Odisha news

ଚୀନରେ ଆଉ ଗୋଟିଏ ନୂଆ ରୋଗ ଯାହା ପ୍ରଜନନ କ୍ଷମତାକୁ ନଷ୍ଟ କରିଦେବ

0

ନୂଆଦିଲ୍ଲୀ : ବର୍ତ୍ତମାନ ସୁଦ୍ଧା କରୋନାର ସଂକ୍ରମଣ ସମ୍ପୂର୍ଣ ଭାବରେ ଦୂର ହୋଇନଥିଲେ ମଧ୍ୟ ଏହା ଭିତରେ ଆଉ ଗୋଟିଏ ନୂଆ ରୋଗ ବ୍ୟାପିବାରେ ଲାଗିଛି l ଏହି ରୋଗରେ ୩୨୪୫ ଜଣ ଲୋକ ସଂକ୍ରମିତ ହୋଇ ସାରିଲେଣି l ଉତର ପଶ୍ଚିମ ଚୀନ ର ଗାଆଁଶୁ ପ୍ରାନ୍ତରେ ଏହି ରୋଗଟି ବ୍ୟାପିବାରେ ଲାଗିଛି l ଚୀନର ଗାଆଁଶୁ ଅଂଚଳରେ ବର୍ତ୍ତମାନ ସୁଦ୍ଧା ୨୧୮୪୭ ଲୋକଙ୍କର ଯାଞ୍ଚ କରାଯାଇଛି l ସେହି ମାନଙ୍କ ମଧ୍ୟରୁ ୩୨୪୫ ଜଣ ଲୋକ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି l ଗାଆଁଶୁ ପ୍ରୋବିନସିୟାଲ ସେଣ୍ଟର ଫର ଡିଜିଜ ପକ୍ଷରୁ ଏହି ରୋଗର ନାମ ବ୍ରୁସେଲୋସିସ ବୋଲି କୁହାଯାଇଛି l

ଏହି ରୋଗର ନିରାକରଣ ପାଇଁ ଡାକ୍ତର ମାନଙ୍କୁ କାମରେ ଲଗାଯାଇଛି ଓ ରୋଗୀ ମାନଙ୍କୁ ମାଗଣା ଚିକିତ୍ସା ଦେବାର ବ୍ୟବସ୍ଥା କରାଯାଇଛି l ଲୋକ ମାନଙ୍କୁ ଏହି ରୋଗ ବିଷୟରେ ସଚେତନ ମଧ୍ୟ କର ଯାଉଛି l ବ୍ରୁସେଲୋସିସ ଗୋଟିଏ ଏପରି ରୋଗ ଅଟେ ଯାହା ଜୀବାଣୁରୁ ହୋଇଥାଏ l ଏହି ରୋଗର ପ୍ରତିରୋଧକ ଟୀକା ପ୍ରଥମେ ଜୀବଜନ୍ତୁଙ୍କ ଉପରେ କରାଯାଇଥିଲା ଯେପରି କି ଛେଳି ମେଣ୍ଢା ଇତ୍ୟାଦି l କାରଣ ଏହି ରୋଗ ଛେଳି ମେଣ୍ଢାଙ୍କ ବ୍ୟତୀତ ଆଉ କାହା ଉପରେ ହୋଇ ପାରିବ ନାହିଁ ବୋଲି ଚୀନର ଡାକ୍ତର ମାନେ ମତ ଦେଇଥିଲେ l

କିନ୍ତୁ ଏହି ଟୀକା ସେତେବେଳେ କାମ କରିନଥିଲା ତେଣୁ ଯେଉଁ କମ୍ପାନୀ ଏହି ଟିକାକୁ ତିଆରି କରୁଥିଲା ତାର ଲାଇସେନ୍ସକୁ ରଦ୍ଧ କରାଯାଇଥିଲା l ସାଧାରଣତଃ ଏହି ରୋଗ ଗାଈ ଓ ବାଛୁରୀ ମାନଙ୍କୁ ହୋଇଥାଏ l ଯେତେବେଳେ ଗୋଟିଏ ପୁରୁଷ ଏହି ରୋଗରେ ସଂକ୍ରମିତ ହୁଏ ସେହି ସମୟରେ ତାର ମୁଣ୍ଡ ବିନ୍ଧା ଯନ୍ତ୍ରଣା ହୋଇଥାଏ ,ତା ସହିତ ଜ୍ୱର ହୋଇ ମନ ବିଚଳିତ ଲାଗିଥାଏ l ଏହି ରୋଗ ଯେକୌଣସ ପୁରୁଷ କିମ୍ବା ନାରୀକୁ ହେଲେ ତାଙ୍କର ଅଣ୍ଡକୋଷ ନଷ୍ଟ ହୋଇଯାଏ l ଏହା ବ୍ୟତୀତ ସେମାନଙ୍କର ପ୍ରଜନନ କ୍ଷମତା ମଧ୍ୟ ନଷ୍ଟ ହୁଏ l

Nalco
Leave A Reply