Odisha news

ସରପଞ୍ଚଙ୍କୁ ଦିଆଯାଇଛି ଜିଲ୍ଲାପାଳ କ୍ଷମତା, କଟକଣା ପରେ ବାହାରୁ ଆସିଲେ ପଞ୍ଜୀକରଣ ବାଧ୍ୟତାମୂଳକ ଭିଡିଓ ବାର୍ତ୍ତା ଜାରି କରି କହିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି | ଅନ୍ୟ ରାଜ୍ୟରୁ ଆସୁଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି | ନୂଆ ନିଷ୍ପତ୍ତି ମୁତାବକ ରାଜ୍ୟରେ ଥିବା ଗ୍ରାମପଞ୍ଚାୟତର ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି | କୋଭିଡ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯାଇଛି | ଏକ ସ୍ୱତନ୍ତ୍ର ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ଉଚିତ ସେବା ଯୋଗାଇ ଦିଆଯିବ | ଆଉ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି |

ଗାଁ ଓ ପଞ୍ଚାୟତ ସ୍ତରରେ ପଞ୍ଜୀକରଣ ସୁବିଧା ରହିବ | କଟକଣା ପରେ କେହି ବାହାରୁ ଆସିଲେ ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବ | ପରିବାର ସଦସ୍ୟ ଏବଂ ବନ୍ଧୁ ପଞ୍ଜୀକରଣ କରିପାରିବେ | ପଞ୍ଜୀକରଣ ପରେ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବା ଜରୁରୀ | ସେମାନଙ୍କୁ ଖାଇବା, ରହିବା, ଚିକିତ୍ସା ମାଗଣାରେ ଯୋଗାଯିବ | ସଙ୍ଗରୋଧ ସରିବା ପରେ ୨ ହଜାର ଟଙ୍କା ମିଳିବ |

ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ନବୀନ କହିଛନ୍ତି | ଅନ୍ୟ ରାଜ୍ୟରେ ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ରହିଛନ୍ତି | ସେମାନଙ୍କ ଅବସ୍ଥା ମୋତେ ବହୁତ ଦୁଃଖ ଦେଇଛି | କଟକଣା ଉଠିଗଲେ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ମାନଙ୍କ ସହ ଆଲୋଚନା କରିବୁ | ମାନବିକତା ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

Leave A Reply