Odisha news

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସବଜର୍ଜ ଅଦାଲତ ଉଦଘାଟିତ

0

ହିଞ୍ଜିଳିକାଟୁ,୬/୨(Amarendra Pattanaik ):ହିଞ୍ଜିଳିକାଟୁରେ ଅବସ୍ଥିତ ଦେୱାନୀ ଓ ଫୌଜଦାରୀ ଅଦାଲତ ପରିସରରେ ବହୁ ପ୍ରତୀକ୍ଷିତ ସବ ଜର୍ଜ (ବରିଷ୍ଠ)ତଥା ସହକାରୀ ଦୌରାଜର୍ଜ ଅଦାଲତ ସୋମବାର ଉଦଘାଟିତ ହୋଇଛି।ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ଜେନେରାଲ ପ୍ରତାପ କୁମାର ପାଣି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଠାରେ ସବଜର୍ଜ ତଥା ସହକାରୀ ଦୌରା ଜର୍ଜ ଅଦାଲତ ପ୍ରତିଷ୍ଠା ଦିଗରେ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରିତା ଓ  ଅଞ୍ଚଳବାସୀଙ୍କ  ଆବଶ୍ୟକତା ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ  ସମ୍ବେଦନଶୀଳତା  ପ୍ରସଙ୍ଗରେ ସୂଚନା ଦେଇଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ ନ୍ୟାୟାଧୀଶ ଏସ.ମୁରଲୀଧର ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତଥା ଗଞ୍ଜାମ ନ୍ୟାୟିକ ବ୍ୟବସ୍ଥାର ପ୍ରଶାସନିକ ବିଚାରପତି ଡଃ ବିଦ୍ୟୁତ ରଞ୍ଜନ ଷଡଙ୍ଗୀଙ୍କ ଉପସ୍ଥିତିରେ ଆଭାସୀ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରି ହିଞ୍ଜିଳିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନକୁ ସାକାର କରିଛନ୍ତିବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ ଓଡ଼ିଶାରେ ୨୫ବର୍ଷର ଶାସନ କାଳରେ ହିଞ୍ଜିଳିକାଟୁ ଅଞ୍ଚଳବାସୀଙ୍କୁ ନ୍ୟାୟିକ ସହାୟତା  ପ୍ରଦାନ ବ୍ୟବସ୍ଥାରେ ମାମଲା ପରିଚାଳନାରେ ସହଜ,ସୁବିଧା ଓ ତ୍ୱରିତ ସହାୟକ ହୋଇ ପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ବିଚାରପତି ଅଭିଭାଷଣ ପ୍ରଦାନ କରିଥିଲେ।ଓଡ଼ିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର(ନ୍ୟାୟିକ) ଧନ୍ୟବାଦ ଅର୍ପଣ କରିଥିଲେ।ଉଦଘାଟିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଗଞ୍ଜାମ ପୋଲିସ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିଷ୍ଣୁପ୍ରସାଦ ମିଶ୍ର,ଜିଲ୍ଲା ଜର୍ଜ ଆନନ୍ଦ ଚନ୍ଦ୍ର ବେହେରା,ଜିଲ୍ଲା କୋର୍ଟ ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର,ସବଜର୍ଜ ଅଦାଲତ ଜର୍ଜ ଅବିନାଶ ଚୌଧୁରୀ,ଜେଏମଏଫସି ଜର୍ଜ ଦୀପ୍ତିମୟୀ ସାହୁ,ଓକିଲ ସଂଘ ସଭାପତି ଦ୍ବିତୀକୃଷ୍ଣ ସାବତ,ସମ୍ପାଦକ ଶିବରାମ ପଣ୍ଡା,ତହସିଲଦାର ପ୍ରଭାତ କୁମାର ପରିଡା,ବିଡ଼ିଓ ସୁବ୍ରତ କୁମାର ଜେନା,ଓଏସଏଏମବି ପ୍ରମୁଖ ସଚିବ ସୁରେନ୍ଦ୍ର ନାଥ ପ୍ରଧାନ,ଜିଲ୍ଲା ଯୋଜନା ବୋର୍ଡ ବିଶେଷଜ୍ଞ ଉପଦେଷ୍ଟା ଏନ. ରଘୁନାଥ,ଏସଡିପିଓ ଉମା ଶଙ୍କର ସିଂ,ଆଇଆଇସି ଅଭିମନ୍ୟୁ ଦାସ,ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର,ପୋୖରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଏ.ସୁଦର୍ଶନ,ପୂର୍ବତନ ଓକିଲ ସଂଘ ସଭାପତି ରାମଚନ୍ଦ୍ର ମହାପାତ୍ର,ଚିତ୍ତରଞ୍ଜନ ମହାରଣା,ସୁଶାନ୍ତ କୁମାର ପାଣିଗ୍ରାହୀ,ସରକାରୀ ଓକିଲ ଜିସୁ ବେହେରା,ମୁକ୍ତିରାମ ସାବତ,ପ୍ରମୋଦ ଦଳାଇ,ବିନାୟକ ପଟ୍ଟନାୟକ,ଜିତେନ ପ୍ରହରାଜ ଓ ମହେନ୍ଦ୍ର ପାତ୍ରଙ୍କ ସମେତ ବହୁ ଆଇନଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଦୀର୍ଘ ଦିନର ଆଶା ଓ ଆକାଂକ୍ଷା ଫଳପ୍ରସୂ ହେବା ପରିପ୍ରେକ୍ଷୀରେ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

Nalco
Leave A Reply