ନୂଆଦିଲ୍ଲୀ : ଚୀନ ରେ କରୋନା ଆଉଥରେ ନିଜର ତାଣ୍ଡବ ଦେଖାଇଛି l କରୋନା ର ବଢୁଥିବା ସଂକ୍ରମଣ ମଧ୍ୟରେ ବିଭିନ୍ନ ସହରରେ ଲେମ୍ବୁ କିଣିବା ପାଇଁ ଲାଗୁଛି ଭିଡ଼ l ବେଜିଙ୍ଗ ଓ ସାଂଘାଇ ରେ ଲୋକେ ନିଜର ଇମ୍ୟୁନିଟି ମଜବୁତ କରିବା ପାଇଁ ଲେମ୍ବୁ କିଣିବାରେ ଲାଗିଛନ୍ତି l ଚୀନ ରେ ଫ୍ଲୁ ଓ କୋଲ୍ଡ଼ ର ଔଷଧ ମିଳିବାରେ ଅସୁବିଧା ହେଉଥିବା କାରଣରୁ ଲୋକେ ପ୍ରାକୃତିକ ଭାବରେ ନିଜର ଇମ୍ୟୁନିଟି ବଢ଼ିବାରେ ଜୋର ଧରିଛି l ଯେଉଁ କାରଣରୁ ବଜାରରେ ଲେମ୍ବୁ ବିକ୍ରି ଅଚାନକ ବୃଦ୍ଧି ହୋଇଯାଇଥିଲା l କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ସୂଚନା ମିଳିନାହିଁ କି ଲେମ୍ବୁ ସେବନ ସିଧାସଳଖ କରୋନା ସଂକ୍ରମଣ ଠାରୁ ରକ୍ଷା କରିବ ଏହା ମଧ୍ୟ କୁହାଯାଇ ନାହିଁ l
ଚୀନ ର ଦକ୍ଷିଣ ପଶ୍ଚିମ ଅଂଚଳ ର ସିଛୁଆନ ପ୍ରାନ୍ତର ର ଜଣେ ଲେମ୍ବୁ ଚାଷୀ ବେନ କହିଛନ୍ତି ଗତ କିଛି ଦିନ ହେବ ଲେମ୍ବୁ ବିକ୍ରି ଅଧିକ ମାତ୍ରାରେ ବୃଦ୍ଧି ପାଇଛି l ସେ କହିଛନ୍ତି ଗତ ସପ୍ତାହରେ ପ୍ରତିଦିନ ପାଖାପାଖି ୨୦ରୁ୩୦ ଟନ ଲେମ୍ବୁ ବିକ୍ରି କରାଯାଇଛି l ଏହା ପୂର୍ବରୁ କେବଳ ୫ରୁ ୬ ଟନ ଲେମ୍ବୁ ବିକ୍ରି ହେଉଥିଲା l କିନ୍ତୁ ଏହା ଖୁବ ଦ୍ରୁତ ଗତିରେ ବୃଦ୍ଧି ପାଉଛି l ବେନ କହିଛନ୍ତି ଯେ ସବୁଠୁ ଅଧିକ ଲେମ୍ବୁ ର ଡିମାଣ୍ଡ ବେଜିଙ୍ଗ ଓ ସାଂଘାଇ ସହରରେ ଥଣ୍ଡା ରେ ପୀଡିତ ଲୋକଙ୍କ ନିକଟରୁ ଆସୁଛି l ଯେଉଁଠି ଲୋକେ ମହାମାରୀ ସମୟରେ ନିଜର ଇମ୍ୟୁନ ସିଷ୍ଟମ କୁ ବୃଦ୍ଧି କରିବା ପାଇଁ ଭିଟାମିନ ସି ସେବନ ଉପରେ ଗୁରୁତ୍ୱ ଦେଉଛନ୍ତି l ଲେମ୍ବୁ ଚାଷ କରୁଥିବା ଆଉଜଣେ ଚାଷୀ ମଧ୍ୟ କହିଛନ୍ତି ଗତ ଚାରି ପାଞ୍ଚଦିନ ଲେମ୍ବୁ ମୂଲ୍ୟରେ ବୃଦ୍ଧି ହୋଇଛି l ତେଣୁ ଲେମ୍ବୁ ର ଅଭାବ କୁ ଦେଶରେ କମାଇବା ପାଇଁ ସେ ପ୍ରତିଦିନ ନିଜ କ୍ଷେତରେ ୧୪ ଘଣ୍ଟା କାମ କରୁଛନ୍ତି l
