ନୂଆଦିଲ୍ଲୀ : ଚୀନ ନିଜ ଦେଶରେ କମୁଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ରହିଛି କି ? ଆଜ୍ଞା ହଁ ଚୀନ ସୋମବାରଦିନ ଘୋଷଣା କରିଛି ଯେ ପ୍ରତେକ ମାତାପିତା ୩ଟି ସନ୍ତାନକୁ ଜନ୍ମ ଦେଇ ପାରିବେ ,ଏହି ଅନୁମତି ଦିଆଯାଇଛି l ଡ୍ରାଗନ ପକ୍ଷରୁ ନିକଟରେ ଆସିଥିବା ଜନସଂଖ୍ୟା ଗଣନା ପରେ ନୀତିଗତ ଭାବରେ ଘୋଷଣା କରାଯାଇଛି ,ଯେଉଁଥିରେ ଛୁଆ ମାନଙ୍କର ଜନ୍ମର କମିଥିବାର ଦର୍ଶା ଯାଇଛି l ଚୀନ ଗଣମାଧ୍ୟମ ସୂଚନା ଅନୁସାରେ ରାଷ୍ଟ୍ରପତି ଜିଙ୍ଗପିଙ୍ଗଙ୍କ ଅଧକ୍ଷତରେ ଗୋଟିଏ ପୋଲିସ ବ୍ୟୁରର ବୈଠକ ସମୟରେ ଏହି ପରିବର୍ତ୍ତନକୁ ମଞ୍ଜୁରୀ ଦିଆଯାଇଥିଲା l
୨୦୧୬ ରେ ଚୀନ ନିଜର ଅନେକ ବର୍ଷରୁ ରହିଥିବା ପୁରୁଣା ନୀତି ଗୋଟିଏ ଛୁଆର ନୀତିକୁ ସମାପ୍ତ କରି ଦେଇଥିଲା l ଚୀନର ଜନସଂଖ୍ୟା ବିସ୍ଫୋଟକୁ ଅଟକାଇବା ପାଇଁ ଏହି ନୀତି ଲାଗୁ କରାଯାଇଥିଲା l ୨ ଟି ଛୁଆଙ୍କ ସୀମା ସହିତ ଚୀନରେ ଛୁଆ ମାନଙ୍କ ଜନ୍ମରେ ନିରନ୍ତର ବୃଦ୍ଧି ହୋଇନାହିଁ l ଅଧିକାଂଶ ଲୋକ ଏହି ନିୟମକୁ ଆପଣାଇ ନାହାନ୍ତି l ଚଳିତ ମାସ ଆରମ୍ଭରେ ଆଉଥରେ ଚୀନର ଜନଗଣନା ବିଷୟରେ ଜଣା ପଡିଥିଲା l ୧୯୫୦ ମସିହା ପରେ ସବୁଠୁ ଧୀରେ ଗତ ୧୦ ବର୍ଷା ଭିତରେ ଜନଗଣନା ସବୁଠୁ କମି ଯାଇଥିଲା l
ଚୀନର ଜନସଂଖ୍ୟା ୨୦୧୯ ତୁଳନାରେ ୦.୫୩ ପ୍ରତିଶତରୁ ବଢି ୧.୪ ଅରବୋରେ ବଢିଥିଲା l ଚୀନର ସରକାରଙ୍କ ଦ୍ୱାରା ନିକଟରେ ଜାରି କରାଯାଇଥିବା ସପ୍ତମ ରାଷ୍ଟ୍ରୀୟ ଜନଗଣନାର ତଥ୍ୟ ଅନୁସାରେ ବର୍ତ୍ତମାନ ଆଗ ଅପେକ୍ଷା ଚୀନର ଜନସଂଖ୍ୟାରେ କମିବାର ଲକ୍ଷ କରାଯାଇଛି l ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ୨୦୧୯ ରେ ଜାରି କରାଯାଇଥିବା ଏକ ତଥ୍ୟ ଅନୁସାରେ ଚୀନରେ ଯେଉଁଠି ଜନସଂଖ୍ୟା କମିଛି ସେହି ସ୍ଥାନରେ ୨୦୨୭ ସୁଦ୍ଧା ଭାରତର ଜନସଂଖ୍ୟା ବିଶ୍ୱରେ ସବୁଠୁ ଅଧିକ ଥିବା ବୋଲି ଅନୁମାନ କରାଯାଇଛି l

Comments are closed.