Odisha news

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଆସିଲା ଆଦେଶ : କିଡ୍ନୀ ରୋଗରେ ଆକ୍ରାନ୍ତ ସୁକାନ୍ତଙ୍କୁ ଭେଟିଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

0

ଭଦ୍ରକ/ଧାମରା : ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଆସିଲା ଚିଠି । ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତପିର ହୋଇ ଉଠିଛି । କିଡ୍‍ନୀ ରୋଗରେ ଆକ୍ରାନ୍ତ ସୁକାନ୍ତଙ୍କ ପାଖରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପହଞ୍ଚିଛି । ଏହା ଉପରେ ବିଭାଗ ପକ୍ଷରୁ ତଦନ୍ତ କରାଯାଇଛି । ପାରିବାରିକ ସ୍ଥିତ, ଶାରୀରିକ ଅବସ୍ଥା, ଆର୍ଥିକ ସ୍ଥିତି ସମ୍ପର୍କରେ ସୁକାନ୍ତଙ୍କ ଠାରୁ ପଚାରି ବୁଝିଛନ୍ତି । ପ୍ରକାଶିତ ଖବର ଶତ ପ୍ରତିଶତ ସତ ବୋଲି ତଦନ୍ତ ଟିମ୍‍ ଅନୁଭବ କରିଛନ୍ତି । ଖବର ନେବାରୁ ଜଣା ଯାଇଛି ଯେ, ବୟସ ମାତ୍ର ତାକୁ ୪୦ ବର୍ଷ । ବୃଦ୍ଧା ମାଆ, ସ୍ତ୍ରୀ, ପୁଅ-ଝିଅଙ୍କୁ ନେଇ ତାର ୫ ଜଣିଆ ପରିବାର । ଘରେ ସେ ଏକମାତ୍ର ରୋଜଗାରିଆ ଲୋକ । ମୂଲ ମଜୁରୀ ଲାଗି ପରିବାର ଚଳାଉ ଥିଲା । ଏବେ ନିଜେ ରୋଗାକ୍ରାନ୍ତ ହେବାରୁ ପରିବାର ଚଳାଇବାକୁ ସେ ଅସମର୍ଥ ।

ସେ ହେଉଛି ଚାନ୍ଦବାଲି ବ୍ଲକ ଧାମରାସ୍ଥିତ ବାଁଶଡା ପଞ୍ଚାୟତ ବାଁଶଡା ଗାଁର ସୁକାନ୍ତ ଜେନା (ସଞ୍ଜୁ) । ୩ ବର୍ଷ ପୂର୍ବରୁ ତା ପାଦରେ ଗୋଟେ କ୍ଷତ ହେବାରୁ ସେ ଚିିକିସିା ପାଇଁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଯାଇଥିଲା । ସେଠାରେ ରକ୍ତ ପରୀକ୍ଷାରୁ ମଧୁମେହ ରୋଗରେ ପଢଡିତ ଥିବା ଜଣା ପଡିଥିଲା । ଠିକ୍‍ ୧ ବର୍ଷ ପରେ ସେ ପୁଣି ଅସୁସ୍ଥ ହେବାରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତି ହୋଇଥିଲେ । କିଡନୀ ରୋଗରେ ଆକ୍ରାନ୍ତ ହୋଇଛି ବୋଲି ସେଠିକାର ଡାକ୍ତର ତାଙ୍କୁ କହିଥିଲେ । ସେବେଠାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିସିିତ ହେଉଥିଲା । ମୂଲ ମଜରୀ ଲାଗିବା ତା ପାଇଁ ଆଉ ସମ୍ଭବ ହେଲା ନାହିଁ । ଅର୍ଥ ଅଭାବରୁ ପରିବାର ଚଳାଇ ନିଜେ ଔଷଧ ଖାଇବା ଅସମ୍ଭବ ହୋଇ ଗଲା । ବନ୍ଧୁବାନ୍ଧବ, ସମ୍ପର୍କୀୟ, ସାଙ୍ଗ ସାଥୀଙ୍କ ଠାରୁ ଆର୍ଥିକ ସହାୟତା ଯାହା ପାଇବା କଥା ସେ ପାଇ ସାରିଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସପ୍ତାହକୁ ୨ ଥର ତାର ଡାଏଲୋସିସ୍‍ ହେବା ନିହାତି ଆବଶ୍ୟକ ।

ଏତକ ଚିକିସିା ପାଇଁ ସେ ଅସମର୍ଥ ହୋଇ ପଡିଛି । ଝିଅ ୭ମ ଶ୍ରେଣୀ ଓ ପୁଅ ୩ୟ ଶ୍ରେଣୀରେ ପାଠ ପଢୁଛନ୍ତି । ଏହି ୨ଜଣଙ୍କର ପାଠ ପଢା, ପରିବାର ଚଳାଇବା ସହିତ ନିଜେ ଚିକିସିା କେମିତି ହେବ ତାକୁ ନେଇ ସେ ଚିନ୍ତିତ । ଜମିବାଡି ଆଦୌ କିଛି ସୁକାନ୍ତ ପାଖରେ ନାହିଁ । ନିଜର ବୋଲି ଖଣ୍ଡେ ନାହିଁ । ଏହି ଗାଁର ଜଣେ ପଡୋସୀଙ୍କ ଘରେ ତାଙ୍କ ପରିବାର ଆଶ୍ରୟ ନେଇଛନ୍ତି । ସରକାରୀ ସହାୟତା ତାଙ୍କୁ ମିଳିଲେ ସେ ଆଉ କିଛି ଦିନ ଚିକିସିା ହୋଇ ପାରନ୍ତା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପା=ିରୁ ତାକୁ ଆର୍ଥିକ ସାହାଯ୍ୟ ଦିଆଗଲେ ଚିନ୍ତାମୁକ୍ତ ହୁଅନ୍ତା ବୋଲି ସୁକାନ୍ତ ଜେନା କୁହନ୍ତି । ବିଭାଗ ପକ୍ଷରୁ କରାଯାଇ ଥିବା ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ଭଦ୍ରକ ଜିଲ୍ଲାପାଳ, ସିଡିଏମ୍‍ଓଙ୍କୁ ପ୍ରଦାନ କରାଯିବ ବୋଲି ଟିମ୍‍ ପକ୍ଷରୁ କୁହାଯାଇଛି । ସରକାରଙ୍କ ପକ୍ଷରୁ ତାଙ୍କୁ ଖୁବ୍‍ ଶିଘ୍ର ଆର୍ଥିକ ସହାୟତା ମିଳିବ ବୋଲି ଆଶା ସଞ୍ଚାର ହୋଇଛି । କେବେ ସୁକାନ୍ତଙ୍କୁ ସାହାଯ୍ୟ ଦିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ଅଛି

Nalco

Leave A Reply