ନୂଆଦିଲ୍ଲୀ :ଭାରତ ଚୀନ ସୀମାରେ ଲାଗିରହିଥିବା ୩୪୮୮ କିଲୋମିଟର ନିୟନ୍ତ୍ରଣ ରେଖା ପାଖରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ନିଷ୍ପତି ନେଇଛି l ଏହି ନିଷ୍ପତି ସେତେବେଳେ ନିଆଯାଇଛି ଯେତେବେଳେ ସୀମାର ଆରପଟରେ ଚୀନ ଲଗାତାର ସୈନ୍ୟ ମୁତୟନ ବଢ଼ାଇ ଚାଲିଛି l ଏହି ନିଷ୍ପତି କେବଳ ଭାରତୀୟ ସେନା ନେଇ ନାହିଁ ,ଭାରତ -ତିବ୍ବତ ସୀମା ପୋଲିସ ମଧ୍ୟ ନିଜର ପୋଷ୍ଟ ଗୁଡିକରେ ସୈନ୍ୟ ମାନଙ୍କୁ ସଜାଗ କରିବା ସହିତ ଅତି ଆବଶ୍ୟକ ଜିନିଷ ପତ୍ର ପଠାଇବା ଆରମ୍ଭ କରି ଦେଇଛି l ସେନାକୁ ସାହାଯ୍ୟ କରିବା ପାଇଁ ITBP ର ଅତିରିକ୍ତ କମ୍ପାନୀ ଗୁଡିକ ସୀମାରେ ସଜାଗ ହେବl ପାଇଁ ଶନିବାର ଦିନ ନିଷ୍ପତି ନିଆଯାଇଛି l ଏକ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ “ଗଲୱାନ ଘାଟିରେ ଉତେଜନା ବଢିବା ପରେ ଆମେ ସୈନିକ ମାନଙ୍କୁ ଲଦାକ ପଠାଇ ଦେଇଥିଲୁ ,ଏବେ ଏହି ସୈନିକ ମାନଙ୍କ ସଂଖ୍ୟା ବଢ଼ାଇ ଦିଆଯାଇଛି l ”
ସରକାରୀ ଅଧିକାରୀଙ୍କ କହିବା ଅନୁସାରେ ଏହି ନିଷ୍ପତି ସେନା ମାନଙ୍କୁ ପେଟ୍ରୋଲିଙ୍ଗରେ ସାହାଯ୍ୟ କରିବ l ସେଥିପାଇଁ ପ୍ଲାଟୁନ ସ୍ଥାନରେ କମ୍ପାନୀକୁ ପଠାଯାଇଛି l ଗୋଟିଏ ପ୍ଲାଟୁନରେ ୩0 ଜଣ ଯବାନ ଥାନ୍ତି ,ଯେବେକି ଗୋଟିଏ କମ୍ପାନୀରେ ୧00 ଜଣ ଯବାନ ରୁହନ୍ତି l ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ରିପୋଟ ଅନୁସାରେ ସୋମବାର ଦିନ ଦୁଇଦେଶ ମଧ୍ୟରେ ହୋଇଥିବା କଥାବାର୍ତ୍ତା ପରେ ମଧ୍ୟ ଗଲୱାନ ଘାଟିରେ ଉତେଜନା ପୂର୍ଣ୍ଣ ରହିଛି l
ପୁଣି ଥରେ ଧରାପଡ଼ିଲା ଚୀନର ଚାଲାକି। ଆଲୋଚନା ପରେ ପ୍ରତିଶ୍ରୁତି ମୁତାବକ ପଛକୁ ସେନା ହଟାଇବା ତ ଦୂରର କଥା, ବରଂ ଗଲୱାନ ଘାଟୀରେ ସେନା ଠୁଳ କରି ଚୀନ ପୁଣି ତାର ଦୋମୁହାଁ ଚରିତ୍ରର ପରିଚୟ ଦେଇଛି। ସାଟେଲାଇଟ୍ ଚିତ୍ରରୁ ଚୀନ୍ ରାସ୍ତା ନିର୍ମାଣ କରିବା ସହ ନୂଆ କ୍ୟାଂପ୍ ପ୍ରତିଷ୍ଠା କରିଥିବା ଜଣାପଡ଼ିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଏପଟେ ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ।
