Odisha news

ICMR ପକ୍ଷରୁ ସୂଚନା : କଡକ୍ ନାଥ୍ କୁକୁଡ଼ା ମାଂସ ଓ ଅଣ୍ଡା କରୋନା ସଂକ୍ରମଣ ସମୟରେ ଶରୀର ପାଇଁ ହିତକର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ର ଝାବୁଆ କଡକ୍ ନାଥ କୁକୁଡ଼ା ପାଇଁ ନିଜର ସ୍ଵତନ୍ତ୍ର ସ୍ଥାନ ସ୍ଥିର କରି ପାରିଛି । ଝାବୁଆର କୃଷି ଗବେଷଣା କେନ୍ଦ୍ରର ସୂଚନା ଅନୁସାରେ କଡକନାଥ କୁକୁଡ଼ାର ମାଂସ ଓ ଅଣ୍ଡା କରୋନା ସହିତ ଲଢ଼ିବା ପାଇଁ ସାହାଯ୍ୟ କରିବ । ଏହି ତଥ୍ୟକୁ ମଧ୍ୟ ICMR ପକ୍ଷରୁ ଦିଆ ଯାଇଛି ।

ଦାବି କରାଯାଇଛି ଯେ କରୋନା ସଂକ୍ରମିତ ରୋଗୀ ମାନଙ୍କ ପାଇଁ କଡକନାଥ କୁକୁଡ଼ା ଅତି ହିତକର । ଏହା ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାଏ । ବିଶେଷ କରି କରୋନାରୁ ଠିକ୍ ହୋଇଥିବା ଲୋକ ମାନଙ୍କ ପାଇଁ ଏହା ଅଧିକ ହିତକର ।
କଡକନାଥ ସେଣ୍ଟର୍ ର ବୈଜ୍ଞାନିକ ମାନଙ୍କ ପକ୍ଷରୁ କୁହାଯାଇଛି ଯେ ପୋଷ୍ଟ କୋଭିଡ ରୋଗୀ ମାନଙ୍କ ପାଇଁ କଡକ ନାଥ କୁକୁଡ଼ା ର ମାଂସ , ଅଣ୍ଡା ଓ ସୁପ ଖୁବ୍ ଫାଇଦା ଦେଇଥାଏ । ଏହା କୋଳେଷ୍ଟ୍ରାଲ୍ କୁ ନିୟନ୍ତ୍ରଣ କରିବା ସହିତ ଏଥିରେ ଥିବା ପ୍ରୋଟିନ , କାର୍ବୋହାଇଡ୍ରେଟ ଓ ଭିଟାମିନ ଶରୀର ପାଇଁ ଲାଭଦାୟକ ।
 ଏହାଛଡା ଏଥିରେ ଫ୍ୟାଟ୍ ଖୁବ୍ କମ୍ ପରିମାଣ ରେ ରହିଛି । ଏଥିରେ ଇମ୍ୟୁ ନିଟି ଖୁବ୍ ଭଲ ହୋଇଥାଏ । ଚଣ୍ଡୀଗଡ଼ ଓ କୋଇମ୍ବ ବଟୁର୍ ର ଦୁଇଟି ପ୍ରୟୁଗ ସାଳା ରୁ ମଧ୍ୟ ସମାନ ତଥ୍ୟ ଆସିଛି ।
ICMR ପକ୍ଷରୁ କୁହାଯାଇଛି ଯେ କଡକ୍ ନାଥ କୁକୁଡ଼ାର ମାଂସ ଓ ଅଣ୍ଡା କରୋନା ସମୟରେ ଲାଭଦାୟକ । ଏଥିରେ ଜରୁରୀ ତତ୍ତ୍ଵ ଡିଏଚେଏ , ଜିଙ୍କ , ଆଇରନ , ଭିଟାମିନ ସି , ଏସେନ୍ସିଆଲ ଅମିନୋ ଏସିଡ ସହିତ ଅନ୍ୟ ପୋଷାକ ତତ୍ତ୍ଵ ରହିଛି । ଯାହା ଈମ୍ୟୁନିଟି ବଢ଼ାଇବାକୁ ସାହାଯ୍ୟ କରିଥାଏ ।

Comments are closed.