ନୂଆଦିଲ୍ଲୀ : ଚୀନ୍ ନିଜର ବିଶେଷ ପ୍ରକୃତି ପାଇଁ ସବୁଆଡେ ଜଣାଶୁଣା । ତାର କପଟ ସ୍ଵଭାବ ଆଗରେ ସାରା ବିଶ୍ବ ହାର୍ ମନିଯିବ ବୋଧହୁଏ । ସେ ପ୍ରତେକ୍ ଦେଶକୁ ନିଜ କବଜା ରେ କରିବା ପାଇଁ ନିଜର ବୁଦ୍ଧି ଚଳାଇ ଥାଏ । କିନ୍ତୁ ଭାରତ ଓ ଆମେରିକା ଭଳି କେତୋଟି ଦେଶ ତା ଜାଲରେ ପଡ଼ି ପାରନ୍ତି ନାହିଁ ।
ବର୍ତ୍ତମାନ୍ ଆଫଗାନିସ୍ତାନ ରେ ତାଲିବନ ଆଉ ଥରେ ନିଜର ମୁଣ୍ଡ ଟେକିଲାଣି । ଏହି କଥାକୁ ଭ୍ରୁକ୍ଷେପ କରି ଚୀନ୍ ଆଫଗାନିସ୍ତାନ ରେ ନିଜର ବିସ୍ତାର ବାଦି ନୀତି ଲାଗୁ କରିବା ପାଇଁ ପ୍ରସ୍ତୁତ ହେଉଛି । ଚୀନ୍ ନିଜର ସିପେଡ୍ ପ୍ରୋଜେକ୍ଟ କୁ ଚୀନ୍ ରୁ କାବୁଲ ପର୍ଯ୍ୟନ୍ତ ଯୋଡ଼ିବକୁ ଚାହୁଁଛି । ଆଫଗାନିସ୍ତାନ ରାସ୍ତାରେ ଯାଇ ତାର ପ୍ରୋଜେକ୍ଟ ଇରାନ ରେ ପହଞ୍ଚିବ । ଚୀନ୍ ର ଏହି ପ୍ଲାନ୍ କୁ ନେଇ ଭାରତକୁ ମଧ୍ୟ ସତର୍କ ରହିବାକୁ ପଡିବ । ବର୍ତ୍ତମାନ୍ ଚୀନ୍ ରେ ପେଶୱାର ରୁ ନେଇ କାବୁଲ ପର୍ଯ୍ୟନ୍ତ ରୋଡ୍ ମ୍ୟାପ୍ ପ୍ରସ୍ତୁତି ସରିଛି ।
ଜିଂପିଂ ଙ୍କର ଡ୍ରିମ୍ ପ୍ରୋଜେକ୍ଟ ରେ ରହିଛି ଆଫଗାନିସ୍ତାନ । କାରଣ ଆଫଗାନିସ୍ତାନ ପରେ ହିଁ ଚୀନ୍ ଇରାନ ରେ ସହଜରେ ପହଞ୍ଚି ପାରିବ । ଆମେରିକା ଆଫଗାନିସ୍ତାନ ରୁ ଯିବା ପରେ ହିଁ ଚୀନ୍ ତା ଉପରେ ନଜର ରଖିଲା । ଦୁଇ ଦଶକ ପରେ ଆମେରିକା ଆଫଗାନିସ୍ତାନ ରୁ ନିଜର ସୈନ୍ୟକୁ ଫେରାଇ ନେଇଛି । ପାଖାପାଖି ୨୦ବର୍ଷ ପର୍ଯ୍ୟନ୍ତ ଆମେରିକା ଆଫଗାନିସ୍ତାନରେ ତାଲିବନ୍ ଓ ଅଲ୍କାଇଦା ସହିତ ଯୁଦ୍ଧ କରିଥିଲା ।
ସୂଚନା ଯୋଗ୍ୟ ଯେ ଆଫଗାନିସ୍ତାନ ଚୀନ୍ ପାଇଁ ସହଜ ରାସ୍ତା ହେବନାହିଁ କିନ୍ତୁ ଚୀନ୍ ନିଜର ପ୍ରକୃତି ଚାଲୁ ରଖିଛି । ଭାରତ ପାଇଁ ଏହା ଏକ ଚିନ୍ତାର କାରଣ ଅଟେ , କାହିଁକି ଏଠାରେ ଭାରତ ନିଜର ପୁଞ୍ଜି ନିବେଶ କରିଛି । ଯଦି ତାଲିବନ୍ ଚୀନ୍ ରେ ଉଇଗର ମୁସଲମାନ ଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ନେଇ ପ୍ରତିଶୋଧ ନିଏ ତେବେ ଏହା ଚୀନ୍ ପାଇଁ ଅସୁବିଧାର କାରଣ ହୋଇପାରେ । ଚୀନ୍ ପେଶୱାର ରୁ ନେଇ କାବୁଲ ପର୍ଯ୍ୟନ୍ତ ରୋଡ଼ ପ୍ରସ୍ତୁତ କରିବାକୁ ଚାହୁଁଛି ତାହାକୁ ନେଇ ଆଫଗାନିସ୍ତାନ ଓ ଚୀନ୍ ର ଅଧିକାରୀ ମାନଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ଆରମ୍ଭ ହୋଇ ସାରିଛି । ଦେଖାଯାଉ ଆଗକୁ କଣ ହେଉଛି ।
Comments are closed.