Odisha news

ଈସାଈ ଧର୍ମରେ ବଡଦିନର ମହତ୍ୱ

0

ସେଲି ପଟ୍ଟନାୟକ : ଈସାଈ ସମୁଦାୟ ଲୋକ ମାନଙ୍କ ପାଇଁ କ୍ରୀସ୍ମାସ ଗୋଟିଏ ମହତ୍ୱ ପୂର୍ଣ୍ଣ ପର୍ବ ଅଟେ ,ସାରା ବିଶ୍ୱରେ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ପାଳନ କରିଥାନ୍ତି l ଭାରତ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଏଠାରେ ସମସ୍ତ ଧର୍ମର ପର୍ବପର୍ବାଣି ପାଳନ କରାଯାଇଥାଏ l ଏହା ଏକ ପ୍ରାଚୀନ ଉଛବ ଅଟେ ,ଯାହାକୁ ଡିସେମ୍ବର ୨୫ ତାରିଖ ଦିନ ଶୀତ ଋତୁରେ ପାଳନ କରାଯାଇଥାଏ l ଏହା ପ୍ରଭୁ ଯୀଶୁଙ୍କର ଜନ୍ମ ଦିବସ ଭାବରେ ପାଳିତ ହୁଏ l ଆମ ଓଡ଼ିଶାର ଲୋକମାନେ ଏହାକୁ ବଡ଼ ଦିନ ଭାବରେ ପାଳନ କରିଥାନ୍ତି l ପରିବାର ସଦସ୍ୟ ଓ ବନ୍ଧୁ ବାନ୍ଧବଙ୍କ ସହିତ ପାଳନ ହୁଏ ଯୁବକ ଠାରୁ ବୟସ୍କ ଓ ଶିଶୁ ମାନେ ମଧ୍ୟ ଏହି ପର୍ବଟିକୁ ଇଂରାଜୀ ବର୍ଷର ଶେଷ ଆଡକୁ ଅପେକ୍ଷା କରି ଥାନ୍ତି l ଭଗବାନ ଯୀଶୁ ଈସାଈ ଧର୍ମର ସ୍ରଷ୍ଠା ଅଟନ୍ତି l ଅନେକ ବର୍ଷରୁ ଯୀଶୁଙ୍କର ମହତ୍ୱ ରହିଛି l ଯୀଶୁଙ୍କ ପିତା ଗୋଟିଏ ବଢ଼େଇ ଥିଲେ l ସେ ପିଲାବେଳରୁ ସତ୍ୟ ପରାୟଣ ଓ ସତ ମାର୍ଗରେ ଯିବାର ଛୋଟ ପିଲାଟିଏ ଥିଲେ l

ତେଣୁ ସେ ସର୍ବଦା ନିଜ ଘର ନିକଟରେ ଥିବା ଧର୍ମ ଆଲୋଚନାକୁ ଯାଇ ସେଠାରେ ଧର୍ମ ବାଣୀ ଶୁଣୁଥିଲେ l ଯୀଶୁଙ୍କ ପିତାଙ୍କୁ ଜଣା ନଥିଲା ଯୀଶୁ ଧର୍ମର ପ୍ରବକ୍ତା ଅଟନ୍ତି l ସେ ମାତ୍ର ୧୨ ବର୍ଷ ବୟସରେ ଜେରୁ ଜେଲମରେ ଧର୍ମ ଆଲୋଚନାରେ ସାମିଲ ହେଉଥିଲେ l ଏତେ ଛୋଟ ପିଲାକୁ ଧର୍ମ ଆଲୋଚନାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ l ସେ ତାଙ୍କ ପିତାଙ୍କର ବାଡେଇ କାମ ଦେଖୁଥିଲେ ମଧ୍ୟ ସେଥିରେ ତାଙ୍କ ମନ ଲାଗି ନଥିଲା l ୩୦ ବର୍ଷ ବୟସରେ ଯୀଶୁ ୟୁହନା ସହିତ ପାଣିରେ ବୁଡ଼ ଲଗାଇବା କାରଣରୁ ତାଙ୍କ ଶରୀରକୁ ପବିତ୍ର ଆତ୍ମା ଆସିଥିଲା ବୋଲି କୁହାଯାଇଥାଏ l ୪୦ ଦିନ ଉପବାସ ରହିବା ପରେ ଲୋକମାନଙ୍କୁ ଧର୍ମ ଉପରେ ଶିକ୍ଷା ଦେବାକୁ ଲାଗିଲେ l ଯାହା ଦ୍ୱାରା ଅନ୍ୟ ଧର୍ମ ଗୁରୁ ମାନେ ତାଙ୍କୁ ସେହିପାରି ନଥିଲେ l

ଏହାପରେ ଯୀଶୁଙ୍କ ଉପରେ ମିଥ୍ୟା ଲଂଛାନା ଲଗାଇ ଧର୍ମ ଗୁରୁ ମାନେ ରୋମାନର ଗଭର୍ନରଙ୍କୁ ଅଭିଯୋଗ କରିଥିଲେ l ଯାହା ଦ୍ୱାରା କ୍ରୁର ଗଭର୍ନର ତାଙ୍କୁ ଶୁଳୀରେ ଚଢାଇ ଥିଲେ l ଏପରି କୁହାଯାଏ ଯେ ଯେତେବେଳେ ଯୀଶୁ ଶୁଳୀରେ ଚଢିଲେ ସେହି ସମୟରେ ସମସ୍ତ ମନବଙ୍କର ପାପ ନିଜ ଉପରକୁ ନେଇଯାଇଥିଲେ l କୁହାଯାଏ ଯେ ମୃତ୍ୟୁର ୩ଦିନ ପରେ ଯୀଶୁ ଆଉଥରେ ଜନ୍ମ ହୋଇଥିଲେ ଏବଂ ୪୦ ଦିନ ପରେ ସିଧା ସ୍ୱର୍ଗକୁ ଯାଇଥିଲେ l ସେତେବେଳେ ଯୀଶୁଙ୍କର ୧୨ ଜଣ ଶିଷ୍ୟ ଖ୍ରୀଷ୍ଟ ଧର୍ମକୁ ଚାରିଆଡେ ପ୍ରଚାର କରିଥିଲେ l ଯୀଶୁ ମାନବ ଜାତିର କଲ୍ୟାଣ ପାଇଁ କୁଶବିଦ୍ଧ ହୋଇଥିଲେ ଓ ସମସ୍ତଙ୍କୁ ଯୋଡି ହୋଇ ଶାନ୍ତିର ସହିତ ରହିବ ପାଇଁ ସନ୍ଦେଶ ଦେଇ ଯାଇଥିଲେ l ସେଥିପାଇଁ ଡିସେମ୍ବର ୨୫ ତାରିଖକୁ ସାରା ବିଶ୍ୱରେ ବଡ଼ଦିନ ଭାବରେ ପାଳନ କରାଯାଏ l

Leave A Reply