Odisha news

ଚୋରା କୋଇଲା ବିକ୍ରି ଅଭିଯୋଗରେ ଦୁଇଯୁବକ ଗିରଫ

0

ତାଳଚେର ତା ୦୭/୦୬ ମା’ କୋଇଲା ଡ଼ିପୋରୁ ଦୁଇଟି ଟ୍ରକରେ କୋଇଲା ବୋଝେଇ କରି ରାଇଗଡ଼ା ସ୍ଥିତ ଉତ୍କଳ ଆଲୁମିନାକୁ ଯାଉଥିବା ବେଳେ ଅନୁଗୋଳ ହୁଲୁରିସିଂହା ଅଂଚଳର ଦିପକ ମିଶ୍ର (୨୭) ଏବଂ ଢ଼େଙ୍କାନାଳ ଗଦାଶିଳା ଅଂଚଳର କିରଣ କୁମାର ମହାନ୍ତି (୨୮) ଏହି କୋଇଲାକୁ ବାହାରେ ବିକ୍ରି କରିଦେଇଥିବା କୋଲିୟରୀ ଥାନାରେ ଅଭିଯୋଗ ହେବାପରେ ପୋଲିସ୍ କୋଇଲା ବିକ୍ରି ଅଭିଯୋଗରେ ଉକ୍ତ ଦୁଥଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ଜଣାପଡ଼ିଛି । ଘଟଣାରୁ ପ୍ରକାଶ ମା’ କୋଇଲା ଡ଼ିପୋରୁ ଦୁଇଟି ଟ୍ରକରେ କୋଇଲା ବୋଝେଇ ହୋଇ ରାଇଗଡ଼ା ସ୍ଥିତ ଉତ୍କଳ ଆଲୁମିନାକୁ ଯାଉଥିଲା । ତେବେ ଉକ୍ତ କୋଇଲା ବୋଝଇ ଟ୍ରକକୁ ଅତିଚତୁରତା ସହ ହାଇଜାକ କରି କୌଶଳକ୍ରମେ ଅନ୍ୟତ୍ର ବିକ୍ରି କର ିଦେଇଥିଲେ । ତେବେ ଏହି ଅଧାରରେ କୋଲିୟରୀ ପୋଲିସ୍ ଲିଖିତ ଅଭିଯୋଗ ପାଇବାପରେ ଉକ୍ତ ଦୁଇ ଅଭିଯୁକ୍ତ ଗିରଫ କରିଛି ।

IEC 2 years
Leave A Reply