Odisha news

ଭାରତର ଏହି ରଣନୀତି ବିରୁଦ୍ଧରେ ଚୀନ ମାଗିଲା ବାଙ୍ଗଲାଦେଶକୁ ସାହାଯ୍ୟ

0

ନୂଆଦିଲ୍ଲୀ : ହିନ୍ଦ ପ୍ରଶାନ୍ତ ମହାସାଗରରେ ମିଳିତ ଦେଶ ଭାରତ ,ଆମେରିକା ,ଜାପାନ ଓ ଅଷ୍ଟ୍ରେଲିଆ ବିରୁଦ୍ଧରେ ଚୀନ ବଙ୍ଗଳା ଦେଶ ପାଖରୁ ସହଯୋଗ କାମନା କରି କହିଛି ଦକ୍ଷିଣ ଏସିଆରେ ଉଭୟ ଦେଶଙ୍କୁ ମିଳିତ ଭାବରେ ସୈନ୍ୟ ସଂଗଠନ ସ୍ଥାପନ କରି ବାହାର ଶକ୍ତିକୁ ଅଟକାଇବାକୁ ପଡିବ l ଚୀନର ରକ୍ଷାମନ୍ତ୍ରୀ ଜେନେରାଲ ଫେଙ୍ଗ ମଙ୍ଗଳବାର ଦିନ ବଙ୍ଗଳାଦେଶର ଯାତ୍ରାରେ ଯାଇ ପହଂଚି ଛନ୍ତି ଓ କହିଛନ୍ତି ଦକ୍ଷିଣ ଏସିଆରେ ବଢୁଥିବା ବାହାର ପ୍ରଭୁତ୍ୱକୁ ଅଟକାଇବାକୁ ପଡିବ l

ମିଳିତ ଦେଶ ମାନଙ୍କର ହିନ୍ଦ ମହାସାଗର ଯୁଦ୍ଧ ଅଭ୍ୟାସକୁ ଆଖି ଆଗରେ ରଖି ସେ ଏହି ମତ ଦେଇଛନ୍ତି l ସେ ମଙ୍ଗଳବାର ଦିନ ବଙ୍ଗଳାଦେଶର ରାଷ୍ଟ୍ରପତି ହମିଦଙ୍କୁ ସାକ୍ଷାତ କରିଥିବା ସମୟରେ କହିଥିଲେ l ମିଳିଥିବା ସୂଚନା ଅନୁସାରେ ଚୀନ ଓ ବଙ୍ଗଳାଦେଶ ଦ୍ୱିପାକ୍ଷିକ ସୈନ୍ୟ ସହଯୋଗକୁ ଆଗକୁ ବଢାଇବାକୁ ନେଇ ସହମତ ଅଛନ୍ତି l ଚୀନର ଏହି ବୟାନ ମିଳିତ ଦେଶ ଆମେରିକା ,ଭାରତ ,ଅଷ୍ରେଲିଆ ଓ ଜାପାନର ହିନ୍ଦ ପ୍ରଶାନ୍ତ କ୍ଷତ୍ରରେ ଦୃଢ ସହଯୋଗକୁ ନେଇ ଦେଖା ଦେଇଛି l ଅହିଅ ଦେଶ ଗୁଡିକ ସମୁଦ୍ର କ୍ଷତ୍ରରେ ଅଘୋଷିତ ଭାବରେ ସକ୍ରିୟ ହୋଇ ଚାଲିଛନ୍ତି l

ପୂର୍ବରୁ ମଧ୍ୟ ଚୀନ ଏହାକୁ ବିରୋଧ କରିଥିଲା , ଚୀନର ବିଦେଶ ମନ୍ତ୍ରଣାଳୟ ପୂର୍ବରୁ ଏହି ଯୁଦ୍ଧ ଅଭ୍ୟାସକୁ ନେଇ ଅପତୀ ଉଠାଇ ଥିଲା ଓ କହିଥିଲା ବିଭିନ୍ନ ଦେଶ ମଧ୍ୟରେ ଆଦାନ ପ୍ରଦାନ ଓ ସହଯୋଗ ,ପରସ୍ପର ବିଶ୍ୱାସ ଉପରେ ଆଧାରିତ ହେବ ଆବଶ୍ୟକ ,ଏହା ନୁହେଁ ଯେ କୌଣସି ତୃତୀୟ ପକ୍ଷକୁ ଲକ୍ଷ କରିବା ଉଚିତ l ମାର୍ଚ୍ଚ ୧୨ ତାରିଖ ଦିନ ହୋଇଥିବା ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ,ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଓ ଜାପାନର ପ୍ରଧାମନ୍ତ୍ରୀ ଅଂଶଗ୍ରହଣ କରିଥିଲେ l ବିଶେଷ ସୂତ୍ରରୁ ଜଣାପଡିଛି ଯେ ଚୀନ ଓ ବଙ୍ଗଳାଦେଶଙ୍କ ମଧ୍ୟରେ ବିକାଶ ରଣନୀତି ଓ ସହଯୋଗ ପାଇଁ ଅଧିକ ସମ୍ଭାବନା ରହିଛି l

IEC 2 years
Leave A Reply