Odisha news

କାହିଁକି କଳସ ସ୍ଥାପନା କରିବା ସମୟରେ କଳସ ଉପରେ ରଖାଯାଇଥାଏ ନଡ଼ିଆ

0
ହିନ୍ଦୁ ଧର୍ମରେ ଯେ କୌଣସି ଶୁଭ କାର୍ଯ୍ୟରେ ନଡ଼ିଆର ବ୍ୟବହାର ହୋଇଥାଏ l ମାନ୍ୟତା ରହିଛି ଯେ ନଡ଼ିଆ ବିନା ପୂଜା ଅଧୁରା l କଳସ ରେ ନଡ଼ିଆ ରଖିବା ଦ୍ୱାରା ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଖୁବ ମହତ୍ୱ ଦିଆଯାଇ ଥାଏ l ଯେ କୌଣସି ପୂଜା ସମୟରେ କଳସ ସ୍ଥାପନ ଗୋଟିଏ ମୁଖ୍ୟ କାର୍ଯ୍ୟ ହୋଇଥାଏ ଓ ଏହାଦ୍ୱାରା ଦେବଦେବୀ ଙ୍କୁ ଆହ୍ୱାନ କରାଯାଇ ଥାଏ l ଶାସ୍ତ୍ର ଅନୁସାରେ ଯେଉଁ କଳସରେ ନଡ଼ିଆ କିମ୍ବା ପଇଡ଼ ରଖାଯାଏ ନାହିଁ ସେଠାରେ ଈଶ୍ୱର ବାସ କରନ୍ତି ନାହିଁ  ଓ ଏଭଳି ପୂଜା ମଧ୍ୟ ସମ୍ପୂର୍ଣ ହୋଇ ନଥାଏ l

* ନଡ଼ିଆକୁ ଶ୍ରୀଫଳ କୁହାଯାଏ ଅର୍ଥାତ ଲକ୍ଷ୍ମୀଙ୍କ ଫଳ l ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁ ଯେତେବେଳେ ପୃଥିବୀ ରେ ପ୍ରକଟ ହୋଇଥିଲେ ସେତେବେଳେ ସେ ନିଜ ସହିତ ୩ଟି ଜିନିଷ ନେଇ ଆସିଥିଲେ ପ୍ରଥମଟି ମାତା ଲକ୍ଷ୍ମୀ, ଦ୍ଵିତୀୟ ଟି କାମଧେନୁ, ଓ ତୃତୀୟଟି ଥିଲା ନଡ଼ିଆ ଗଛ l ନଡ଼ିଆ ପ୍ରଭୁ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ପ୍ରିୟ ଫଳ ଅଟେ l ତେଣୁ ଏହାକୁ ସମସ୍ତ ପୂଜାରେ ସାମିଲ କରାଯାଏ l
* ମାନ୍ୟତା ଅନୁସାରେ ନଡ଼ିଆ ଗୋଟିଏ ଏଭଳି ଫଳ ଯେଉଁଥିରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତିନି ଦେବତା ବାସ କରି ଥାଆନ୍ତି l ଏହି କାରଣରୁ ସମସ୍ତ ପୂଜାରେ ନଡ଼ିଆକୁ ଶୁଭ ସୂଚକ ଭାବରେ ଗ୍ରହଣ କରାଯାଏ l ନଡ଼ିଆରେ ଥିବା ୩ଟି ଆଖି ମହାଦେବ ଙ୍କ ୩ଟି ନେତ୍ର l

* ନଡ଼ିଆକୁ ଗୁରୁ ବୃହସ୍ପତିଙ୍କ କାରକ ବୋଲି କୁହାଯାଏ l ଏହାକୁ କଳସ ରେ ସ୍ଥାପନା କରିବା ଦ୍ୱାରା ବୃହସ୍ପତିଙ୍କ ଶୁଭ ଦୃଷ୍ଟି ଲାଭ ହୋଇଥାଏ l ଗୁରୁ ଙ୍କୁ ସମୃଦ୍ଧିର ଗ୍ରହ ଭାବରେ ଗଣନା କରାଯାଏ ତେଣୁ କଳସରେ ନଡ଼ିଆ ସ୍ଥାପନା କରିବା ଦ୍ୱାରା ଘରେ ସମୃଦ୍ଧି ବାସ କରିଥାଏ l

* ଗୃହରେ କଳସ ଉପରେ ନଡ଼ିଆ ସ୍ଥାପନା କରିବା ଦ୍ୱାରା ସନ୍ତାନ ମାନଙ୍କ ପାଇଁ ଶୁଭ ଅଟେ l ପିଲାମାନେ ତାଙ୍କ ଜୀବନ ରେ ସୁଖୀ ହୁଅନ୍ତି ଓ ଘରର ସମସ୍ତ ସଦସ୍ୟଙ୍କ ଜୀବନ ରେ ଶାନ୍ତି ଓ ସୁଖ ରହିଥାଏ l

Nalco
Leave A Reply