ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ବିବୃତି ଦେଇ କରୋନା ସଂକ୍ରମଣକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ରାଜ୍ୟବାସୀଙ୍କ ଲାଗି ବ୍ୟାପକ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏଥିସହ ଆଜି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ଟୁଇଟ୍ କରି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଏହି ଟୁଇଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ସଚେତନ ଓ ସତର୍କ ରହିଲେ ହିଁ ଆମେ କରୋନା ସଂକ୍ରମଣକୁ ପ୍ରତିରୋଧ କରିପାରିବା। ଏହି ସଚେତନଧର୍ମୀ ଭିଡ଼ିଓ ମାଧ୍ୟମରେ ନିଜେ ସଚେତନ ହେବା ସହ ନିଜ ପରିବାର, ବନ୍ଧୁ ତଥା ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ।’

ସଚେତନ ଓ ସତର୍କ ରହିଲେ ହିଁ ଆମେ କରୋନା ସଂକ୍ରମଣକୁ ପ୍ରତିରୋଧ କରିପାରିବା। ଏହି ସଚେତନଧର୍ମୀ ଭିଡ଼ିଓ ମାଧ୍ୟମରେ ନିଜେ ସଚେତନ ହେବା ସହ ନିଜ ପରିବାର, ବନ୍ଧୁ ତଥା ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ। #COVID19 #CoronaVirus