ଅତ୍ୟଧିକ କୋଲ୍ଡ଼ ଡ୍ରିଂକ୍ସ ସେବନ ଅଷ୍ଟ୍ରିୟ ପୋରସିସ ରେ କରିଥାଏ ଆକ୍ରାନ୍ତ
ଗରମ ଦିନ ଆସିବା ମାତ୍ରକେ ଗରମ ରୁ ଆରାମ ପାଇବା ପାଇଁ କୋଲ୍ଡ଼ ଡ୍ରିଂକ୍ସ ପ୍ରାୟ ଅଧିକାଂଶ ଲୋକେ ସେବନ କରିଥାଆନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହା ହାଡ଼ ପାଇଁ କେତେ କ୍ଷତିକାରକ, ଏଭଳି ସଫ୍ଟ ଡ୍ରିଂକ୍ସ ରେ ସୁଗାର ଲେବୁଲ ଖୁବ ହାଇ ହୋଇ ରହିଥାଏ, ଏଥିରେ ଥିବା ଫୋସଫରିକ ଏସିଡ ବୋନସ କୁ କେତେ ଦୁର୍ବଳ କରିଦେଇଥାଏ, ଭାବି ନିଅନ୍ତୁ ଯେ ଆପଣ ଅଧିକ କୋଲ୍ଡ଼ ଡ୍ରିଂକ୍ସ ସେବନ କରିବା ଦ୍ୱାରା ଆପଣ ନିଜ ହାଡର ମୃତ୍ୟୁ ଲେଖି ଦେଉଛନ୍ତି l
* କୋଲ୍ଡ଼ ଡ୍ରିଂକ୍ସ ସେବନ କୁ ନେଇ ଏମ୍ସ ର ଫିଜିଓଥେରାପିସ୍ଟ କହିଛନ୍ତି ଯେ ନିକଟରେ ଭାରତର ଗୋଟିଏ ରାଜ୍ୟରେ କୋଲ୍ଡ଼ ଡ୍ରିଂକ୍ସ କୁ ନେଇଥିବା ଟେଷ୍ଟ ରେ ଫସଫରିକ ଏସିଡ ରହିଥିବାର ସୂଚନା ମିଳିଥିଲା l ଯେଉଁ କାରଣରୁ କୋଲ୍ଡ଼ ଡ୍ରିଂକ୍ସ ରେ ଫେଣ ଦେଖାଯାଇ ଥାଏ l ଏହାଦ୍ୱାରା ହାଡ଼ କୁ ଝଟକା ମିଳିଥାଏ l
* ଗୋଟିଏ ଅଧ୍ୟୟନ ଅନୁସାରେ ଫସଫରିକ ଏସିଡ ପ୍ରକୃତରେ କ୍ୟାଲସିୟମ ସହିତ ବାଇଣ୍ଡ କରିଯାଇଥାଏ l ଯାହାଦ୍ୱାରା ଶରୀରରେ କ୍ୟାଲସିୟମ ର ଅବଜର୍ଭେସନ କମ ହୋଇଯାଇଥାଏ l ଏହାଦ୍ୱାରା ହାଡ଼ ଦୁର୍ବଳ ହୋଇଯାଇଥାଏ, ଯଦି କୌଣସି ବ୍ୟକ୍ତି ନିୟମିତ କୋଲ୍ଡ଼ ଡ୍ରିଂକ୍ସ ସେବନ କରିଥାଏ ତେବେ ଅଷ୍ଟ୍ରିୟପରୋସିସ ରେ ପ୍ରଭାବିତ ହେବାର ସମ୍ଭାବନା ରହିଥାଏ l
* ନେସନାଲ ଲାଇବ୍ରେରୀ ଅଫ ମେଡ଼ିସିନ ର ଅଧ୍ୟୟନ ଅନୁସାରେ ଅଧିକ କୋଲ୍ଡ଼ ଡ୍ରିଂକ୍ସ ସେବନ ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଇଥାଏ ଏବଂ ସାମାନ୍ୟ ଆଘାତ ଲାଗିବା ଦ୍ୱାରା ମଧ୍ୟ ହାଡ଼ ଭାଙ୍ଗିବାର ସମ୍ଭାବନା ରହିଥାଏ l କୋଲ୍ଡ଼ ଡ୍ରିଂକ୍ସ ସେବନ ହାଡରୁ ମିନେରାଲସ ଡେଂସିଟି କୁ ଆଫେକ୍ଟ କରିଥାଏ l
* କୋଲ୍ଡ଼ ଡ୍ରିଂକ୍ସ ରେ ଥିବା କାର୍ବୋନେଟ ଆମ ଦାନ୍ତ କୁ କ୍ଷତି କରିଥାଏ, ଏବଂ ଦାନ୍ତ ଦୁର୍ବଳ ହୋଇଯାଇଥାଏ l ଆମେ ଅନେକ ସମୟ ରେ ଏହାକୁ ଅଣଦେଖା କରିଦେଇ ଥାଉ,ଯାହାକି ଆମ ପାଇଁ କ୍ଷତିକାରକ ହୋଇଥାଏ l