ନୂଆଦିଲ୍ଲୀ : ୨୦୨୦ ରେ ଆସିଥିବା ଗୋଟିଏ ରିପୋର୍ଟ ଅନୁସାରେ କୁହାଯାଇଛି ଯେ ଯେବେଠୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଦେଶ ସମ୍ଭାଳି ଛନ୍ତି ସେବେଠାରୁ ପାକିସ୍ତାନରେ ଗଧ ମାନଙ୍କର ସଂଖ୍ୟ କମିବାକୁ ଲାଗିଛି l ପାକିସ୍ତାନ ଓ ଚୀନ ଉଭୟଙ୍କ ସମ୍ପର୍କରେ କେତେ ନିବିଡ଼ତା ତାହା ସମସ୍ତେ ଜାଣନ୍ତି l ଚୀନ ଲଗାତାର ଭାବରେ ପାକିସ୍ତାନରେ ବିଭିନ୍ନ ପ୍ରକାର ପୁଞ୍ଜିରେ ନିବେଶ କରିବାରେ ଲାଗିଛି l କିନ୍ତୁ ଆପଣ ହୁଏତ ଜାଣି ନଥିବେ ବର୍ତ୍ତମାନ ପାକିସ୍ତାନକୁ ଏହି ଖରାପ ସମୟରେ ଗଧ ମାନଙ୍କ ଠାରୁ ବଡ଼ ସାହାଯ୍ୟ ମିଳୁଛି l ଏହି ଗଧ ମାନଙ୍କୁ ଚୀନକୁ ରପ୍ତାନି କରାଯାଉଛି ଓ ପାକିସ୍ତାନର ଗଧ ଚୀନର ଖୁବ ପ୍ରିୟ ଅଟେ l
୨୦୨୦ ରେ ଆସିଥିବା ଗୋଟିଏ ସୂଚନା ଅନୂଆସାରେ କୁହାଯାଇଛି ଯେ ଇମ୍ରାନ୍ ସରକାର ଦେଶକୁ ସମ୍ଭାଳିବା ପର ଠାରୁ ଦେଶରେ ଗଧଙ୍କ ସଂଖ୍ୟା କଣ ପାଇଁ କମୁଛି l ବିଶ୍ୱର ଗଧ ମାନଙ୍କର ସଂଖ୍ୟାରେ ପାକିସ୍ତାନ ତୃତୀୟ ସ୍ଥାନରେ ବର୍ତ୍ତମାନ ରହିଛି l ପାକିସ୍ତାନରେ କେବଳ ଗୋଟିଏ ଜୀବ ହେଲା ଗଧ ଯାହାର ସଂଖ୍ୟା ୨୦୦୧ ରୁ ୨୦୦୨ ପରେ ଏକ ଲକ୍ଷ କମି ଯାଇଛି l ଯେତେଦିନ ପର୍ଯ୍ୟନ୍ତ ନବାଜ ସରିଫ ସରକାର ପାକିସ୍ତାନରେ ସରକାର ଗଢ଼ିଥିଲେ ସେତେବେଳେ ଅଟେ କମି ନଥିଲା l ପାକିସ୍ତାନରୁ ସବୁଠୁ ଅଧିକ ଗଧ ଚୀନକୁ ରପ୍ତାନି ହୋଇଥାଏ l ଏଠାରେ ଗଧ ମାନଙ୍କର ମୂଲ୍ୟ ସବୁଠୁ ଅଧିକ ଅଟେ l
ପାକିସ୍ତାନରୁ ଆସୁଥିବା ଗଧ ମାନଙ୍କର ପ୍ରୟୋଗ ପାରମ୍ପରିକ ଚାଇନିଜ ଔଷଧ ପାଇଁ ତିଆରି କରିବାରେ ବ୍ୟବହାର କରାଯାଇଥାଏ l ଗଧ ମାନଙ୍କ ଚର୍ମରୁ ଚୀନରେ ଜିଲେଟିନ ନିର୍ମାଣ ହୋଇଥାଏ l ଚୀନର ଗବେଷକ ମାନଙ୍କର କହିବାର ହେଲା ଗଧ ମାନଙ୍କ ଚର୍ମରୁ ଉନ୍ନତ ମନର ଔଷଧ ପ୍ରସ୍ତୁତ କରାଯାଇଥାଏ l ଶରୀରରେ ରକ୍ତ ହେବା ଓ ଇମ୍ୟୁନିଟି ବଢାଇବାର ଔଷଧ ଚୀନ ଗଧ ମାନଙ୍କ ଚର୍ମରୁ ପ୍ରସ୍ତୁତ କରିଥାଏ l ପାକିସ୍ତାନରେ ଗଧର ମାଲିକ ଗୋଟିଏ ଗଧକୁ ମାତ୍ର ଏକ ହଜାରରୁ ୧୫୦୦ ମୂଲ୍ୟରେ ବିକ୍ରି କରିଥାନ୍ତି l
Comments are closed.