Odisha news

ତାଇୱାନ ଉପରେ ଆକ୍ରମଣ କରିବାକୁ ଚୀନ ପ୍ରସ୍ତୁତ ହେଉଥିବା ବେଳେ, ଚୀନ ର ସିକ୍ରେଟ ପ୍ଲାନ ଲିକ

0
ନୂଆଦିଲ୍ଲୀ : ତାଇୱାନ ଉପରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଚୀନ ସେନା ର ଗୋଟିଏ ଅଡିଓ ଲିକ ହେବା ଦ୍ୱାରା ଚାଞ୍ଚଲ୍ୟ ବ୍ୟାପି ଯାଇଥିଲା l ୟୁକ୍ରେନ ଉପରେ ରୁଷ ଆକ୍ରମଣ ପରେ ଆମେରିକା ଅଧିକାଂଶ ସମୟ ଚିନ୍ତା ପ୍ରକଟ କରି ଆସୁଛି କି ଚୀନ ତାଇୱାନ ଉପରେ ଆକ୍ରମଣ କରିପାରେ l ଅନ୍ୟ ପକ୍ଷର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଯଦି ଚୀନ ଆମେରିକା ତାଇୱାନ ଉପରେ ଆକ୍ରମଣ କରେ ତେବେ ଆମେରିକା ତାଇୱାନ କୁ ସାହାଯ୍ୟ କରିବ l ଏହାକୁ ଶୁଣି ଚୀନ କହିଛି ଆମେରିକା ନିଆଁରେ ଖେଳିବାକୁ ଚେଷ୍ଟା କରୁଛି ଓ ‘ ତାଇୱାନ କାର୍ଡ’ ରେ ସିଏ ନିଜର ହାତକୁ ପୋଡ଼ିଦେବ l
ଚୀନରେ ଜନ୍ମ ଜଣେ ମାନବାଧିକାର କାର୍ଯ୍ୟକର୍ତା ଜେନିଫର ଝେଂଗ ତାଇୱାନ ଉପରେ ଆକ୍ରମଣ କରୁ ଥିବାର ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଚିନି ସେନାର ଟପ ଅଧିକାରୀ ମାନଙ୍କର ସିକ୍ରେଟ ମିଟିଂ ର ଅଡିଓ କ୍ଲିପ ଜାରି କରାଯାଇଛି l ୫୭ ମିନିଟ ର ଏହି ଅଡିଓ ରେ ଚୀନ ମିଲେଟରି ପିପୁଲସ୍ ଲିବରେସନ ଆର୍ମିର ଅଧିକାରୀ ମାନେ ତାଇୱାନ ସହିତ ଯୁଦ୍ଧ ସମୟରେ ଆର୍ମି ମାନଙ୍କର ବ୍ୟବହାର, ତାଇୱାନ ବିରୁଦ୍ଧରେ ସୈନ୍ୟ କାରାବାଈ ର ଯୋଜନା ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି ଏହି ଅଡିଓ ରେ l
ଜେନିଫର ଝେଂଗ ଗୋଟିଏ ଟୁଇଟ ରେ କହିଛନ୍ତି ଯେ ୧୯୪୯ ରେ ଚିନି ସେନା ଗଠନ ହେବାର ପ୍ରଥମ ଥର ପାଇଁ ଚିନି ସେନାଙ୍କ ଟପ ଅଫିସର ମାନଙ୍କର ସିକ୍ରେଟ ମିଟିଂ ଲିକ ହୋଇଛି l ଏଥିପାଇଁ ଚୀନର ଜଣେ ଲେଫ୍ଟନେଣ୍ଟ ଜେନେରାଲ ଓ ୩ଜଣ ମେଜର ଜେନେରାଲ ଙ୍କୁ ମୃତ୍ୟୁଦଣ୍ଡ ଦିଆ ଯାଇଛି l ଅଧିକାଂଶ ସୈନ୍ୟ ଅଧିକାରୀଙ୍କୁ ଜେଲ ପଠାଇ ଦିଆ ଯାଇଛି l ଏହି ଅଡିଓ ଲିକ କୁ ନେଇ ଚୀନ ର ସଟାଧାରୀ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ରେ ବିଦ୍ରୋହ ର ସବୁଠୁ ବଡ ପ୍ରମାଣ ମିଳିଛି l
