Odisha news

ଖୋର୍ଦ୍ଧା : ପ୍ରଶାସନ ପକ୍ଷରୁ ଘରୋଇ କ୍ଲିନିକ ଓ ନର୍ସିଂହୋମରେ ଚଢାଉ

0

ଖୋର୍ଦ୍ଧା,୧୪ା୭ : ବେଳକୁ ବେଳ ଖୋର୍ଦ୍ଧା ଉପଖଣ୍ଡରେ ବଢିଚାଲିଛି କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜିର ୨୬ଜଣ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୪୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି । ତେବେ ଖୋର୍ଦ୍ଧାରେ ଥିବା ଘରୋଇ ନର୍ସିଂହୋମ ଓ କ୍ଲିନିକ ଗୁଡିକ କୋଭିଡ-୧୯ ନିୟମ ମାନୁନଥିବା ଅଭିଯୋଗ ହେଉଥିବାବେଳେ ଆଜି ପ୍ରଶାସନ ପକ୍ଷରୁ ୬ଗୋଟି ନର୍ସିଂହୋମ ଓ କ୍ଲିନିକ ରେ ଚଢାଉ କରାଯାଇଥିଲା ।

ଚଡାଉବେଳେ ନିୟମକୁ ଅବମାନନା କରିଥିବା ନନ୍ଦଘୋଷ ହସ୍ପିଟାଲକୁ ୧୫ଦିନ ପାଇଁ ସିଲ କରିଦିଆଯାଇଥିବାବେଳେ ୫୦ହଜାର ଟଙ୍କା ଜୋରିମାନା କରାଯାଇଛି । ସେହିପରି ଜୀବନରେଖା ଅଲଟ୍ରାସାଉଣ୍ଡ କ୍ଲିନିକ କୁ ୭ଦିନ ପାଇଁ ସିଲ କରିଦିଆଯାଇଥିବାବେଳେ ପାର୍କଲାଣ୍ଡ ହସ୍ପିଟାଲକୁ ୧୦ହଜାର ଟଙ୍କା ଜୋରିମାନା କରାଯାଇଛି । ଆଜିର ଚଢାଉରେ ଆସିଷ୍ଟାଣ୍ଡ କଲେକ୍ଟର ଲୋପାମୁଦ୍ରା ନାୟକ, ପୌରନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଡି, ଶତପଥୀ,ଏଡିଏମ୍ଓ(ମେଡିକାଲ) ଡା. ରଘୁନୁାଥ ନାୟକ ପ୍ରମୁଖ ସାମିଲ ଥିଲେ ।

Nalco

Leave A Reply