ଗବେଷଣା କହୁଚି ପିଲା ମାନଙ୍କ ମଧ୍ୟରେ ବୃଦ୍ଧି ପାଉଛି ମାନସିକ ରୋଗ, ପିତାମାତା ଏହିଭଳି ନିଅନ୍ତୁ ନିଜ ସନ୍ତାନ ଙ୍କ ଯତ୍ନ
ଆଜିର ବ୍ୟସ୍ତ ବହୁଳ ଜୀବନରେ ମାନସିକ ଚାପ ଜୀବନ ର ଗୋଟିଏ ଅଂଶ ହୋଇ ଯାଇଛି । ପ୍ରତ୍ୟେକ ଆୟୁ ବର୍ଗର ଲୋକମାନେ ମାନସିକ ଦୁଶ୍ଚିନ୍ତା ର ଶିକାର ମଧ୍ୟ ହେଉଛନ୍ତି । କିନ୍ତୁ ଛୋଟ ପିଲାଙ୍କ ଉପରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳୁଛି । ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ରୁ ଜଣା ପଡ଼ିଛି ଯେ ପିତାମାତା ନିଜ ପିଲାଙ୍କୁ ଶାରିରୀକ ସୁସ୍ଥ ବିଷୟରେ ଯେତିକି ସଚେତନ ହେବା ଜରୁରୀ ମାନସିକ ସ୍ବାସ୍ଥ୍ୟ କୁ ନେଇ ସେତିକି ସତର୍କ ହେବା ମଧ୍ୟ ଆବଶ୍ୟକ ।
ମାନସିକ ଚାପ ର ପ୍ରଭାବ -:
ମାନସିକ ଚାପ ଦ୍ଵାରା ଦୀର୍ଘ ଦିନ ଧରି ରହିଥିବା ଯୁବକ, ଅଧିକ ସମୟ ଧରି ଏକୁଟିଆ ରହୁଥିବା ବୟସ୍କ ଆକ୍ରାନ୍ତ ହେଉଛନ୍ତି । ଅନ୍ୟ ପକ୍ଷରେ ଛୋଟ ଛୋଟ ପିଲା ମାନେ ମାନସିକ ଚାପ ଦ୍ଵାରା ଆକ୍ରାନ୍ତ ହେବା ଦ୍ବାରା ପିଲା ମାନଙ୍କ ଶାରିରୀକ ଗ୍ରୋଥ ଉପରେ ପ୍ରଭାବ ପଡିଥାଏ । ତେଣୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପିତାମାତା କି ପଦକ୍ଷେପ ନେବା ଜରୁରୀ।
* କଣ କହୁଚି ଅଧ୍ୟୟନ – :
ନିକଟରେ ହୋଇଥିବା ଗବେଷଣା ଅନୁସାରେ ମାନସିକ ରୋଗ ଶିକାର ମାତ୍ର ୧ବର୍ଷ ଆୟୁରୁ ୫୦ ପ୍ରତିଶତ ପିଲା ହେଉଛନ୍ତି । ଛୋଟ ପିଲାମାନେ ନିଜର ମାନସିକ ସ୍ଵାସ୍ଥ୍ୟ ବିଷୟରେ ନିଜ ପିତାମାତା ଙ୍କୁ ଖୋଲି କହି ପାରୁନାହାନ୍ତି ।
* ପିଲାଙ୍କ ପ୍ରତ୍ୟେକ କାର୍ଯ୍ୟ କଳାପ କୁ ଧ୍ୟାନ ଦିଅନ୍ତୁ -:
ଯଦି ପ୍ରତ୍ୟେକ ମାତାପିତା ନିଜ ପିଲାକୁ ଓ ତାର କାର୍ଯ୍ୟ ଗୁଡ଼ିକୁ ଠିକ୍ ଭାବରେ ଧ୍ୟାନ ଦେବେ ତେବେ ପିଲା ଙ୍କ ମାନସିକ ସ୍ଵାସ୍ଥ୍ୟ ଠିକ୍ ରହିବ । ଯଦି ତାଙ୍କ ସନ୍ତାନ କୌଣସି ପ୍ରକାର ର ଅସୁବିଧା ର ସମ୍ମୁଖୀନ ହେଉଛି ତେବେ ସମୟ ଥାଉ ଥାଉ ଚିକିତ୍ସା କରି ପାରିବେ ।
* ପିଲା ମାନଙ୍କ ର ଆତ୍ମ ବିଶ୍ବାସ ବଢ଼ାନ୍ତୁ -:
ନିଜ ର ଦୈନନ୍ଦିନ କାର୍ଯ୍ୟ ରେ ପିଲାଙ୍କୁ ସାମିଲ କରନ୍ତୁ। ଯେପରିକି ଗଛ ରେ ପାଣି ଦେବା, କୌଣସି ଜିନିଷ ନେଇ ଠିକ୍ ସ୍ଥାନରେ ରଖିବା ଇତ୍ୟାଦି । ଏହାଦ୍ବାରା ପିଲା ଆପଣଙ୍କ ସହ କିଛିଟା କଥା ବାଣ୍ଟି ପାରିବ ।
* ପିଲାଙ୍କ ସହିତ କ୍ୱାଲିଟି ଟାଇମ୍ ବିତାନ୍ତୁ :-
ଆପଣ ନିଜ ସନ୍ତାନ କୁ ନିଜର ପରିବାର ସଦସ୍ୟ ଙ୍କ ସହିତ କିଛି ସୁନ୍ଦର୍ ସମୟ ଅତିବାହିତ କରନ୍ତୁ । ଯାହାଦ୍ଵାରା ପିଲାଟି ଭାବର ଆଦାନ ପ୍ରଦାନ କରି ପାରିବ ଓ କିଛି ସମୟ ନିଜକୁ ରିଲାକ୍ସ ରଖି ପାରିବ । ଯାହାଦ୍ଵାରା ମାନସିକ ସୁସ୍ଥ ଲାଭ କରିବ ।
* ପିଲାକୁ ତା ମଧ୍ୟରେ ଥିବା ଭଲ ଗୁଣକୁ ବୁଝାନ୍ତୁ :-
ନିଜ ପିଲା ମଧ୍ୟରେ ସକାରାତ୍ମକ ଉର୍ଯା ଭରିବା ସବୁଠୁ ଜରୁରୀ ଅଟେ । ପିଲାକୁ କଦାପି କୌଣସି ପ୍ରକାର ର ତୁଳନା କରି ମାନସିକ ଚାପ ଦିଅନ୍ତୁ ନାହିଁ । ନିଜ ପିଲାଙ୍କୁ ମୋଟିଭେଶନାଲ ଷ୍ଟୋରି ସୁଣାନ୍ତୁ । ଯାହାଦ୍ଵାରା ମନକୁ ଶାନ୍ତି ମିଳିବ ।
