ସୁଭେନ୍ଦ୍ର ପଟନାୟକ :ସାଧାରଣତଃ ୪0 ବର୍ଷ ଅତିକ୍ରମ କଲାପରେ ଲୋକମାନଙ୍କର ଓଜନ ଅଧିକ ବଢି ଯାଇଥାଏ l ଏହି ବୟସରେ ଶରୀରରେ ପୋଷାକ ତତ୍ୱ କମିବାରେ ଲାଗେ ତେଣୁ ଏହା ହାଡ ଉପରେ ପ୍ରଭାବ ପକାଇ ଥାଏ ଯାହା ଦ୍ୱାରା ଆମେମାନେ ଆର୍ଥ୍ରାଇଟିଜ କିମ୍ବା ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଶିକାର ହୋଇଥାଉ l ଏହି ସମସ୍ୟା ଏତେ ଭୟଙ୍କର ରୂପ ନିଏ ଯେ ବିଛଣାରେ ପକାଇଦିଏ l ଅନୁଧ୍ୟାନରୁ ଜଣାଯାଇଛି ଯେ ପ୍ରତ୍ୟକ ୧0 ଟି ଘର ମଧ୍ୟରୁ ୪ ଟି ଘରର ବୟସ୍କ ଲୋକମାନେ ଏହି ଯନ୍ତ୍ରଣାର ଶିକାର ହୁଅନ୍ତି l ଆର୍ଥ୍ରାଇଟିଜ ଏପରି ଏକ ରୋଗ ଯାହା ଦ୍ୱାରା ଚାଲିବl ବୁଲିବା ଠାରୁ ନେଇ ଶୋଇବା ବସିବା ପର୍ଯ୍ୟନ୍ତ ଯାହାବି କରନ୍ତି ସବୁଥିରେ କଷ୍ଟ ଅନୁଭବ କରନ୍ତି l ସେହି ଯନ୍ତ୍ରଣାକୁ ସହି ନପାରି ଡାକ୍ତରଙ୍କ ସହିତ ପରାମର୍ଶ କରି ବିଭିନ୍ନ ପ୍ରକାରର ପେନକିଲର ଖାଇଥାନ୍ତି l ଏହାକୁ ଖାଇବା ଦ୍ୱାରା ଯନ୍ତ୍ରଣା କମ ହୋଇଯାଇଥାଏ l ଏହି ଔଷଧ ଗୁଡିକ ତାଙ୍କର ଦୈନଦିନ ଜୀବନରେ ଖାଇବାରେ ଅଭ୍ୟାସ ହୋଇଯାଏ l ଏହାକୁ ଛାଡିବା କ୍ଷଣି ପୁଣି ଯନ୍ତ୍ରଣା ଅନୁଭବ ହୁଏ l ବେଳେବେଳେ ଏହି ସବୁ ଔଷଧ ଶରୀରର କ୍ଷତି ଘଟାଇଥାଏ l ତେଣୁ ଆମକୁ ଆୟୁର୍ବେଦରେ କୁହାଯାଇଥିବା ଘରୋଇ ଉପଚାର ମାଧ୍ୟମରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଚିକିତ୍ସା କରିପାରିବ l
ସବୁଠାରୁ ମହତ୍ୱ ପୂର୍ଣ୍ଣ କଥାହେଲା ଆୟୁର୍ବେଦର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ l ଯାହାକୁ ଆମେ ନୀତିଦିନ ବ୍ୟବହାର କଲେ ମଧ୍ୟ ଆମ ଶରୀରର କୌଣସି କ୍ଷତି ହେବନାହିଁ l ଆୟୁର୍ବେଦରେ କୁହାଯାଇଛି ଯେ ଆର୍ଥ୍ରାଇଟିଜ ପାଇଁ ଡାଲଚିନି ଅତ୍ୟନ୍ତ ଉପକାରୀ ଅଟେ l ଡାଳଚିନିକୁ ଅଲଗା ଅଲଗା ପ୍ରକାରର ବ୍ୟବହାର ଦ୍ୱାରା ଏହି ପୀଡା ଦାୟକ ଯନ୍ତ୍ରଣା କମ ହୋଇପାରିବ l ଆଜି ଆସନ୍ତୁ ଜାଣିବା ଡାଲଚିନି ଦ୍ୱାରା କିପରି ଏହି ଯନ୍ତ୍ରଣାରୁ ରକ୍ଷାପାଇ ପାରିବl l
