Odisha news

ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ : ଗୋରୁ ମାନଙ୍କ ରକ୍ଷଣା ବେକ୍ଷଣ ସମ୍ପର୍କରେ ପଚାରି ବୁଝିଲେ, ଉତ୍ତମ ଯତ୍ନ ନେବା ପାଇଁ ପରାମର୍ଶ ଦେଲେ

ବାଛୁରୀର ନାମ ରଖିଲେ କ୍ରିଷ୍ଣା

0

ଭୁବନେଶ୍ୱର , ୨୧ ଜାନୁଆରୀ ୨୦୨୩ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁ ମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।

ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଗାଈ ମାନଙ୍କ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା, ଦିଆ ଯାଉଥିବା ଗୋ ଖାଦ୍ୟ ସବୁ ବୁଲି ଦେଖିଥିଲେ ଏବଂ କିଛି ଗାଈ ମାନଙ୍କୁ ଫଳ ଓ ପନିପରିବା ମଧ୍ୟ ଖାଇବାକୁ ଦେଇଥିଲେ।

ଏକ ନବ ଜନ୍ମିତ ବାଛୁରୀ କୁ ଦେଖି ମୁଖ୍ୟମନ୍ତ୍ରୀ ଏହାର ନାମ କଣ ବୋଲି ପଚାରି ଥିଲେ। ତାହାର ନାମ ଦିଆ ଯାଇ ନାହିଁ ବୋଲି ଜାଣିବା ପରେ ମୁଖ୍ୟମନ୍ତ୍ରୀ ତା’ର ନାମ ରଖିଥଲେ କ୍ରିଷ୍ଣା।

ସୂଚନା ଯୋଗ୍ୟ ଯେ ଜାମୁକୋଳି ଠାରେ ୨୦୧୮ ମସିହାରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୫.୫ ଏକର ପରିମିତ ଜମିରେ ଏକ ଗୋଶାଳା ସ୍ଥାପନ କରା ଯାଇଛି। ଏହାକୁ ୨୦.୫ ଏକର ପରିମିତ ଅଞ୍ଚଳକୁ ସମ୍ପ୍ରସାରିତ କରିବାକୁ ପ୍ରସ୍ତାବ ରହିଛି। ଏଥିରେ ବର୍ତ୍ତମାନ ୯୦୬ ଟି ଗାଈ ଗୋରୁ ଅଛନ୍ତି। ସହରର ବୁଲା ଗାଈ ଗୋରୁ ମାନଙ୍କୁ ମୁଖ୍ୟତଃ ଏଠାରେ ରଖାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ଗୋଶାଳା ପରିଦର୍ଶନ କରିଥିଲେ। ଭୁବନେଶ୍ୱର ମହାନଗର ନିଗମ ମେୟର, ଉତ୍ତର ବିଧାୟକ, ପୂର୍ବତନ ବିଧାୟକ, ମହାନଗର ନିଗମ ର commissioner ପ୍ରମୁଖ ଉପସ୍ଥତ ଥିଲେ।

Nalco
Leave A Reply