା ତାର ଜୀବିକା ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇଛି ।ବିଶେଷ କରି ଶିକ୍ଷା ବ୍ୟବସ୍ଥା ଉପରେ ଏହାର ପ୍ରଭାବ ବେଶ୍ ବାରି ହୋଇପଡୁଛି । ଫଳ ସ୍ୱରୂପ, ସରକାର, ଶିକ୍ଷକ, ଅଧ୍ୟାପକ, ଶିକ୍ଷାକର୍ମଚାରୀ, ଅଭିଭାବକ, ଅଭିଭାବିକା ତଥା ଛାତ୍ର ସମାଜ ଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଚଳିତ ବର୍ଷର ଶିକ୍ଷା ବର୍ଷ କେବେ ଆରମ୍ଭ ହେବ ଓ କରୋନା ପରବର୍ତ୍ତୀ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ କିପରି ସୁଧାର ଆସିବ ସେଥିପାଇଁ ସରକାରୀ ସ୍ତରରେ ସଠିକ ବିଚାର ବିମର୍ଷ ହେବା ସହ ଶିକ୍ଷାବିତ୍ ଓ ବିଭିନ୍ନ ଶିକ୍ଷକ ସଂଗଠନ ସହ ଆଳୋଚନା କରାଯିବା ଜରୁରୀ । ଏ କ୍ଷେତ୍ରରେ ତରବରିଆ ନିଷ୍ପତ୍ତି ଆମ ପାଇଁ ବୁମେରାଂ ହୋଇପାରେ ଏଥିପ୍ରତି ଉଚ୍ଚଶିକ୍ଷା ବିଭାଗ ଦୃଷ୍ଟି ଦେବା ଆବଶ୍ୟକ ।

ଶିକ୍ଷକମାନେ ହେଉଛନ୍ତି ମଣିଷ ତିଆରି କାରଖାନାର କାରିଗର । ଛାତ୍ରଛାତ୍ରୀ ମାନଙ୍କୁ ଗଢିବା ହେଉଛି ତାଙ୍କର ଦାୟିତ୍ୱ । ଶିକ୍ଷକତା ହେଉଛି ସେମାନଙ୍କର ବୃତ୍ତି ପ୍ରବୃତ୍ତି । ଶିକ୍ଷାଦାନରେ ସେମାନଙ୍କୁ ଆନନ୍ଦ ମିଳେ । କତିପ୍ରୟ ଶିକ୍ଷକ ଓ ଅଧ୍ୟାପକଙ୍କୁ ଉଦାହରଣ ନେଇ ସାମଗ୍ରିକ ଭାବେ ସେମାନଙ୍କର ମୂଲାୟନ କରିବା ଠିକ୍ ନୁହେଁ । ଶିକ୍ଷକ ସଂଗଠନ ପକ୍ଷରୁ କୁହାଯାଇଛି ଯେ କୈାଣସି ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କଲେଜ ଯିବାକୁ ଅରାଜି ନାହାଁନ୍ତି । ଘରେବସିବାକୁ ମଧ୍ୟ ସେମାନଙ୍କୁ ଭଲଲାଗୁନା ି ମାତ୍ର କରେନା ଜନିତ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାର ତାଙ୍କଆଡୁ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛନ୍ତି । ତେଣୁ ଅଧିକାଂଶ କର୍ମଚାରୀ ତାଙ୍କ ଘରେ ରହୁଛନ୍ତି । ଏବେ ସେମାନେ କଲେଜକୁ ଆସିବେ କେମିତି ? ଆଉ ବସ ଚାଲିବ ନାହିଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଏପରିସ୍ଥଳେ ଦୂରଦୂରାନ୍ତରୁ ଆସୁଥିବା ଅଧ୍ୟାପକ ଓ କର୍ମଚାରୀ ବିଷେଶ କରି ମହିଳା ମାନେ କଲେଜକୁ କିପରି ଆସିବେ ? ଏବେବି କେତେକ ଅଧ୍ୟାପକ ଓ ଅଧ୍ୟାପିକା +୨ ମୂଲ୍ୟାୟନ କାଯ୍ୟରେ ଅଛନ୍ତି । ଏକଥା କୁ ହେଜ କରିବାକୁ ହେବ । ତାହା ନହେଲେ ଉଚ୍ଚଶିକ୍ଷା ବିଭାଗର ଏ ନିଷ୍ପତ୍ତି ଦିଅଁ ଗଢୁ ଗଢୁ ମାଙ୍କଡ ହେବ ନାହିଁ ତ ?

ସର୍ବୋପରି ଆମକୁ ମନେରଖିବାକୁ ହେବ ଯେ, ଜୀବନ ଆଗ ଜୀବିକା ପଛ । ଜୀବନ ଥିଲେ ସବୁ ଅସମ୍ଭବକୁ ସମ୍ଭବ କରିହେବ । ପଛେଇ ଥିବା ଶିକ୍ଷାଦାନକୁ ଆଗକୁ ନେଇହେବ । କିନ୍ତୁ ବିନା ଛାତ୍ରଛାତ୍ରୀରେ ଅଧ୍ୟାପକ ଓ କର୍ମଚାରୀ ମାନଙ୍କର କଲେଜ ଯିବାର ଯଥାର୍ଥତା କିଛିନାହ ିଁା ଆଜି ଯଦି କେହିଜଣେ କର୍ମଚାରୀ କରୋନାରେ ଆକା୍ରନ୍ତ ହୁଅନ୍ତି ତାହେଲେ କେବଳ ସେହି କଲେଜର ଅନ୍ୟାନ୍ୟ କର୍ମଚାରୀ ନୁହଁନ୍ତି ତାଙ୍କ ପରିବାରର ସଦସ୍ୟ ମଧ୍ୟ କୋଭିଡ -୧୯ ର ଶିକାରହୋଇପାରନ୍ତି । ପରୋକ୍ଷରେ ଏଥିରେ ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ଅଧିକ । ସାରାଦେଶରେ କରୋନା ସଂକ୍ରମଣ ରାକିବାରେ ଆମ ରାଜ୍ୟ ରୋଲ୍ମଡେଲ ପାଲଟିଛି । ଏଥିପାଇଁ ରାଜ୍ୟସରକାର ବିଶେଷକରି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଶଂସାର ପାତ୍ର । ତେଣୁ ଆଗାମୀ ଜୁନୁ ଓ ଜୁଲାଇ ମାସରେ ସଂକ୍ରମଣର ଭୟ ଅଧିକ ଥିବାରୁ ଉଚ୍ଚଶିକ୍ଷା ବିଭାଗ ଏଭଳି ନିଷ୍ପତିର ପୁନଃବିଚାର କରିବାର ଅଛି । ଶିଷକ ସମାଜର ହିତ ଦୃଷ୍ଠିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଦିଗରେ ବିହିତ ପଦକ୍ଷପ ନେବେ

Leave A Reply