Odisha news

LAC ନିକଟରେ ଚୀନ୍ ସେନାର ୭ଟି ଏୟାରବେସରେ ହଲଚଲ ଭାରତୀୟ ଏଜେନ୍ସିର ନଜର

0

ନୂଆଦିଲ୍ଲୀ : ଚୀନ ସହିତ ଜାରି ରହିଥିବା ସୀମା ବିବାଦ ମଧ୍ୟରେ ଭାରତୀୟ ଏଜେନ୍ସିଙ୍କର କଡା ନଜର LAC ରେ ଚାଲିଥିବା ଚୀନ ବାୟୁସେନାର କାର୍ଯ୍ୟ କଳାପ ଉପରେ ରହିଛି l ସବୁ ପ୍ରକାର ପରିସ୍ଥିତି ସହିତ ମୁକାବିଲା କରିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଅଛନ୍ତି l ମିଳିଥିବା ସୂଚନା ଅନୁସାରେ ସିଜିୟାଙ୍ଗ ଓ ତିବତର ହୋତାନ ,ଗର ଗୂଂଶା ,କାସଘର,ହୋପିଙ୍ଗ ,ଲିଂଝି ଓ ପଙ୍ଗତ ଏୟାର ବେଶ ଉପରେ ନଜର ରଖିଛନ୍ତି l ଗତ କିଛି ଦିନ ହେଲାଣି ଏହି ଏୟାରବେଶ ଗୁଡିକ ଖୁବ ସକ୍ରିୟ ହୋଇପଡିଛନ୍ତି l

ମିଳିଥିବା ସୂତ୍ରରୁ ଜଣାପଡିଛି ଯେ ଚୀନ ବାୟୁସେନା ନିକଟ କିଛି ଦିନ ତଳେ ଅଧିକାଂଶ ଏୟାରବେଶକୁ ଅପଗ୍ରେଡ଼ କରିଛି l ଏଥିରେ ମଝବୁତ ସେଲଟରର ନିର୍ମାଣ ,ରନୱେର ଲମ୍ବ ବିସ୍ତାର ଓ ଅଧିକ ସଂଚାଳନ କରିବା ପାଇଁ ଅତିରିକ୍ତ ମ୍ୟାନ ପାୱାରର ମୁତୟନ କରାଯାଇଥିବା ଜଣ ପଡିଛି l ଏହା ସହିତ ପୂର୍ବତ୍ତର ରାଜ୍ୟ ଆଗରେ ଲିଝୀଂଙ୍ଗ ଏୟାରବେଶ ମୁଖ୍ୟ ଭାବରେ ଗୋଟିଏ ହେଲିକପ୍ଟର ଏୟାରବେଶ ଅଟେ l ଚୀନ ସେଠାରେ ନିଜର ଗତିବିଧିକୁ ବଢାଇବା ପାଇଁ ହେଲିପ୍ୟାଡ଼ର ଗୋଟିଏ ନେଟୱାର୍କ ମଧ୍ୟ ତିଆରି କରିଛି l ଏହା ସହିତ ଲାଦଖ ସେକ୍ଟର ଆଗରେ ନିଜର ଲାଡାକୁ ବିମାନକୁ ମୁତୟନ କରିଛି ,ଯେଉଁଥିରେ ଶୁଖୋଇ-୩୦ ର ଚାଇନିଜ ଭର୍ଜନ ଓ ସ୍ବଦେଶୀ ଜେ ସିରିଜର ଫାଇଟର ମଧ୍ୟ ସାମିଲ ଅଛି l ଏହି ସମସ୍ତ ଗତିବିଧି ଉପରେ ସାଟେଲାଇଟ ଓ ଅନ୍ୟ ମାଧ୍ୟମ ଜରିଆରେ ଭାରତୀୟ ଏଜେନ୍ସି ମାନଙ୍କର ନଜର ରହିଛି l

LAC ରେ ଚୀନ ପକ୍ଷରୁ ବାଧା ଯାଇଥିବା ଗତିବିଧିକୁ ନେଇ ଭାରତ ମଧ୍ୟ ନିଜର ପ୍ରସ୍ତୁତିକୁ ମଝବୁତ କରିଛି l ଫର୍ବର୍ଡ ଏୟାରବେଶରେ ଶୁଖୋଇ-୩୦MKI,MIG-୨୯ ଓ ମୀରାଜ-୨୦୦୦ ମୁତୟନ କରାଯାଇଛି ,କାରଣ ଚୀନ ପକ୍ଷରୁ ଯଦି କୌଣସି ଦୁଃସାହସୀକତା କରେ ତାର ପାଲଟା ଜବାବ ଦିଆଯାଇ ପାରିବ l ପୂର୍ବ ଲଦାଖରେ ଭାରତୀୟ ଓ ଚୀନ ସେନାଙ୍କ ମଧ୍ୟରେ ଉତେଜନା ଦେଖା ଦେବା ପରେ ଭାରତ ଚୀନ ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ବର୍ତମାନ ସୁଦ୍ଧା ପରିସ୍ଥିତି ସୁଧୁରି ନାହିଁ l

Leave A Reply