Odisha news

କଣିହାଁ କଲେଜ ଅଫିସ ଭାଙ୍ଗି ଚୋରି

0

କଣିହାଁ : କଣିହାଁ କଲେଜରେ ଗୁରୁବାର ରାତ୍ରରେ ଚୋରି ଉଦେ୍ଦଶ୍ୟରେ କେତେକ ଦୃବୁର୍ତ କଲେଜ ଅଫିସ କାର୍ଯ୍ୟାଳୟ ଭଙ୍ଗାରୁଜା କରିବା ସହ ଗଡରେଜ ଭାଙ୍ଗିଛନ୍ତି । ଚୋରମାନେ କୌଣସି ଟଙ୍କା ପଇସା ନପାଇ କାର୍ଯ୍ୟାଳୟରୁ ଏକ ଷ୍ଟାଣ୍ଡ ଫ୍ୟାନ, ୱାଲ ଫ୍ୟାନ ନେଇଯାଇଥିବା ଜଣାଯାଇଛି । ଦୃବୁର୍ତମାନେ କଲେଜର +୨ ଅଫିସ ରୁମ, ପ୍ରିନସପାଲ ରୁମ ,କମନ ରୁମ ତାଲା ଭାଙ୍ଗିବାସହ ଗଡରେଜ ଭାଙ୍ଗି କାଗଜ ପତ୍ର ଫୋପାଡି ଦେବାସହ , +୩ ଅଫିସ ଘର ତାଲା ଭାଙ୍ଗି ଭିତରକୁ ପଶିଥିଲେ ।

ସବୁଠାରୁ ବଡକଥା ଚୋରି ସମୟରେ କଲେଜରେ କେହି ରାତ୍ର ଜଗୁଆଳ ନଥିଲେ । କଲେଜର ସିସି କ୍ୟାମେରା ମଧ୍ୟ ଅକାମୀ । କଲେଜ ଦେଖାଶୁଣା କରିବା ପାଇଁ କାହାରି ନିଘା ନାହିଁ । ଯାହାର ଫାଇଦା ଉଠାଉଛନ୍ତି ଚୋର । ଚୋରି ସଂପର୍କରେ କଲେଜ ପକ୍ଷରୁ ଉଭୟ ବିଭାଗର ପ୍ରିନସପାଲ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Leave A Reply