Odisha news

ମୁଖ୍ୟମନ୍ତ୍ରୀ ଧରଣୀଧର ମେଡିକାଲ୍ କଲେଜ ଓ ଡାକ୍ତରଖlନାକୁ ଲୋକାର୍ପଣ କଲେ

0
ଢ଼େଙ୍କିକୋଟ :  ଆଜି ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତ ରେ ଆସି ଧରଣୀଧର ମେଡିକାଲ୍ କଲେଜ ଓ ଡାକ୍ତରଖlନା କୁ ଲୋକାର୍ପଣ କରିଛନ୍ତି l ତତ ସହିତ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ ଓ ଭିତିପ୍ରସ୍ଥର ସ୍ତାପନ କାର୍ଯକ୍ରମ କରିଛନ୍ତି l ତେବେ  ଆଜି ପୁର୍ବାନ୍ହ ୧୧ ଟା ୧୫ ମିନିଟ୍ ରେ ପହଞ୍ଚିଥିଲେ l ମୁଖ୍ୟମନ୍ତ୍ରୀ ମେଡିକାଲ୍ କଲେଜ ପରିଦର୍ଶନ ସହିତ ଅଡ଼ିଟୋରିଅମ ରେ କଲେଜ୍ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଂକ ସହିତ ବାର୍ତ୍ତାଳପ କରୀଥିଲେ l ପରେ ପରେ ମେଡିକାଲ୍ ନିକଟସ୍ତ ପଡିଆ ଠାରେ ଆୟୋଜିତ ଲୋକାର୍ପଣ ଓ ଭିତିପ୍ରସ୍ଥର ସ୍ତାପନ କାର୍ଯକ୍ରମ ତଥା ସାଧାରଣ ସଭାରେ ଯୋଗଦେଇ ଥିଲେ l ତେବେ ସମୁଦାୟ ୪୭୦୦ କୋଟି ଟଙ୍କାର  ପ୍ରକଳ୍ପର ଭିତିପ୍ରସ୍ଥର ଓ ଶୁଭ ଉଦଘାଟନ କରିଥିଲେ l ଆଜି ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ କୁ ବିଶ୍ବ ବିଦ୍ୟାଳୟ ର ମାନ୍ୟତା ମିଳିଲା ବୋଲି ଘୋଷଣା କରିଥିଲେ l  ମୁଖ୍ୟମନ୍ତ୍ରୀ କଂ କେନ୍ଦୁଝର ଜିଲ୍ଲା ଗସ୍ତ ରେ ଉପରେ ଆଜି  ଶାନ୍ତି ଶୃଂଖଳା ଦିଗରେ  ବ୍ୟାପର ପଦକ୍ଷେପ ନିଆଯାଇଥିଲା l ଲକ୍ଷ୍ୟାଧିକ  ଜନସମାଗମ ଦେଖିବାକୁ ମିଳିଥିଲା l ଜିଲ୍ଲାର ସଦର ବିଧାୟକ କୁଂ ଛାଡି ବାକି  ସମସ୍ତ ବିଧାୟକ ଓ ସାଂସଦ ଉପସ୍ତିତ ଥିଲେ l  ଶାନ୍ତିଶୃଂଖଳା ଦୃଷ୍ଟିରୁ ପୋଲିସ ପ୍ରଶାସନ ତରଫରୁ ସବୁ ବ୍ୟବସ୍ତା ହୋଇଥିଲା l  ତେବେ କେନ୍ଦୁଝର ଜିଲ୍ଲା ପାଈଁ ମୁଖ୍ୟମନ୍ତ୍ରୀ କଂ ଅବଦାନ ଓ ଘୋଷଣା ଆଜି ଜିଲ୍ଲା ବାସୀ କଂ ମନରେ ଖୁସିର ଲହରୀ ଖେଳିଯାଇଛି l
Nalco
Leave A Reply