ଗୋଟେପଟେ ବୈଠକ, ଅନ୍ୟପଟେ ବିଶ୍ୱାସଘାତ। ଆଲୋଚନା ପରେ ପଛକୁ ହଟିବା ପ୍ରକ୍ରିୟା ଆରମ୍ଭ କରିବା ବଦଳରେ ସେନା ଠୁଳ କରୁଛି ଡ୍ରାଗନ ବାହିନୀ। ସେନା ଗତ ୧୫ ତାରିଖରେ ଗଲଓ୍ୱାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ପରେ ବି ସୁଧୁରୁନି ଚୀନ୍। ଗଲଓ୍ୱାନ ଘାଟିର ପାଟ୍ରୋଲ ପଏଣ୍ଟ ୧୪ ନିକଟରେ ଚୀନ ସେନା କ୍ୟାମ୍ପ ଓ ରାସ୍ତା ନିର୍ମାଣ କରିଛି। ଏମିତି କି, ଏଲଏସିର ପୂର୍ବ ଲଦାଖ ନିକଟରେ ହଜାର ହଜାର ସୈନ୍ୟ ଠୁଳ କରିଛି ଚୀନ।
ପୂର୍ବ ଲଦାଖର ଗଲୱାନ ଘାଟୀ ଓ ପେଙ୍ଗାଙ୍ଗ ହ୍ରଦ ନିକଟସ୍ଥ ଯେଉଁ ସାଟେଲାଇଟ ଚିତ୍ର ଜାରି କରାଯାଇଛି, ସେଥିରୁ ଚୀନର ସାଂଘାତିକ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଗଲାୱାନ ଘଟୀ ନିକଟରେ ଏକ ବଙ୍କର ଭଳି ଢାଞ୍ଚା ନିର୍ମାଣ କରାଯାଉଥିବା ଉପଗ୍ରହ ଚିତ୍ରରୁ ଜଣାପଡୁଛି।
ଏପଟେ ଚୀନର ଚାଲ ପରେ ଭାରତ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବାସ୍ତବିକ ନିୟନ୍ତ୍ରନ ରେଖା ବା LACରେ ଫାଇଟର ଜେଟ୍ ଉଡ଼ାଇଛି ଭାରତ। ପୂର୍ବ ଲଦାଖ ଗଲଓ୍ୱାନ ଘାଟି ଏବଂ ପେଙ୍ଗାଙ୍ଗ ହ୍ରଦରେ ସୈନ୍ୟ ସ୍ଥିତିକୁ ସୁଦୃଢ଼ କରିଛି ଭାରତ। ସେପଟେ ଦୁଇ ଦିନିଆ ପୂର୍ବ ଲଦାଖ ଗସ୍ତ ସାରି ଫେରିଥିବା ସ୍ଥଳସେନା ମୁଖ୍ୟ ଆଜି ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଛନ୍ତି ଏଲଏସି ନିକଟରେ କେମିତି ରହିଛି। ସ୍ଥିତି ସେନେଇ ସରକାରଙ୍କ ସହ ଆଲୋଚନା କରିଛନ୍ତି।
ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗ ବ୍ରିଟିଶ ସଂସଦରେ ବି ଉଠିଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପୂର୍ବ ଲଦାଖରେ ଚାଲିଥିବା ବିବାଦ ଅତି ସାଂଘାତିକ ଓ ଉଦବେଗଜନକ ରହିଛି। ଭାରତ-ଚୀନ ମଧ୍ୟରେ ଚାଲିଥିବା ବିବାଦକୁ ୟୁକେ ଗୁରୁତ୍ୱର ସହ ନିରୀକ୍ଷଣ କରୁଛି ବୋଲି ବୋରିସ କହିଛନ୍ତି।