Odisha news

ଅଦ୍ଭୁତ ଚାକିରୀ : ଚକୋଲେଟ ଖାଇବା ପାଇଁ ମାସିକ ଦରମା ୬୧ ଲକ୍ଷ ଟଙ୍କା

0

ନୂଆଦିଲ୍ଲୀ : ଭଲ ଚାକିରୀ ପାଇବା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ବପ୍ନ ଓ ଇଛା ଥାଏ l ଯାହାକୁ ନେଇ ସବୁ ମଣିଷ କଠିନ ପରିଶ୍ରମ କରିଥାଆନ୍ତି l କିନ୍ତୁ ଏପରି ସ୍ଥିତି ରେ କାନାଡ଼ା ର ଗୋଟିଏ କମ୍ପାନୀ ଦ୍ୱାରା ଜାରି କରାଯାଇଥିବା ଭ୍ୟାକାନ୍ସି ସାରା ଦୁନିଆର ଦୃଷ୍ଟି ଆକର୍ଷଣ କରିଛି l କାରଣ କାନାଡ଼ାର ଗୋଟିଏ କ୍ୟାଣ୍ଡି ଉତ୍ପାଦନ କମ୍ପାନୀ ଏଠାରେ ଚିଫ କ୍ୟାଣ୍ଡି ଅଫିସର ଭର୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରୁଛି l ଏହି ଚାକିରିର ବିଶେଷତ୍ୱ ହେଉଛି ଯେ ପ୍ରତିଦିନ ୧୧୭ ଟି କ୍ୟାଣ୍ଡି ଖାଇ ତାର ସ୍ୱାଦ କହିବାକୁ ପଡିବ l କ୍ୟାଣ୍ଡିର ସ୍ଵାଦରେ ପରିବର୍ତନ କରିବାର ଥିଲେ ନିଜର ମତାମତ ଦେବାକୁ ପଡିବ l ଏଥିପାଇଁ ମାସିକ ଦରମା ୬୧ ଲକ୍ଷ ଟଙ୍କା l

କାନାଡ଼ାର କ୍ୟାଣ୍ଡି ଫନ ହାଉସ ପ୍ରଚୁର ପରିମାଣରେ କ୍ୟାଣ୍ଡି ଉତ୍ପାଦନ କରିଥାଏ l ଯେଉଁ କାରଣରୁ ଏଠାରେ ଚିଫ କ୍ୟାଣ୍ଡି ଅଫିସର ପାଇଁ ପୋଷ୍ଟ ବାହାରିଛି l ଏହି ଅଦ୍ଭୁତ ଚାକିରୀ ଟି ଦେଶ ଓ ଦୁନିଆର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି l

ଏହି ଚାକିରୀ କେବଳ ବୟସ୍କ ମାନଙ୍କ ପାଇଁ ନୁହେଁ l ବରଂ ୫ବର୍ଷ ର ଛୋଟ ପିଲା ମଧ୍ୟ ଉକ୍ତ ଚାକିରୀ ପାଇଁ ଆବେଦନ କରିପାରିବେ l ସମସ୍ତଙ୍କ ପାଇଁ ନନୀୟମ ଗୋଟିଏ l କମ୍ପାନୀର ସିଇଓ ଜମିଲ ହେଜlଜୀ କହିଛନ୍ତି ଏହି ପୋଷ୍ଟ ପାଇଁ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଭଲ ରେସେପନ୍ସ  ମିଳୁଛି l ପ୍ରତ୍ୟେକ ବ୍ୟକ୍ତି ଚିଫ କ୍ୟାଣ୍ଡି ଅଫିସର ହେବାକୁ ଚାହୁଁଛି l

ଏହି ଚାକିରୀ ପାଇଁ ଅନ୍ୟ ଦେଶର ବ୍ୟକ୍ତି ମଧ୍ୟ ଆବେଦନ କରୁଛନ୍ତି l ଲୋକମାନେ ଏହି ଖବର କୁ ସୋସିଆଲ ମିଡିଆରେ ଦେଖି ନିଜର ଟିପ୍ପଣୀ ଦେବା ସହିତ ଆବେଦନ କରୁଛନ୍ତି l

Leave A Reply