Odisha news

ଯଦି ପିତାମାତା ଚାହୁଁଛନ୍ତି ତାଙ୍କ ସନ୍ତାନ ପରିଶ୍ରମୀ ଓ ବୁଦ୍ଧିମାନ ହୁଅନ୍ତୁ, ତେବେ ଏହିସବୁ କଥାକୁ ଧ୍ୟାନ ରଖିବା ନିହାତି ଜରୁରୀ

0

ପିତାମାତା ବଡ ହେଲେ କିଭଳି ମଣିଷ ହେବେ ଏହି ଦାୟିତ୍ୱ ପ୍ରତ୍ୟେକ ପିତାମାତା ଙ୍କର ରହିଥାଏ l ପିଲା ମାନଙ୍କ ଉପରେ ଛୋଟ ବେଳରୁ ଦାୟିତ୍ୱ ସହିତ ପଢ଼ାର ବୋଝ ଲଦିଦେବା ଦ୍ୱାରା ପିଲାମାନେ ଭୟାଳୁ ହୋଇ ଯାଇ ଥାଆନ୍ତି l କେବଳ ପାଠପଢ଼ା ନୁହେଁ ବିଭିନ୍ନ ପ୍ରକାର କାର୍ଯ୍ୟଠୁ ଦୂରେଇ ରହି ଥାଆନ୍ତି l ପିଲାମାନଙ୍କୁ ଠିକ ଭାବରେ ପାଳିବା ନେଇ କୁ ପିତାମାତା ସେମାନଙ୍କ ଉପରେ ଅଯଥା କର୍ତବ୍ୟ ଓ ଦାୟିତ୍ୱ ଥାପି ଥାଆନ୍ତି  ଏବଂ ସେମାନଙ୍କ ଭିତର ଟ୍ୟାଲେଣ୍ଟ କୁ ଆମେ ଲୁଚାଇ ରଖିଥାଉ l

ପିଲା ମାନଙ୍କୁ କରାନ୍ତୁ ପରିଶ୍ରମୀ ଓ ବୁଦ୍ଧିମାନ -:

ପିଲା ଖୁସି ଅନୁଭବ କରାଉଥିବା କାର୍ଯ୍ୟ କରାନ୍ତୁ –
ପିଲାମାନଙ୍କୁ ଯେଉଁ ସବୁ କାର୍ଯ୍ୟରେ ମଜା ଆସୁଛି ପିଲାମାନେ ସେହି କାମ କରିବାକୁ ପସନ୍ଦ କରି ଥାଆନ୍ତି l ତେଣୁ ପିଲା ମାନଙ୍କୁ ସେ ସବୁଥିରୁ ବାରଣ ନକରି, ତା ସହିତ ଉକ୍ତ କାର୍ଯ୍ୟ ରେ ତା ସହିତ ଖୁସି ହୁଅନ୍ତୁ l ଯଦି ପିଲାର ବହି ପାଠରେ ମନ ଲାଗୁନାହିଁ, ତାକୁ ଭିଡିଓ ଓ ଫଟୋ ମାଧ୍ୟମରେ ପଢ଼ାଇବାକୁ ଚେଷ୍ଟା କରନ୍ତୁ l ନିଜେ ଯେତେବେଳେ ଘରେ କାମ କରୁଛନ୍ତି ସେହି ସମୟରେ କିଛି ପିଲାର ଯୋଗ୍ୟ କୌଣସି କାମ କରାନ୍ତୁ l

ପିଲା ମନରେ ଭୟ ସୃଷ୍ଟି କରାନ୍ତୁ ନାହିଁ -:
ଅଧିକାଂଶ ସମୟରେ ପିତା ମାତା ପିଲାମାନଙ୍କ ଜାଣ ଅଜାଣତରେ ଭୟ ସୃଷ୍ଟି କରାଇ ଥାଆନ୍ତି l ଯେପରିକି କୌଣସି ଜିନିଷ କୁ ନେଇ ଭୁତପ୍ରେତ ର ଭୟ ସୃଷ୍ଟି କରାଇବା l ଏପରି କରାଇଲେ ପିଲାଟି ଭୟାତୁର ହୋଇ ଯାଇଥାଏ ଓ କୌଣସି କାର୍ଯ୍ୟକୁ କରିବାକୁ ଡରିଥାଏ l

ପିଲାର ଆତ୍ମବିଶ୍ୱାସ ପ୍ରତି ଧ୍ୟାନ ଦିଅନ୍ତୁ -:
ଅନେକ ସମୟରେ ପିଲାର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆମେ ସମ୍ପୂର୍ଣ ଉତ୍ତର ନଦେଇ ଅଧା ଉତ୍ତର ଦେଇଥାଉ ନଚେତ ଉକ୍ତ ପ୍ରଶ୍ନକୁ ଏଡାଇ ଯାଇଥାଉ l ଯାହାକି ଠିକ ନୁହେଁ l ଏପରି କରିବା ଦ୍ୱାରା ପିଲାଟିର ଆତ୍ମବିଶ୍ୱାସ ଉପରେ ପ୍ରଭାବ ପଡିଥାଏ l

ଲୁଚି ରହିଥିବା ଟ୍ୟାଲେଣ୍ତ କୁ ପ୍ରକାଶ ହେବାରେ ସହଯୋଗ କରନ୍ତୁ -:
ପିଲାମାନେ ସେହି କାମକୁ କରିବାକୁ ପସନ୍ଦ କରନ୍ତି ଯାହା ତାଙ୍କୁ ପସନ୍ଦ ହୋଇଥାଏ l ଯେପରିକି କେଉଁ ପିଲାର ଡ୍ରଇଂ ରେ ମନ, ଆଉ କେଉଁ ପିଲାର ନାଚ ରେ ମନ, ଆଉ କାହାର ଗୀତରେ ମନ l ସେହି ଅନ୍ତର୍ନିହିତ ଗୁଣକୁ ବିକାଶ କରିବାରେ ପିଲାମାନଙ୍କ ସହିତ ସହଯୋଗ କରନ୍ତୁ l କାରଣ ଜୋର ଜବରଦସ୍ତି ପାଠ ପଢ଼ିଲେ କିଛି ସୁଫଳ ମିଳିନଥାଏ l

Nalco
Leave A Reply