Odisha news

ଗବେଷଣା ରୁ ଖୁଲାସା: ଚକୋଲେଟ୍ ଦୁର କରିଥାଏ ରକ୍ତଚାପ ସହିତ ଅନେକ ଶାରିରୀକ ସମସ୍ୟା

0
ଅନେକ ଲୋକଙ୍କର ଧାରଣା ରହିଥାଏ ଯେ ଚକୋଲେଟ୍ ଶରୀର ପାଇଁ କ୍ଷତିକାରକ । କିନ୍ତୁ ଅନ୍ୟ ପକ୍ଷରେ କିଛି ଲୋକ କହି ଥାଆନ୍ତି ଚକୋଲେଟ୍ ଶରୀର ପାଇଁ ହିତକର । ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ କୁହାଯାଇଛି ଯେ ରକ୍ତଚାପ ଡ଼ାର୍କ ଚକୋଲେଟ୍ ସେବନ କରିବା ଦ୍ୱାରା କମ୍ ହୋଇଥାଏ ।
କଣ କହୁଚି ଗବେଷଣା -:
ହାବର୍ଡ ବିଶ୍ଵବିଦ୍ୟାଳୟ ରେ ହୋଇଥିବା ଅଧ୍ୟୟନ ଅନୁସାରେ , ଡ଼ାର୍କ ଚକୋଲେଟ୍ ସେବନ କରିବା ଦ୍ୱାରା ବ୍ଲଡ଼ ପ୍ରେସର୍ ନିୟନ୍ତ୍ରିତ ହୋଇଥାଏ । ଏହି ଗବେଷଣା ଅନୁସାରେ ୧୧୦୬ ଲୋକ ସାମିଲ କରାଯାଇ ଥିଲା । ଯେଉଁ ଥିରେ ଦେଖିବାକୁ ମିଳିଥିଲା ଯେ ଯେଉଁସବୁ ବ୍ୟକ୍ତିମାନେ ଡାର୍କ ଚକୋଲେଟ୍ ସେବନ କରୁଛନ୍ତି ସେମାନଙ୍କ ରକ୍ତଚାପ ନିୟନ୍ତ୍ରିତ ରହିଛି । ସେମାନଙ୍କ ହାର୍ଟ ମଧ୍ୟ ସୁସ୍ଥ ରହିଛି । ଅନ୍ୟ ଗୋଟିଏ ଗବେଷଣା ଅନୁସାରେ
ଡାର୍କ ଚକୋଲେଟ୍ ରେ ନାଇଟ୍ରିକ୍ ଅକ୍ସାଇଡ୍ ରହିଥାଏ , ଯାହା ବ୍ଲଡ଼ ପ୍ରେସର୍ ସ୍ତର କୁ କମାଇ ଦେଇଥାଏ ।
* ଡାର୍କ୍ ଚକୋଲେଟ୍ ସେବନ କରିଥାଏ । ବିଶେଷ ଭାବରେ ଶରୀରର ବ୍ୟାଡ୍ କୋଲେଷ୍ଟ୍ରାଲ ନିୟନ୍ତ୍ରିତ ହୋଇଥାଏ । ଗୁଡ କୋଲେଷ୍ଟ୍ରାଲ ସ୍ତର କୁ ବୃଦ୍ଧି କରିଥାଏ ।
* ଷ୍ଟ୍ରେସ୍ ସ୍ତର କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ ଡାର୍କ ଚକୋଲେଟ୍ ସେବନ କରିବା ଆବଶ୍ୟକ । ଏହା ବ୍ରେନ୍ ର ବ୍ଲଡ଼ ଫ୍ଲୋ କୁ ଉନ୍ନତ କରିଥାଏ । ତା ସହିତ ମେମୋରୀ ପାୱାର ବୁଷ୍ଟ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
* ଭୋକ କୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ ଡାର୍କ ଚକୋଲେଟ୍ । ଏହା ଭୋକ କୁ ନିୟନ୍ତ୍ରଣ କରି ଓଜନ ହ୍ରାସ କରିଥାଏ ।
* ଗର୍ଭାବସ୍ଥା ରେ ଡ଼ାର୍କ ଚକୋଲେଟ୍ ସେବନ କରିବା ଦ୍ୱାରା ଗର୍ଭବତୀ ମହିଳା ମାନେ ସୁସ୍ଥ ରହି ଥାଆନ୍ତି ।
Leave A Reply