Odisha news

ଚୀନ୍ ରାଷ୍ଟ୍ରପତି କହିଲେ ୨୦୨୭ ବେଳକୁ PLA ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନା ଭାବରେ ଗଣା ହେବ

0
ନୂଆଦିଲ୍ଲୀ : ଚୀନ୍ ନିଜର ସେନା ଦିବସ ର ପୂର୍ବ ସନ୍ଧ୍ୟାରେ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମ ରେ ଚୀନ ରାଷ୍ଟ୍ରପତି ଶୀ ଜୀଙ୍ଗପିଙ୍ଗ କହିଥିଲେ ୨୦୨୭ ସୁଦ୍ଧା ଚୀନ ସେନା ବିଶ୍ଵର ସବୁଠୁ ଶକ୍ତିଶାଳୀ ସେନା ହେବ , ସେଥିପାଇଁ ଚୀନ୍ ସେନଙ୍କୁ ଦୃଢ଼ ପ୍ରୟାସ କରିବାକୁ ପଡ଼ିବ ।।ପ୍ରତିବର୍ଷ ଅଗଷ୍ଟ ୧ତାରିଖ ରେ ଚୀନ୍ ର ସେନା ଦିବସ ପାଳିତ ହୋଇଥାଏ । ୨୦୨୭ ରେ ପିପୁଲ୍ସ ଲିବାରେଶନ ଆର୍ମି ଅର୍ଥାତ୍ PLA ନିଜର ୧୦୦ ବର୍ଷ ସମ୍ପୂର୍ଣ୍ଣ କରିବାକୁ ଯାଇଛି ।
ସୀ ଜୀଙ୍ଗପୀଙ୍ଗ ସର୍ବଦା ପି ଏଲ ଏ ର ଆଧୁନିକ କରଣ ଉପରେ ଧ୍ୟାନ ଦେଇ ଆସିଛନ୍ତି । ଜୀଙ୍ଗପିଂ ଗାଦି କୁ ଆସିବା ପରେ ଅନେକ ଭ୍ରଷ୍ଟାଚାର କରୁଥିବା ଅଫିସର ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି PLA କୁ ହଲାଇ ଦେଇଥିଲେ ।
ଚୀନ ନିଜର ରକ୍ଷା ବଜେଟ୍ କୁ ଖୁବ୍ ଅଧିକ ବୃଦ୍ଧି କରିଥାଏ । ଚୀନ୍ ୨୦୨୧ ରେ ନିଜର ରକ୍ଷା ବଜେଟ୍ ୨୦୦ ବିଲିଅନ ଆମେରିକୀୟ ଡଲାର ରୁ ଅଧିକ ରଖିଥିଲା । ଯାହାକି ୨୦୨୨ ରେ ୨୦୯ ବିଲିଅନ୍ ଡଲାର ହୋଇଛି । ଏହି ବଜେଟ ଭାରତୀୟ ରକ୍ଷା ବଜେଟ ଠାରୁ ୩ଗୁଣ ଅଧିକ ।
Leave A Reply