Odisha news

ଏହି ଦେଶରେ କାହିଁକି କୁକୁଡ଼ାକୁ ଭାଙ୍ଗ ଦିଆ ଯାଉଛି କଣ ରହିଛି ଏହା ପଛର ବିଶେଷ କାରଣ

0

ନୂଆଦିଲ୍ଲୀ : ନିକଟରେ ଥାଇଲ୍ୟାଣ୍ଡ ରୁ ଗୋଟିଏ ଖବର ଅନୁସାରେ ସେଠାକାର କୁକୁଡ଼ା ମାନଙ୍କୁ କୃଷକ ମାନେ ଭାଙ୍ଗ ସେବନ କରାଉଛନ୍ତି l କିନ୍ତୁ କାହିଁକି ଏପରି କରାଯାଉଛି ଏହା ପଛରେ ବୈଜ୍ଞାନିକ ମାନଙ୍କ ମତରେ ଭାଙ୍ଗ ଦିଆଯାଉ ଥିବା କୁକୁଡ଼ା ମାନଙ୍କର କଣ ହୋଇଥାଏ l ଏହାର ସବୁଠୁ ବଡ଼ କାରଣ ହେଉଛି କୁକୁଡ଼ା ମାନଙ୍କୁ ଖୁବ ଆଣ୍ଟି ବାୟୋଟିକ ଦିଆଯିବା ଉଚିତ l

ସେମାନେ ଏହା ଦେଖିବାକୁ ଚାହୁଁଥିଲେ ଯେ ଭାଙ୍ଗ ସେବନ ପରେ କୁକୁଡ଼ା ମାନଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପଡୁଛି l ତେଣୁ କିଛି କୁକୁଡ଼ାଙ୍କୁ ଭାଙ୍ଗପତ୍ର ଦିଆ ଯାଇଥିଲା ଆଉ କିଛିଙ୍କୁ ପାଣିରେ ଗୋଳାଇ ଦିଆଗଲା l ପରେ ଦେଖିବାକୁ ମିଳିଥିଲା ଯେ ଯେଉଁ କୁକୁଡ଼ା ମାନଙ୍କୁ ଭାଙ୍ଗ ଦିଆ ଯାଉଛି ସେମାନେ ସମ୍ପୂର୍ଣ ସୁସ୍ଥ ରହୁଛନ୍ତି ଓ ତାଙ୍କର ମାଂସ ଖାଇବା ଦ୍ୱାରା ଶରୀର ଉପରେ ମଧ୍ୟ କୌଣସି ପ୍ରଭାବ ପଡୁନାହିଁ l ବୈଜ୍ଞାନିକ ମାନେ ଏହି ତଥ୍ୟ ଆଧାରରେ ମତ ଦେଇଛନ୍ତି ଯେ କୁକୁଡ଼ା ମାନଙ୍କୁ ଭାଙ୍ଗ ସେବନ କରାଇବା ଦ୍ୱାରା ସୁସ୍ଥ ରହିବେ ଓ ଅଧିକ ଆଣ୍ଟି ବାୟୋଟିକ ସେବନ କରାଇବା ମଧ୍ୟ ଉଚିତ ନୁହେଁ l

Leave A Reply

Your email address will not be published.