Odisha news

ପେଟ୍ରୋଲ ପମ୍ପ ବିସ୍ଫୋରଣ : ଆହତଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୦୭ ଅକ୍ଟୋବର – ଭୁବନେଶ୍ୱର ସ୍ଥିତ ରାଜଭବନ ନିକଟସ୍ଥ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣାରେ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି । ଏହା ସହ ସେ ବିସ୍ଫୋରଣରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏବେ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ନିଆଁକୁ ଆୟତ କରାଯାଇଛି ।  ଉଲ୍ଲେଖ ଯୋଗ୍ୟ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣରେ ୯ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛନ୍ତି । ସେମାନଙ୍କୁ କଟକ ଏସ୍‌ସିବି ପଠାଯାଇଛି ବୋଲି ପୋଲିସ କମିଶନର ସୁଧାଂଶ ଷଡଙ୍ଗୀ କହିଛନ୍ତି ।

Nalco
Leave A Reply