Odisha news

ମାନବ ଇତିହାସରେ ପ୍ରଥମଥର ଜନ୍ମ ନେଲା ୩ଟି ଯୌନାଙ୍ଗ ଥିବା ଶିଶୁ : ଆସନ୍ତୁ ଜାଣିବା ପୁରା ଖବର

ନୂଆଦିଲ୍ଲୀ : ମାନବ ଇତିହାସରେ ଏହା ହୁଏତ ପ୍ରଥମ ଥର ଘଟିଛି ,ତିନିଟି ଯୌନାଙ୍ଗ ଥିବା ଶିଶୁ ଜନ୍ମ ନେଇଛି l ଇରାକର ଏହି ଶିଶୁଟିର ତିନୋଟି ଲିଙ୍ଗ ଅଛି l ଇରାକ ସ୍ଥିତ ମସୁଲ ସହରରେ ଯେଉଁ ପରିବାରରେ ଏହି ଶିଶୁଟି ଜନ୍ମ ନେଇଛି ସେହି ପରିବାର ସଦସ୍ୟ ମାନେ ଆଶ୍ଚର୍ଯ୍ୟ ହୋଇଗଲେ ,ଜନ୍ମ ହେବାର ତିନି ମାସ ପରେ ଯୌନାଙ୍ଗରେ ଫୁଲିଥିବାର ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ l

ମିଳିଥିବା ସୂଚନା ଅନୁସାରେ ତିନୋଟି ଲିଙ୍ଗ ଥିବା ଏହା ପ୍ରଥମ କେସ ଅଟେ l ରିପୋର୍ଟରେ କୁହାଯାଇଛି ଯେ ଶିଶୁଟିର ପରିବାରରେ ଏଭଳି କୌଣସି ଅନୁବଂଶିକ ପତନ ନାହିଁ l

କୁହାଯାଉଛି ଯେ ଯେତେବେଳେ ଶିଶୁଟି ଗର୍ଭରେ ଥିଲା ସେହି ସମୟରେ ଔଷଧ ଠିକ ଭବରେ ତା ନିକଟରେ ନପହଞ୍ଚି ପାରିବାରୁ ଏଭଳି ଘଟଣା ଘଟିଛି l ଯେତେବେଳେ ଶିଶୁଟି ତିନି ମାସର ହୋଇଥିଲା ତାର ପିତାମାତା ଶିଶୁଟିର ଅଣ୍ଡ କୋଷରେ ଫୁଲିବାର ସମସ୍ୟା ନେଇ ଡାକ୍ତରଙ୍କୁ  ଭେଟିଲେ ପରେ ଡାକ୍ତର କହିଥିଲେ ତାର ତିନୋଟି ଲିଙ୍ଗ ଅଛି l ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ଦ୍ୱାରା ଏହା ଜଣାପଡିଥିଲା l

ମୁଖ୍ୟ ଲିଙ୍ଗର ମୂଳରୁ ଆଉ ଗୋଟିଏ ଲିଙ୍ଗ ବାହାରିଥିବାର ଏହି ରିପୋର୍ଟରେ ଦର୍ଶା ଯାଇଥିଲା l ଯାହାର ଲମ୍ବ ୨ ସେଣ୍ଟିମିଟର ଅଟେ l ଅନ୍ୟ ଗୋଟିଏ ଲିଙ୍ଗ ୧ ସେଣ୍ଟିମିଟରର ହେବ ସହିତ ତାହା ମୁଖ୍ୟ ଲିଙ୍ଗର ତଳ ପାର୍ଶ୍ୱରେ ରହିଥିଲା l ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ମାତ୍ର ଗୋଟିଏ ଲିଙ୍ଗ ଠିକ ଭବରେ କାମ କରୁଥିଲା l ଅନ୍ୟ ଦୁଇଟି ଲିଙ୍ଗରେ ମୁତ୍ର ମାର୍ଗ ନଥିଲା l ସମସ୍ତ ଟେଷ୍ଟ ପରେ ଡାକ୍ତର ସର୍ଜରୀ ଦ୍ୱାରା ଅନ୍ୟ ଦୁଇଟି ଲିଙ୍ଗକୁ କାଢି ଦେଇଥିଲେ l ଶିଶୁଟି ବର୍ତ୍ତମାନ ସୁସ୍ଥ ଅଛି l ୨୦୧୫ ରେ ମଧ୍ୟ ଭାରତରେ ଏହିଭଳି ଗୋଟିଏ ମାମଲା ଆସିଥିଲା ଯେଉଁଠି ଜଣା ପଡିଥିଲା ଯେ ଗୋଟିଏ ଶିଶୁର ତିନୋଟି ଲିଙ୍ଗ ରହିଛି l

Comments are closed.