* ଡାଳଚିନିର ଲେପ -ଡାଳଚିନିକୁ ଗୁଣ୍ଡ କରି ଏହାର ଏକ ପାଉଡର ପ୍ରସ୍ତୁତ କରନ୍ତୁ l ଏହାପରେ ଏଥିରେ କିଛି ପାଣି ମିଶାଇ ଏକ ଗାଢ଼ ପେଷ୍ଟ ତିଆରି କରନ୍ତୁ l ତାପରେ ଏହି ଲେପକୁ ଯନ୍ତ୍ରଣା ହେଉଥିବା ଆଣ୍ଠୁଗଣ୍ଠିରି ଲଗାନ୍ତୁ ଏହି ଲେପ ଉପରେ ଏକ ସୁତା କପଡା ଗୁଡ଼ାଇ ନିଅନ୍ତୁ l କିଛି ସମୟ ପରେ ଲେପଟି ଶୁଖିଯିବାର ଆପଣ ଅନୁଭବ କରିବେ ୫ ରୁ ୬ ଘଣ୍ଟା ପରେ କପଡା ଟି ଖୋଲି ଦିଅନ୍ତୁ ଏପରି ପ୍ରତେକ ଦିନ କରିବା ଦ୍ୱାରା ଅପାଙ୍କର ଆଣ୍ଠୁଗଣ୍ଠିର ଯନ୍ତ୍ରଣା କମ ହବ l
* ଡାଲଚିନି ଓ ମହୁ -ଦେଢ଼ ଚାମଚ ଡାଳଚିନି ଗୁଣ୍ଡରେ ଏକ ଚାମଚ ମହୁ ମିଶାନ୍ତୁ l ପ୍ରତେକ ଦିନ ସକାଳୁ ଖାଲି ପେଟରେ ଗରମ ପାଣି ସହିତ ଏହାକୁ ଖାଆନ୍ତୁ l ଡାଲଚିନି ଓ ମହୁର ମିଶ୍ରଣ ଗଣ୍ଠିରେ ଜମା ହୋଇଥିବା ୟୁରିକ ଏସିଡକୁ କମାଇଥାଏ l ଯାହା ଦ୍ୱାରା ଆର୍ଥ୍ରାଇଟିଜ ଯନ୍ତ୍ରଣା କମି ଥାଏ l ଏହାର ପ୍ରଭାବ ମାତ୍ର ଗୋଟିଏ ସପ୍ତାହରେ ଦେଖାଦେଇଥାଏ l
* ଡାଲଚିନି ଚାହା -ଆୟୁର୍ବେଦରୁ ଲାଭ ଧୀରେ ଧୀରେ ମିଳିଥାଏ କିନ୍ତୁ ନରୋଗର ବିନାଶ ମୂଳରୁ ହୋଇଥାଏ l ଆର୍ଥ୍ରାଇଟିଜ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସପ୍ତାହକୁ ମାତ୍ର ୨ ଥର ଏକ ସ୍ପେଶାଲ ଚା ତିଆରି କରି ପିଅନ୍ତୁ l ଏହି ଚା କୁ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ ହେଲା -କ୍ଷୀର-୨୫0 ମିଲିଲିଟର ,ପାଣି-୨୫0 ମିଲିଲିଟର,ରସୁଣ ୨ ପାଖୁଡା ,ଶୁଣ୍ଠୀ ଗୁଣ୍ଡ ଏକ ଚାମଚ ,ଅଧା ଚାମଚ ଡାଲଚିନି ଗୁଣ୍ଡ ଓ ଗୋଟିଏ ଗୁଜୁରାତି ଆବଶ୍ୟକ l ଏହି ସମସ୍ତ ମିଶ୍ରଣକୁ ଭଲ ଭାବରେ କମ ଜlଳରେ ଫୁଟାନ୍ତୁ ,ଏହା ଫୁଟି ଫୁଟି ଅଧା ହୋଇଗଲା ପରେ ଏକ ପlତ୍ର ରେ ଛାଣି ନିଅନ୍ତୁ l ଏହାକୁ ନିୟମିତ ପିଇବା ଦ୍ୱାରା ଆର୍ଥ୍ରାଇଟିଜ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ l