Odisha news

ଚା ଓ କଫି ପିଉଥିଲେ  ଆପଣଙ୍କ ପିଲା ହୋଇପାରେ ଏହି ସାଙ୍ଘାତିକ ରୋଗରେ ପୀଡିତ : ରିସର୍ଚ୍ଚ

0

ଖାଦ୍ୟ ଶରୀର ପାଇଁ ଖୁବ ଆବଶ୍ୟକ, କିନ୍ତୁ କିଛିଟା ଖାଦ୍ୟ ଏଭଳି ରହିଛି ଯାହାକି ଶରୀର ପାଇଁ ଜହର ମଧ୍ୟ ହୋଇପାରେ l ଯେପରିକି ଭାରତୀୟ ମାନଙ୍କର ସକାଳ ଆରମ୍ଭ ଚା କଫି, ଆମେ ସମସ୍ତେ ସକାଳ ହେବା ମାତ୍ରକେ ଏହାକୁ ପିଇବାକୁ ପସନ୍ଦ କରିଥାଉ l କିନ୍ତୁ ଏହି ଚା ଆମ ଶରୀର ପାଇଁ କେତେ କ୍ଷତିକାରକ ତାହା ଆମେ ଜାଣି ନାହୁଁ l

ପୂର୍ବରୁ ଏହା ବଡ଼ ମାନଙ୍କର ପସନ୍ଦ ଥିଲା, ବିଶେଷ ଭାବରେ ବଡ଼ ମାନେ ଚା ଅଭ୍ୟାସ ରେ ପଡି ଥାଆନ୍ତି l  କିନ୍ତୁ ବର୍ତମାନ ଏହା ଛୋଟ ପିଲାଙ୍କର ମଧ୍ୟ ପସନ୍ଦ ହୋଇ ଯାଇଛି l କିନ୍ତୁ ଚା ପିଇବା ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ବୟସ ସୀମା ରହିଥାଏ l ଆସନ୍ତୁ ଜାଣିବା ଛୋଟ ପିଲା ଯେଉଁମାନେ ଚା ସେବନ କରୁଛନ୍ତି ସେମାନଙ୍କ ପାଇଁ ଏହା କେତେ କ୍ଷତିକାରକ ହୋଇଥାଏ l

ପୋଡିୟୋଟ୍ରିସିଆନ ଏହାକୁ ନେଇ ଆଲର୍ଟ କରିଛି, ଏହାର ସୂଚନା ଅନୁସାରେ ୧୪ ବର୍ଷ ଆୟୁ ରୁ କମ ଆୟୁର ପିଲା ମାନଙ୍କୁ ଭୁଲ ରେ ମଧ୍ୟ ଚା କିମ୍ବା କଫି ଦେବା ଆବଶ୍ୟକ ନୁହେଁ l ଏହାଦ୍ୱାରା ପିଲା ମାନଙ୍କର ଗ୍ରୋଥ ରେ ବାଧା ସୃଷ୍ଟି ହୋଇଥାଏ l ଚା ଏବଂ କଫି ରେ ଥିବା କାଫିନ ପିଲା ମାନଙ୍କ ମସ୍ତିସ୍କ କୁ ଉତେଜିତ କରିଥାଏ ଏବଂ ହାର୍ଟ ବିଟ କୁ ବୃଦ୍ଧି କରିଥାଏ l

ଛୋଟ ପିଲାଙ୍କ ମଧ୍ୟରେ ଏହା ଗ୍ୟାସ୍ଟ୍ରିକ , ଏସିଡ଼ିଟି, ପେଟ ଟାଣିବା, ବାନ୍ତି ହେବାର କାରଣ ହୋଇଥାଏ ଚା ଏବଂ କଫି l ଖୁବ କମ ଅୟୁରୁ ପିଲା ମାନେ ନିଦ୍ରା ହୀନତାର ଶିକାର ହୋଇ ଥାଆନ୍ତି l ଏବଂ ପିଲାଙ୍କ ଗ୍ରୋଥ ରେ ବାଧା ଉପୁଜିଥାଏ l

ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଚା ରେ ଟାନିନ ରହିଥାଏ, ଯାହାକି ଛୋଟ ପିଲାଙ୍କ ଦାନ୍ତ ଓ ହାଡ଼କୁ ଦୁର୍ବଳ କରିଥାଏ l ଏବଂ ପିଲା ମାନେ ଛୋଟ ବେଳରୁ ହାଡ ଜନିତ ବିଭିନ୍ନ ସମସ୍ୟାର ସମୁଖୀନ ହୋଇଥାଆନ୍ତି l

ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଛୋଟ ପିଇଲା ଖାଦ୍ୟରେ କିଛିଟା ଜିନିଷ ଦେବା ଜରୁରୀ , ଯାହାକି ପ୍ରାକୃତିକ ହୋଇଥିବ l ଯେପରିକି –
– ଗୁଡ଼, ଅଦା, ଗୋଲ ମରିଚ ରେ ପ୍ରସ୍ତୁତ ହୋଇଥିବା କାଢ଼l ଦିଅନ୍ତୁ, ଏହା ଇମ୍ୟୁନିଟି ବୁଷ୍ଟ କରିବ l
– ହଳଦୀ, ଅଦା, ଲବଙ୍ଗ ରେ ପ୍ରସ୍ତୁତ କାଢା ଦିଅନ୍ତୁ ଯାହା ଥଣ୍ଡା ଜନିତ ସମସ୍ୟାରୁ ଦୁରେଇ ରଖିବ l
– ନିୟମିତ ଭାବରେ ଘରେ ପ୍ରସ୍ତୁତ ହେଉଥିବା ପ୍ରୋଟିନ ପାଉଡର ର ଡ୍ରିଂକ୍ସ ଦିଅନ୍ତୁ l

Leave A Reply