Odisha news

୬ବର୍ଷ ଓ ୯୦ଦିନ ! କଣ ଆରମ୍ଭ ହୋଇଗଲା ମହାବିନାଶ ର ଓଲଟା ଗଣତି, ଜାଣିବା ଆସନ୍ତୁ କଣ ଅଟେ ଏହି ‘କ୍ଳାଇମେଟ କ୍ଳକ୍’

0

ବର୍ତମାନ ଦୁନିଆ ପାଇଁ ଜଳବାୟୁ ପରିବର୍ତନ ଗୋଟିଏ ବଡ଼ ଆହ୍ୱାନ ଭାବରେ ଦେଖା ଦେଇଛି l ଏହି କାରଣରୁ ଜଳବାୟୁ ର ଅନିୟମିତତା ପ୍ୟାଟର୍ନ ଓ ଅନ୍ୟ ଜଳ;ଆଵାୟୁ ସମ୍ବନ୍ଧୀୟ ବିପଦ ର ସମୁଖୀନ ଦୁନିଆରେ ସମସ୍ତେ କରୁଛନ୍ତି l  ଗ୍ଲୋବାଲ ୱାର୍ମିଙ୍ଗ  କୁ କଣ୍ଟ୍ରୋଲ କରିବା ସମୟ ହାତରୁ ଖାସିଖାସି ଯାଉଛି l ଏପରି ସ୍ଥିତିରେ ସମୟ ସହିତ ଭୟଙ୍କର ପରିଣାମ ଦେଖିବାକୁ ମିଳିବ l  ଏମିତିରେ ସମୟ ଦେଖିବା ପାଇଁ ଆମେ ଘଡି ର ବ୍ୟବହାର କରିଥାଉ, କିନ୍ତୁ ଗୋଟିଏ ସମୟ ଏଭଳି ମଧ୍ୟ ଆସିଥାଏ ଯେ ଯିଏକି ମହାବିନାଶ ବିଷୟରେ ଆମକୁ ସୂଚେଇ ଦେଇଥାଏ l

ୱାର୍ଲଡ ଆର୍ଥ ଡେ ଅବସରରେ ଦିଲ୍ଲୀର ଅନ୍ଦିରାଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ ରେ ସୋଲାର ମ୍ୟାନ ଅଫ ଇଣ୍ଡିଆ ଡାକ୍ତର ଚେତନ ସୋଲଙ୍କି ଓ କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି କ୍ଳକ କୁ ଲଞ୍ଚ କରିଛନ୍ତି l  ଏହି ଘଡ଼ିଟି ସୂଚନା ଦେଇଛି ଯେ କିଭଳି ୬ବର୍ଷ ୯୦ଦିନ ଓ ୨୨ଘଣ୍ଟା ରେ କିଭଳି ପୃଥିବୀର ତାପମାତ୍ରା ୧.୫ଡିଗ୍ରୀ ବଢ଼ିଯିବ l

କଣ ରହିଛି ଏହାର ବିଶେଷତା –
ଭାରତର ସୋଲାର ମ୍ୟାନ ସୋଲଙ୍କି କହିଛନ୍ତି ଯେ ବର୍ତମାନ ମଣିଷ ସମାଜ ସମ୍ପୂର୍ଣ ଭାବରେ ଜଳବାୟୁ ପରିବର୍ତନ ବିଷୟରେ ଅଜ୍ଞ ଅଟେ l ଜଳବାୟୁ ପରିବର୍ତ୍ତନକୁ ନେଇ ଲୋକ ମାନଙ୍କ ଜୀବନ ପ୍ରତି ବଡ଼ ବିପଦ ରହିଛି l  ତେଣୁ ଜାଣିବା ଜରୁରୀ ଯେ ଏହି ଆସୁଥିବା ବିପଦ ପାଇଁ ଆଉ କେତେ ସମୟ ବାକି ରହିଛି ତାହା ଏହି ‘କ୍ଳାଇମେଟ କ୍ଳକ୍’ ସୂଚେଇ ଦେବ l

୨୦୩୦ ରେ କଣ ହେବ ?
ବିଶ୍ୱରେ ହେଉଥିବା ବିଭିନ୍ନ ଗବେଷଣା ଅନୁସାରେ ଗବେଷକ ମାନେ ମତ ଦେଇଛନ୍ତି ଯେ ପୃଥିବୀ ର ତାପମାତ୍ରା ଖୁବ ଦ୍ରୁତ ଗତିରେ ବଢୁଛି l ଗୋଟିଏ ସୂଚନା ଅନୁସାରେ କୁହାଯାଇଛି ଯେ ୨୦୩୦ ପର୍ଯ୍ୟନ୍ତ ତାପମାତ୍ରା ରେ ୧.୫ ଡିଗ୍ରୀ ବଢ଼ିଯିବ l ଯଦି ଏଭଳି ହେଲା ତେବେ ଆମ ଉପରେ ଖୁବ ବିପରୀତ ପ୍ରଭାବ ପଡିବ l ‘କ୍ଳାଇମେଟ କ୍ଳକ୍’ ଆମକୁ ଏହା ସୂଚନା ଦେବ ଯେ ଆମକୁ ଗ୍ଲୋବାଲ ୱାର୍ମିଙ୍ଗ ପାଖରେ ପହଂଚିବା ପାଇଁ ଆଉ କେତେ ସମୟ ରହିଛି l ଏହି ସୂଚନା ଅନୁସାରେ ୬ବର୍ଷ ୯୦ଦିନ ୨୨ଘଣ୍ଟା ମଧ୍ୟରେ ପୃଥିବୀ ର ତାପମାତ୍ରା ଦେଢ଼ ଡିଗ୍ରୀ ସେଲ୍ସିୟସ ବଢ଼ିଯିବ l  ଏହାର ସିଧାସଳଖ ପ୍ରଭାବ ପର୍ଯାବରଣ ଓ ପୃଥିବୀ ବାସୀ ଙ୍କ ଉପରେ ପଡିବ l  ୨୦୩୦ ରେ ନିର୍ଧାରିତ ସମୟ ମଧ୍ୟରେ ଏହି ଘଡି ବନ୍ଦ ହୋଇଯିବ l

ଡକ୍ଟର ସୋଲଙ୍କି ପାଖାପାଖି ଦୀର୍ଘ ୩ବର୍ଷ ହେଲାଣି ଲୋକ ମାନଙ୍କୁ ପର୍ଯାବରଣ ପ୍ରତି ସଚେତନ କରି ଆସୁଛନ୍ତି l  ସେ ସୋଲାର ଏନର୍ଜି ରେ ଚାଲୁଥିବା ବସ ମଧ୍ୟରେ ରୁହନ୍ତି ଓ ଖାଇବା ପିଇବା ଶୋଇବା ମଧ୍ୟ ସେହି ବସ ମଧ୍ୟରେ କରନ୍ତି l ଯଦି ଆମେ ସଚେତନ ହେବା ନାହିଁ ତେବେ ‘କ୍ଳାଇମେଟ କ୍ଳକ୍’ ଓଲଟା ଗଣତି ୨୦୩୦ ମଧ୍ୟରେ ଆରମ୍ଭ ହୋଇଯିବ l

Leave A Reply