Odisha news

ବିଶ୍ୱ ଉପରେ ଘେନାଉଛି ଆଉ ଗୋଟିଏ ଯୁଦ୍ଧର ବିଭୀଷିକା

0

ୟୁକ୍ରେନ – ରୁଷ ର ଭୟଙ୍କର ଯୁଦ୍ଧ ବିଭୀଷିକା ନ ଲିଭିବା ପୂର୍ବରୁ ଆରମ୍ଭ ହେବାକୁ ଯାଉଛି ତାଇୱାନ ଚୀନ ଯୁଦ୍ଧ l ଯାହା ବର୍ତମାନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି l ଅନ୍ତରରାଷ୍ଟ୍ରୀୟ ଗଣମାଧ୍ୟମ ସୂଚନା ଅନୁସାରେ ତାଇୱାନ ଓ ଚୀନ ବର୍ତ୍ତମାନ ଯୁଦ୍ଧ ପାଇଁ ମୁହାଁମୁହିଁ ହେଉଛନ୍ତି  l ଏହାକୁ ନେଇ ସମଗ୍ର ବିଶ୍ୱ ଚିନ୍ତାରେ l

ଆମେରିକାର ହାଉସ ଅଫ ରିପ୍ରେଜେଣ୍ଟଟ୍ୱେଟିଭ ର ସ୍ପିକର ନ୍ୟlନ୍ସି ପେଲୋସି ତାଇୱାନ ଗସ୍ତରେ  ଯିବାକୁ ନେଇ ଚାଇନା ଏହାକୁ ପ୍ରତିବାଦ କରିଥିଲା l କିନ୍ତୁ ଆମେରିକା ସହିତ ଜାପାନ ମଧ୍ୟ ଚାଇନା କୁ ପ୍ରତିବାଦ କରିବାରୁ ଚୀନ ଅସନ୍ତୋଷ ପ୍ରକାଶ କରିଛି l  ଏହାପରେ ନ୍ୟlନ୍ସି ପେଲୋସି ତାଇୱାନ ଗସ୍ତ ସମ୍ପୂର୍ଣ କରିବା ବେଳକୁ ଚୀନ ନିଜର ୨୭ ଟି ଯୁଦ୍ଧ ବିମାନ ତାଇୱାନ ର ଏୟାର ଡିଫେନ୍ସ ଜୋନ୍ କୁ ପଠାଇ ଦେଇଛି l ଏହାଛଡା ଚୀନ ପକ୍ଷରୁ ଆମେରିକା ସଂସଦ ଙ୍କୁ ମଧ୍ୟ ବ୍ଲାକ ଲିସ୍ଟେଡ଼ କରାଯାଇଛି l

ଆମେରିକୀୟ ସାଂସଦ ନ୍ୟlନ୍ସି ପେଲୋସି ଙ୍କ ତାଇୱାନ ଯାତ୍ରାକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ଉତେଜନା ଆହୁରି ଅଧିକ ବଢି ଯାଇଛି l ଚାଇନା ନିଜର ସରକାରୀ ଖବରକାଗଜ ଦ୍ୱାରା ସୂଚନା ଦେଇଛି ଯେ ଆମେରିକା ତାଇୱାନ ଆଢୁଆଳ ରେ ଚୀନ କୁ ଡ଼ରାଇବାକୁ ଚେଷ୍ଟା କରୁଛି l ଯାହାର ପରିଣତି ଖୁବ ଭୟାବହ ହେବ l

ନ୍ୟlନ୍ସି ପେଲୋସି ଙ୍କ ତାଇୱାନ ଗସ୍ତକୁ ନେଇ ଚୀନ ନିଜ ବଜାରରୁ ଅନେକ ତାଇୱାନ ବସ୍ତୁ ଓ ଫଳ ଗୁଡିକର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି l ଏହାଛଡା ଚାଇନା ଧମକ ଦେଇ କହିଛି ଯେ ଯଦି ଜି 7 ଦେଶ ଗୁଡିକୁ ତାଇୱାନ ରେ ଶାନ୍ତି ଚାହୁଁଛନ୍ତି ତେବେ ଆମେରିକା ଚୀନ ବିରୁଦ୍ଧରେ ଏଭଳି ଦାୟିତ୍ୱଶୂନ୍ୟ ପଦକ୍ଷେପ ନନେଉ କିମ୍ବା ତାଇୱାନ କୁ ନ ଉସୁକାଉ ବୋଲି ଆମେରିକାକୁ ବୁଝାଇ ଦିଅନ୍ତୁ l

ଚୀନ – ତାଇୱାନ ଯୁଦ୍ଧର ମୁଖ୍ୟ କାରଣ
ତାଇୱାନ ଦକ୍ଷିଣ ପୂର୍ବ ଚୀନ ଉପକୂଳ ରୁ ପାଖାପାଖି ୧୦୦ ମାଇଲ ଦୂରରେ ଅବସ୍ଥିତ ଗୋଟିଏ ଛୋଟ ଦୀପ ଟିଏ l  ତାଇୱାନ ର ଜନସଂଖ୍ୟା ୨୩ ମିଲିୟନ, ଯଦି କ୍ଷେତ୍ରଫଳ କଥା ଦେଖିବା ତେବେ ତାଇୱାନ ୧୪୦୦ ସ୍କୋୟାର ମାଇଲ ରୁ ମଧ୍ୟ କମ ରେ ଥିବା ଗୋଟିଏ ଅଂଚଳ l ତାଇୱାନ ରାଷ୍ଟ୍ରୀୟ ପତାକା ୧୯୨୮ ରେ ଅଧିକାରିକ ମାନ୍ୟତା ପାଇଥିଲା l

ଆଜି ପର୍ଯ୍ୟନ୍ତ ଚୀନ ତାଇୱାନ କୁ ନିଜର ଗୋଟିଏ ଅଂଶ ବୋଲି ଗ୍ରହଣ କରି ଆସିଛି  l କିନ୍ତୁ ତାଇୱାନ ନିଜକୁ ଗୋଟିଏ ସଂପ୍ରଭୁତ୍ୱ ରାଷ୍ଟ୍ର ଭାବିଥାଏ l ତାଇୱାନ ର ନିଜସ୍ୱ ସମ୍ବିଧାନ ରହିଛି ଓ ଏଠାରେ ଜନସାଧାରଣଙ୍କ ଦ୍ୱାରା ସରକାର ବଛାଯାଇ ଥାଏ l ଏହାକୁ ନେଇ ଚୀନ ଓ ତାଇୱାନ ମଧ୍ୟରେ ବିବାଦ ଚାଲିଛି l ଏହି ୨ଦେଶ ଦେଶଙ୍କ ବିବାଦ ଦୀର୍ଘ ୭୩ ବର୍ଷରୁ ହୋଇ ଆସୁଛି l କିନ୍ତୁ ଗତ କିଛିଦିନ ହେବ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇ ବର୍ତମାନ ଯୁଦ୍ଧ ଆଡକୁ ଅଗ୍ରସର ହେଉଛି l

Leave A Reply