ତାଇୱାନ ଉପରେ ଚୀନ ଆକ୍ରମଣ ର ୪ଟି ସିକ୍ରେଟ ପ୍ଲାନ –
୧- ପର୍ଲ ନଦୀ ଘାଟିରେ ଥିବା ୧୧ ଟି ସହରକୁ ସୁରକ୍ଷିତ ରଖିବାର ପ୍ଲାନ l
୨- ୧.୪୦ ଲକ୍ଷ ସୈନିକ ଙ୍କର ୯୫୩ ଜାହାଜ ସହିତ ଆକ୍ରମଣ କରିବାକୁ ପ୍ରସ୍ତୁତ l
୩- ଡ୍ରୋନ୍‌, ସାଟେଲାଇଟ୍, ବୋଟ ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡିକୁ ପ୍ରଡକ୍ସନ ବଢାଇବା ପାଇଁ ନିର୍ଦେଶ l
୪ – ବିଶ୍ୱରେ ରହିଥିବା ସମସ୍ତ ଚୀନ ନାଗରିକଙ୍କୁ ଚିନୀ ପ୍ରପାଗଣ୍ଡା ବିସ୍ତାର କରିବାକୁ ପରାମର୍ଶ l
କଣ ପାଇଁ ଚୀନ ର ତାଇୱାନ ସହିତ ବିବାଦ
ଚୀନ ତାଇୱାନ କୁ ନିଜ ଦେଶର ଗୋଟିଏ ଅଂଶ ଭାବୁଛି l ଚୀନ ର ଭାବନା ରହିଛି ଯେ ଗୋଟିଏ ଦିନ ତାଇୱାନ ଚୀନ ରେ ସାମିଲ ହେବ l କିନ୍ତୁ ତାଇୱାନ ନିଜକୁ ଗୋଟିଏ ସ୍ୱତନ୍ତ୍ର ଦେଶ ଭାବୁଛି l ଯାହାର ନିଜର ସମ୍ବିଧାନ ରହିଛି ଓ ଏଠାରେ ଜନସାଧାରଣ ଙ୍କ ଦ୍ୱାରା ନିର୍ବାଚିତ ସରକାର ରହିଛନ୍ତି l ତାଇୱାନ ପଶ୍ଚିମ ତଟ ପ୍ରଶାନ୍ତ ମହାସାଗର ରେ ପୂର୍ବ ଓ ଦକ୍ଷିଣ ଚୀନ ସାଗରରେ ସାଗରର ଜଙ୍କ୍ସନ ରେ ରହିଥିବା ଗୋଟିଏ ଆଇଲ୍ୟାଣ୍ଡ ଅଟେ, ଯାହାର ନାମ ପୂର୍ବରୁ ଫୋରମଶା ନାମରେ ନାମିତ ଥିଲା l ତାଇୱାନ ଦକ୍ଷିଣ-
ପୂର୍ବ ଚୀନ ତଟ ରୁ ପ୍ରାୟ ୧୦୦ କିମି ଦୂରରେ ଅବସ୍ଥିତ l
ତାଇୱାନ ନିଜର ବିଦେଶୀ ନୀତି ପାଇଁ ୟୁରୋପୀୟ ରାଷ୍ଟ୍ରରେ ଖୁବ ପ୍ରସଂଶିତ ଅଟେ l ତାଇୱାନ ଆମେରିକାର ଖୁବ ନିକଟତର ଅଟେ l ବିଶେଷଜ୍ଞ ମାନଙ୍କ ମତରେ ଯଦି ତାଇୱାନ ଉପରେ ଚୀନ ଆକ୍ରମଣ କରିବାରେ ସଫଳ ହୋଇଗଲା ତେବେ ପଶ୍ଚିମ ପ୍ରଶାନ୍ତ ମହାସାଗର ରେ ତାର ପ୍ରକୋପ ବଢ଼ିଯିବ l
Leave A Reply