ଡେରାବିଶ: ମହାମାରୀ କରୋନାର ବିପତି ସମୟରେ ଗ୍ରାମାଂଚଳରେ ବିଭିନ୍ନ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ଅବସରରେ ଡେରାବିଶ ବ୍ଳକ ଅନ୍ତର୍ଗତ ଇନ୍ଦାଳୋ ପଂଚାୟତ ମହିଳା ମହାସଂଘ ସମ୍ପାଦିକା ସୁନିତା ସାମନ୍ତରାୟ, କର୍ମକର୍ତା ପ୍ରମୋଦା ସାମନ୍ତରାୟ, ଏମ୍ବିକେ ମେନକା ଜେନା, ବ୍ଲକ ଜିବିକା ମିଶନ ସଂଯୋଜିକା ବିଣାପାଣି ସାମଲ ଓ ରତ୍ନମଞ୍ଜରୀ ବାରିକଙ୍କ ଉପସ୍ଥିତିରେ ଆଜି ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ୩୦୦୦୦ ଟଙ୍କାର ଏକ ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି ।