ସନ୍ତାନ ମାନେ ହେଲେ ପିତାମାତା ଙ୍କ ଜୀବନ ର ପୁଞ୍ଜି । ତେଣୁ ପ୍ରତ୍ୟେକ ପିତାମାତା ଚାହିଁ ଥାଆନ୍ତି ତାଙ୍କ ସନ୍ତାନ ମାନେ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚନ୍ତୁ । ତେଣୁ ପିତାମାତା ସେଥି ପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ । କାହିଁକି ପରିବାରରେ ସୁଖ ଶାନ୍ତି ପାଇଁ ସମସ୍ତେ ସତର୍କ ରହିବା ଜରୁରୀ। ନଚେତ୍ ପରିବାର ଧ୍ଵଂସ ହୋଇଯାଇ ଥାଏ । ଆସନ୍ତୁ ଜାଣିବା ପିତାମାତା କେଉଁ ସବୁ କଥାକୁ ଦୃଷ୍ଟିରେ ରଖିବା ଆବଶ୍ୟକ ।
– ପିତାମାତାଙ୍କ ବିବାହ ବିଚ୍ଛେଦ ର ପ୍ରଭାବ :
ଆଜିକାଲି ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଅଧିକ ମନୋମାଳିନ୍ୟ ଦେଖିବାକୁ ମିଳୁଛି । ଯାହାକି ବିବାହ ବିଚ୍ଛେଦ ର କାରଣ ହେଉଛି । ତେଣୁ ପିତାମାତା ଏଥି ପାଇଁ ସତର୍କ ରହିବା ଜରୁରୀ । କାରଣ ଯଦି ପିତାମାତା ବାରମ୍ବାର କଳହ ସୃଷ୍ଟି କରି ଥାଆନ୍ତି ଓ ଅଲଗା ଅଲଗା ରୁହନ୍ତି ଏହାଦ୍ବାରା ପିଲାଟି ବିପଥ ଗାମୀ ହୋଇଯାଏ ।
– ପିଲା ମାନଙ୍କ ଉପରେ ପଡିଥାଏ ଏହି ଖରାପ୍ ପ୍ରଭାଵ –
– ଯେତେବେଳେ ପିତାମାତା ଜାଣି ଥାଆନ୍ତି ସେମାନଙ୍କୁ ନିଜର ଯେ କୌଣସି ଜଣଙ୍କ ଅଭିଭାବକ ଙ୍କ ସହିତ ରହିବାକୁ ପଡ଼ିବ ସେତେବେଳେ ସେମାନେ ଅଧିକ ଉତେଜିତ ହୋଇ ଯାଇ ଥାଆନ୍ତି । ଯାହାଦ୍ଵାରା ସେମାନେ ସ୍ଥାନ କାଳ ପାତ୍ର ନମାନି କ୍ରୋଧ କରନ୍ତି । କାରଣ ଉଭୟଙ୍କ ସ୍ନେହ ଓ ଶ୍ରଦ୍ଧା ଦ୍ଵାରା ସନ୍ତାନ ର ସଠିକ୍ ଭବିଷ୍ୟତ ତିଆରି ହୋଇଥାଏ ।
– ପିଲାମାନେ ଯେତେବେଳେ ବଡ଼ ହୁଅନ୍ତି ଧୀରେ ଧୀରେ ବଡ଼ ମାନଙ୍କ ଭଲ ଉପଦେଶ କୁ ଇଗ୍ନୋର କରିବା ଆରମ୍ଭ କରନ୍ତି । ଯାହାକି ସେମାନଙ୍କ ପାଇଁ ଭବିଷ୍ୟତ ନଷ୍ଟ କରିବାର ମୁଖ୍ୟ କାରଣ ।
– ପିତାମାତା ଙ୍କ ବିବାହ ବିଚ୍ଛେଦ ହେଲେ ପିଲାମାନେ ଏକୁଟିଆ ରହିବା ପାଇଁ ପସନ୍ଦ କରନ୍ତି । କାରଣ ସେମାନେ ନିଜର ମନର ଇଚ୍ଛାକୁ କାହା ଆଗରେ ପ୍ରକାଶ କରି ପାରନ୍ତି ନାହିଁ । ଯାହା ତାଙ୍କୁ ଡିପ୍ରେଶନ କୁ ନେଇ ଯାଇଥାଏ ଓ ଭୁଲ୍ ପଦକ୍ଷେପ ନେବା ପାଇଁ ବାଧ୍ୟ କରିଥାଏ ।
– ପିତାମାତା ଙ୍କ ବିବାହ ବିଚ୍ଛେଦ ପିଲା ମାନଙ୍କୁ ଏଭଳି ସ୍ଥିତି କୁ ନେଇଯାଏ ଯେ ସେମାନେ ଅବାଟ କୁ ଯିବାକୁ ପଛାଇ ନ ଥାଆନ୍ତି । ଅର୍ଥାତ୍ ସେମାନେ ସେହି କୁକର୍ମ କରନ୍ତି ଯାହା ତାଙ୍କୁ ସୁଖ ଦେଇଥାଏ ।
– ଗବେଷକ ଙ୍କ ମତରେ ଯଦି ପିତାମାତା ବିବାହ ବିଚ୍ଛେଦ ହେବାକୁ ଚାହୁଁଛନ୍ତି ତେବେ
ନିହାତି କିଛି ସମୟ ଚିନ୍ତା କରି ବିବାହ ବିଚ୍ଛେଦ ହେବା ଆବଶ୍ୟକ ।
