Odisha news

କିଛି ତ ରହିଛି ଗୁଢ଼ ରହସ୍ୟ : ବାଦୁଡ଼ି ଗୁମ୍ଫା ର ଯାଞ୍ଚ କରିବା ପାଇଁ କାହିଁକି ଡରୁଛି ଚୀନ୍ , WHO ର ଦାବିକୁ କଲା ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ମହାମାରୀ ର ଟିକା ବାହାରିଗଲା , କିନ୍ତୁ ଆଜି ପର୍ଯ୍ୟନ୍ତ ଜଣା ପଡ଼ିଲା ନାଇଁ ଏହି ଭୁତାଣୁ ମଣିଷ ମାନଙ୍କୁ ବ୍ୟାପିଲା କିପରି । କିନ୍ତୁ ଗୋଟିଏ ମୋଟା ମୋଟି ଅନୁମାନ ଅନୁସାରେ ଚୀନ୍ ର ବାଦୁଡି ମାନଙ୍କ ନିକଟରୁ ମଣିଷ ମାନଙ୍କ ଶରୀରକୁ କରୋନା ବ୍ୟାପିଲା , କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର କୌଣସି ପୁଷ୍ଟି ହୋଇପାରି ନାହିଁ । ସଂକ୍ରମଣ କେଉଁଠୁ ବ୍ୟାପିଲା ଏହାକୁ ନେଇ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ର ଗୋଟିଏ ଦଳ ଚୀନ୍ ର ବଦୁଡ଼ି ମାନଙ୍କ ଗୁମ୍ଫା ଓ ପଶୁପାଳନ ଫାର୍ମ ଗୁଡ଼ିକୁ ଯାଞ୍ଚ କରିବାକୁ ଚାହୁଁଛି । କିନ୍ତୁ ସବୁଥର ଭଳି ଚୀନ୍ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା ଯେଉଁ କାରଣରୁ ଆଉଥରେ ଚୀନ୍ ସନ୍ଦେହ ଘେରକୁ ଆସିଲା ।
ୱାଶିଂଟନ ପୋଷ୍ଟ ଅନୁସାରେ ଏହା ଦାବି କରାଯାଇଛି ଯେ କରୋନା ମହାମାରୀ ର ଉତ୍ପତ୍ତି ର ରହସ୍ୟ ଜାଣିବା ପାଇଁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଏନ୍ସି ନାମକ ଜାଗା କୁ ଯାତ୍ରା କରିବାକୁ ପ୍ରସ୍ତାବ ଦେଇଥିଲା । ଏହି ସ୍ଥାନଟି ବୁହାନ ରୁ ୬ ଘଣ୍ଟାର ରାସ୍ତା ଅଟେ । ଯାହା କରୋନା ମହାମାରୀ ର ଉତ୍ପତ୍ତି ସ୍ଥଳ ଅଟେ , ଯାହାକୁ ଚୀନ୍ ପ୍ରତ୍ୟାଖ୍ୟାନ କଲା ।
ଚଳିତ ବର୍ଷ ଅଗଷ୍ଟ ମାସରେ ଆମେରିକାର ଗୁଇନ୍ଦା ବିଭାଗ କହିଥିଲା ଯେ କରୋନା ମହାମାରୀ କୌଣସି ବାୟୋଲଜିକାଲ ହଟିଆର ନୁହେଁ , ଏହା ଲ୍ୟାବ୍ ରୁ ବାହାରି ନେଚୁରାଲ ଟ୍ରାନସମିସନ ଜରିଆରେ ଆସିଚି । କିନ୍ତୁ ଚୀନ୍ ଲଗାତାର ଏହାକୁ ମନା କରୁଛି ଯେ କରୋନା ର ଉତ୍ପତ୍ତି ଚୀନ୍ ନୁହେଁ । ବୁହାନ ର ପଶୁ ଫାର୍ମ ଗୁଡ଼ିକ ସେତେେଳେ ଚର୍ଚ୍ଚାରେ ଆସିଲା ଯେତେବେଳେ ଏଠାରୁ ଜୀବଜନ୍ତୁ ମାନଙ୍କୁ ନିୟମ ବିରୁଦ୍ଧରେ ଜାଇ ବଜାରରେ ବିକ୍ରି କରାଯାଉ ଥିଲା । ବୈଜ୍ଞାନିକ ମାନେ ଚିନ୍ତା କରୁଛନ୍ତି ଯେ ଏହିସବୁ ଜୀବଜନ୍ତୁ ଙ୍କ ନିକଟରୁ କରୋନା ଭୂତାଣୁ ମଣିଷ ମାନଙ୍କୁ ବ୍ୟାପିଲା ।
Shares