ଆମେ ସାଧାରଣ ଭାବରେ ଶୁଣିବାକୁ ପାଇଥାଉ ଜଣେ ମହିଳା ଦୁଇଟି କିମ୍ବା ତହିଁରୁ ଉର୍ଧ୍ଵ ସନ୍ତାନ ପ୍ରସବ କରି ଥାଆନ୍ତି , କିନ୍ତୁ ଆପଣ ଜାଣିଛନ୍ତି କି ଏହା ପଛରେ କଣ ରହିଛି ବିଜ୍ଞାନ l ଜାଅଁଳା ଛୁଆ ୨ପ୍ରକାରର ହୋଇଥାଆନ୍ତି , ପ୍ରଥମେ ମନୋଜାଇଗୋଟିକ ଓ ଦ୍ଵିତୀୟ ଟି ଡ଼ାଈଜାଇଗୋଟିକ l ମୋନୋଜାଇଗୋଟିକ ଙ୍କୁ ଆଇଣ୍ଡେଟିକଲ ଟୁଇନ୍ସ ମଧ୍ୟ କୁହାଯାଏ l ମୋନୋଜାଇଗୋଟିକ ରେ ଜାଅଁଳା ଶିଶୁ ଗୋଟିଏ ଅଣ୍ଡା ରୁ ବିକଶିତ ହୋଇଥାଆନ୍ତି ଯାହାକି ଅଲଗା ଅଲଗା ଭୃଣ ରେ ବିକଶିତ ହୋଇ ଥାଆନ୍ତି l
ମୋନୋଜାଇଗୋଟିକ ଜାଅଁଳା ରେ ଗୋଟିଏ ଡ଼ିଏନଏ ହୋଇଥାଏ ଓ ସେ ସର୍ବଦା ଗୋଟିଏ ଲିଙ୍ଗର ହୋଇ ଥାଆନ୍ତି l ଡ଼ାଈଯାଇଗୋଟିକ ଯାଆଁଳା ଛୁଆ ଦୁଇଟି ଅଲଗା ଅଲଗା ଅଣ୍ଡାରୁ ବିକଶିତ ହୋଇ ଥାଆନ୍ତି ଏବଂ ଦୁଇଟି ଅଲଗା ଅଲଗା ସ୍ପର୍ମ ରୁ ଫର୍ଟିଲାଇଜ ମଧ୍ୟ ହୁଅନ୍ତି l ଡାଇଯାଇଗୋଟିକ ଜାଅଁଳା ଶିଶୁଙ୍କ ନିକଟରେ ଅଲଗା ଅଲଗା ଡିଏନଏ ଓ ଅଲଗା ଅଲଗା ଲିଙ୍ଗର ବିକଶିତ ହୋଇଥାଏ l ଏହାଛଡା ଯାଆଁଳା ଶିଶୁଙ୍କ ସମ୍ଭାବନା ଅନୁବଂଶିକ , ଫର୍ଟିଲିଟି ଟ୍ରିଟମେଣ୍ଟ , ଆଇବିଏଫ ଓ ମା ର ବୟସ ଭଳି ଅନେକ କାରକ ନିର୍ଭର କରିଥାଏ l