ନୂଆଦିଲ୍ଲୀ : ଆମେରିକାର ବିଦେଶମନ୍ତ୍ରୀ ଆଣ୍ଟନି ବ୍ଲିକେନଙ୍କର ଉଇଗର ମୁସଲମାନଙ୍କ ପ୍ରତି ଦେଇଥିବା ଗୋଟିଏ ବ୍ୟାଙ୍କ ନେଇ ଚୀନ ଭୟଙ୍କର ଭାବରେ ଉତକ୍ଷିପ୍ତ ହୋଇଛି l ଚୀନର ବିଦେଶ ମନ୍ତ୍ରଣାଳୟ ଗୁରୁବାର ଦିନ ଗୋଟିଏ ବୟାନ ଜାରିକରି କହିଛି ଯେ ଉଇଗର ମୁସଲ୍ମାନଙ୍କ ପ୍ରତି ଦର୍ଶ ଯାଇଥିବା ଅତ୍ୟାଚାରର ଆରୋପକୁ ଚୀନ ଖଣ୍ଡନ କରିଛି l ଚୀନର ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଯେଭଳି ଭାବରେ ଜବାବ ଦେଇଥିଲେ ତାହା ଆଶ୍ଚର୍ଯ୍ୟ କରିଥିଲା , ସେ ଗୋଟିଏ ଗଣମାଧ୍ୟମ ଆଲୋଚନାରେ କହିଥିଲେ ଯେ ଚୀନରେ କୌଣସି ନରସଂହାର ହୋଇ ନାହିଁ ,ଏହି କଥାଟିକୁ ସେ ତିନିଥର ଦୋହରାଇଥିଲେ ଓ କହିଥିଲେ ଏହି କଥାକୁ ତିନିଥର ଦୋହରାଇବା ନିହାତି ଆବଶ୍ୟକ l
ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟନି ବ୍ଲିକେନକହିଛନ୍ତି ଯେ ଉଇଁଗର ମୁସଲ୍ମାନଙ୍କ ବିରୁଦ୍ଧରେ ଚୀନ ଜନସଂହାର ପଦକ୍ଷପ ଗ୍ରହଣ କରିଛି l ଆଣ୍ଟନି ବ୍ଲିକେନ ଉଇଗର ମୁସଲ୍ମାନଙ୍କ ପ୍ରତି ଚୀନର ବ୍ୟବହାରକୁ ଖୁବ ଆଲୋଚନା କରିଥିଲେ l ଟ୍ରମ୍ପ ସରକାରରେ ବିଦେଶମନ୍ତ୍ରୀ ରହିଥିବା ମାଇକ ମଧ୍ୟ ନିଜ କାର୍ଯ୍ୟକାଳ ସମୟରେ ଚୀନର ଉଇଗର ମୁସଲ୍ମାନ ପ୍ରତି ଅତ୍ୟାଚାରକୁ ନେଇ ଆଲୋଚନା କରିଥିଲେ l ଆମେରିକାର ବର୍ତ୍ତମାନର ବିଦେଶମନ୍ତ୍ରୀ ଆଣ୍ଟନି ବ୍ଲିକେନ ମଧ୍ୟ ବୁଧବାର ଦିନ ନିଜର ପ୍ରଥମ ପ୍ରେସ ବିଜ୍ଞପ୍ତିରେ ପୂର୍ବତନ ବିଦେଶମନ୍ତ୍ରୀ ମାଇକଙ୍କର ବୟାନକୁ ସହମତି ଜଣାଇଥିଲେ l ଅନ୍ତରାଷ୍ଟ୍ରୀୟ ସଂଗଠନର ସମସ୍ତ ରିପୋର୍ଟରେ ଚୀନର ସିଂଜିୟାନ ଅଞ୍ଚଳରେ ଉଇଗର ମୁସଲ୍ମାନଙ୍କ ସହିତ ଭେଦଭାବ ଓ ଉତ୍ପୀଡନକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି l
ଚୀନ ଉଇଗର ମୁସଲମାନ ମାନଙ୍କୁ ପ୍ରଶିକ୍ଷଣ କେନ୍ଦ୍ର ବାହାନାରେ କଏଦ ରଖୁଛି ଓ ଆତଙ୍କବାଦ ପାଇଁ ନିଜ ଯୁଧ୍ୟର ଅଂଶ ଦର୍ଶାଉଛି l ବାଇଡେ଼ନ ସରକାରରେ ବିଦେଶନୀତିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ l ଆମେରିକା ଓ ଚୀନର ସମ୍ବଧକୁ ନେଇ ଆଣ୍ଟନି ବ୍ଲିକେନ କହିଛନ୍ତି ଏହା ଦୁନିଆର କୌଣସି ଦେଶ ସହିତ ଆମର ସବୁଠୁ ମୁଖ୍ୟ ସମ୍ପର୍କ ଅଟେ ,କିନ୍ତୁ ଏହି ସମ୍ପର୍କରେ କେତେକ ନକାରାତ୍ମକ ତଥ୍ୟ ମଧ୍ୟ ରହିଛି l ଚୀନ ସହିତ ଆମର ସମ୍ପର୍କ ସହଯୋଗ ପୂର୍ଣ୍ଣ ରହିଥିବା ସହିତ ପ୍ରତିଦ୍ବନ୍ଦିତା ମୂଳକ ମଧ୍ୟ ରହିଛି l ଚୀନ ସହିତ ଅନେକ ବିବାଦ ରହିଥିଲେ ମଧ୍ୟ ଆମେ ତାସହିତ ସେଗୁଡିକ ସମାଧାନ କରିବାକୁ ଚେଷ୍ଟା କରିବୁ l
