Odisha news

ପୁଞ୍ଜିନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

0

ଭୁବନେଶ୍ୱର: ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ପ୍ରବାସୀ ଭାରତୀୟ ଦିବସ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଉଛି। ଦେଶର ବିକାଶରେ ଭାରତୀୟଙ୍କ ଅବଦାନ ଅବିସ୍ମରଣୀୟ। ଆସନ୍ତୁ ସ୍ଵଦେଶୀ ଚିନ୍ତାଧାରାକୁ ଆପଣାଇବା ସହ ବିଶ୍ଵ ଦରବାରରେ ନିଜ ଦେଶର କଳା, ସଂସ୍କୃତି, ପରମ୍ପରାର ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଶପଥ ନେବା।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ବଲପୁରର ବିଶ୍-ପ୍ରସିଦ୍ଧ ହସ୍ତତନ୍ତ କପଡା ଆମର ଅନ୍ୟତମ ପ୍ରିୟ ତଥା ଜୀବନ୍ତ ପରମ୍ପରା ମଧ୍ୟରୁ ଅନ୍ୟତମ। ଓଡିଶା ପ୍ରାକୃତିକ ସୌନ୍ଦର୍ଯ୍ୟର ଭଣ୍ଡାର। ଏହା ପ୍ରବାସୀଙ୍କୁ ବେଶ୍ ଆକୃଷ୍ଟ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନିଜ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶ ଉପରେ ଗୁରୁତ୍ବ ଦେଇଥିଲେ । ପୁଞ୍ଜିନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଅପିଲ୍‌ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହୁଅନ୍ତୁ। ବ୍ୟବସାୟ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ ।  ରାଜ୍ୟ ସରକାର ସବୁ ପ୍ରକାଳ ସହଯୋଗ କରିବେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶା ଆଗକୁ ବଢୁଛି । ପ୍ରାକୃତିକ  ସୌନ୍ଦର୍ଯ୍ୟର  ଓଡ଼ିଶା ଭରପୁର । ଏହା ଆପଣମାନଙ୍କୁ ପୁଞ୍ଜିନିବେଶରେ  ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

Leave A Reply