Odisha news

ଦୁଇଟି ସନ୍ତାନର ନିୟମକୁ ଭଙ୍ଗ କରି କଲେ ୭ଟି ସନ୍ତାନ : ଜୋରିମାନା ଭାବରେ ଭରିଲେ ଏକ କୋଟି ଟଙ୍କା

0

ନୂଆଦିଲ୍ଲୀ : ଚୀନରେ ଜଣେ ଦମ୍ପତି ଦୁଇଟି ସନ୍ତାନର ନିୟମକୁ ଉଲଂଘନ କରି ୭ଟି ଛୁଆ ଜନ୍ମ କଲେ,କିନ୍ତୁ ସେଥିପାଇଁ ତାଙ୍କୁ ମୋଟା ଆକାରର ଧନ ରାଶି ଜୋରିମାନା ଆକାରରେ ଦେବାକୁ ପଡିଛି l ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଦମ୍ପତି ୭ଟି ଛୁଆଙ୍କୁ ଜନ୍ମ କରିବା ଯୋଗୁ ଏକ ଲକ୍ଷ ୫୫ ହଜାର ଡଲାରେ ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି ଏକ କୋଟିରୁ ଅଧିକ ହେବ ଜୋରିମାନା ଦେଇଛନ୍ତି l ୩୪ ବର୍ଷୀୟା ଜଣେ ମହିଳା ଯିଏ ପେସାରେ ବ୍ୟବସାୟୀ ଅଟନ୍ତି ,ତାଙ୍କ ନାମ ଝାଙ୍ଗ ରୋଙ୍ଗ ରୋଙ୍ଗ ଓ ତାଙ୍କ ୩୯ ବର୍ଷୀୟ ସ୍ୱାମୀ ୫ଟି ପୁଅ ଓ ୨ଟି ଝିଅଙ୍କୁ ଜନ୍ମ ଦେଇଛନ୍ତି l

ଚୀନର ଦୁଇଟି ସନ୍ତାନଙ୍କ ନିୟମକୁ ଉଲଂଘନ କରିଥିବାରୁ ଉକ୍ତ ଦମ୍ପତି ଚୀନ ସରକାରଙ୍କୁ ସୋସିଆଲ ସପୋର୍ଟ ଫିସ ଦେଇଛନ୍ତି l ଯଦି ସେମାନେ ଏହି ଜୋରିମାନା ଦେଇ ନଥାନ୍ତେ ତେବେ ତାଙ୍କର ୫ଟି ପିଲାଙ୍କୁ ସରକାରଙ୍କ ପକ୍ଷରୁ ପରିଚୟପତ୍ର ଓ ପ୍ରମାଣପତ୍ର ମିଳି ନଥାନ୍ତା l ଝାଙ୍ଗଙ୍କର ପୋଷାକ ଦୋକାନ ,ଗହଣା ଦୋକାନ ଓ କଷ୍ଟମେଟିସ ଦୋକାନ ରହିଛି l ଯାହା ଦକ୍ଷିଣ ପୂର୍ବ ଚୀନରେ ଗୋଟିଏ ଜଣାଶୁଣା କମ୍ପାନୀ ଭାବରେ ପରିଚିତ l ସେ କହିଛନ୍ତି ଯେ ମୋ ସ୍ୱାମୀ ବ୍ୟବସାୟକୁ ନେଇ ସବୁବେଳେ ସହର ବାହାରକୁ ଯାଇଥାନ୍ତି l

ମୋର ଦୁଇଟି ବଡ଼ ବଡ଼ ପିଲା ମଧ୍ୟ ଅନ୍ୟ ସହରରେ ଯାଇ ହଷ୍ଟେଲରେ ରହି ପାଠ ପଢୁଛନ୍ତି l ଆମେ ଯେତେବେଳେ ଚିନ୍ତା କଲୁ ଏତେ ଗୁଡିଏ ସନ୍ତାନ କରିବା ପାଇଁ ସେହି ସମୟରେ ନିଜ ପିଲାଙ୍କୁ କିପରି ଆର୍ଥିକ ସୁରକ୍ଷା ଦେବୁ ତାହାକୁ ଆଖି ଆଗରେ ରଖି ନିଜ ବ୍ୟବସାୟକୁ ବଢ଼ାଇ ଥିଲୁ l କାରଣ ଆମେ ସରକାରଙ୍କୁ ଜୋରିମାନା ଦେବା ବିଷୟରେ ମଧ୍ୟ ଚିନ୍ତା କରିଥିଲୁ l ଚୀନରେ ୧୯୭୯ ଠାରୁ ଗୋଟିଏ ସନ୍ତାନ ନିୟମ ଲାଗୁ ହୋଇଥିଲା l ୨୦୧୫ ରେ ୩୬ ବର୍ଷ ପରେ ଦୁଇଟି ସନ୍ତାନର ନିୟମ ଲାଗୁ କରାଗଲା l ବିଶେଷଜ୍ଞ ମାନେ ମତ ଦେଇଛନ୍ତି ଚୀନରେ କମୁଥିବା ଜନ୍ମ ଦରର ଏହା ଗୋଟିଏ ମୁଖ୍ୟ କାରଣ ଅଟେ l

Leave A Reply