ଆସନ୍ତୁ ଜାଣିବା ଟୋନସିଲ ର ଘରୋଇ ଉପଚାର କଣ ରହିଛି ?
– ଦୁଗ୍ଧ ସହିତ ମହୁ ଲାଭଦାୟକ –
ଟୋନସିଲ ରୁ ଆରାମ ପାଇବା ପାଇଁ ଦୁଗ୍ଧ ଓ ମହୁ ଖୁବ ଗୁଣକାରୀ l ସେଥିପାଇଁ ଆପଣ ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ ଉଷୁମ ଦୁଗ୍ଧ ଓ ମହୁ ସେବନ କରନ୍ତୁ l ଏହା ଗଳାର ଯନ୍ତ୍ରଣା ଓ ଫୁଲା କୁ ଭଲ କରିବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା ଇନଫେକ୍ସନ ମଧ୍ୟ ଠିକ ହୋଇଥାଏ l
– ଦୁଗ୍ଧ ରେ ହଳଦୀ ଓ ଗୋଲମରିଚ ର ମିଶ୍ରଣ –
ଟୋନସିଲ ସମସ୍ୟା କୁ ଦୂର କରିବା ପାଇଁ ହଳଦୀ-ଗୋଲମରିଚ ଯୁକ୍ତ ଦୁଗ୍ଧ ଖୁବ ଉପଯୋଗୀ l ଏହା ଗଳାର ଯନ୍ତ୍ରଣା କୁ ଠିକ କରିବାରେ ହିତକର l ରାତିରେ ନିୟମିତ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଦୁଗ୍ଧ ରେ ଗୋଟିଏ ଚାମଚ ଗୋଲମରିଚ ଗୁଣ୍ଡ ଓ ଅଧ ଚାମଚ ହଳଦୀ ଗୁଣ୍ଡ ମିଶାଇ ସେବନ କରନ୍ତୁ l କିନ୍ତୁ ଏହା ଉଷୁମ ଥିବା ଆବଶ୍ୟକ l
– ହଳଦୀ ଓ ଅଦାର ପାଣି –
ଟୋନସିଲ ସମସ୍ୟା ଠିକ କରିବା ପାଇଁ ପ୍ରତିଦିନ ସକାଳୁ ହଳଦୀ ଗୁଣ୍ଡ ଗୋଟିଏ ଚାମଚ, ଅଦା ଅଧ ଇଞ୍ଚ କୁ ଛେଚି ଗୋଟିଏ ଗ୍ଲାସ ପାଣିରେ ଠିକ ଭାବରେ ସିଝାଇ ନିଅନ୍ତୁ l ଏହାପରେ ଏଥିରେ ସାମାନ୍ୟ ଲେମ୍ବୁ ମିଶାଇ ଉଷୁମ ଉଷୁମ ସେବନ କରନ୍ତୁ l ଟୋନସିଲ ସମସ୍ୟାରୁ ଆରାମ ମିଳିବ l
– ଲୁଣ ପାଣି ଗର୍ଗଲ –
ଟୋନସିଲ ସମସ୍ୟା ଦେଖା ଦେଉଥିଲେ ନିୟମିତ ଦିନକୁ ତିନିଠାରୁ ଲୁଣାପାଣି କିଛି ନେଇ ତାହାକୁ ଗର୍ଗଲ କରନ୍ତୁ , ଏହା ତଣ୍ଟି କୁ ଆରାମ ଦେବା ସହିତ ଟୋନସିଲ ଠିକ ହୋଇଥାଏ l
