ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରି ପ୍ରେକ୍ଷୀରେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତିବୈଠକ
ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ଗସ୍ତ କାର୍ୟ୍ୟକ୍ରମ ସୁଚାରୁରୂପେ ସଂପାଦନ ଉପରେମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ।
ଭୁବନେଶ୍ୱର-ତା-୧୩.୦୯.୨୦୨୪ : ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆଗାମୀ ସେପ୍ଟେମ୍ବର ୧୭ତାରିଖରେ ଭୁବନେଶ୍ୱର ଆସି ରାଜ୍ୟ ସରକାରଙ୍କର ଜନ କଲ୍ୟାଣକାରୀ “ସୁଭଦ୍ରା”ଯୋଜନାର ଶୁଭାରମ୍ଭ ସହ ଅନ୍ୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ୟ୍ୟକ୍ରମରହିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ସେଦିନ ପୂର୍ବାହ୍ନ ୧୧.୩୫ ମିନିଟ୍ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ପୂର୍ବାହ୍ନ ୧୧ଟା୫୫ମିନଟ୍ ରେ ଜନତା ମଇଦାନ ଠାରେ କାର୍ୟ୍ୟ କ୍ରମରେ ଯୋଗ ଦେବେ ଏବଂ ଅପରାହ୍ନ ୩ଟା ସମୟରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ୟ୍ୟକ୍ରମକୁ ସୁଚାରୁ ରୂପେ ଅନୁଷ୍ଠିତ କରାଯିବା ନେଇ ପ୍ରଶାସନିକ ସ୍ତରରେ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଆଜି ସକାଳେ ଏକ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଗୃହ ବିଭାଗ ଶ୍ରୀ ସତ୍ୟ ବ୍ରତ ସାହୁ, ପୁଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ. ବି. ଖୁରାନିଆଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବରିଷ୍ଠ ପଦାଧିକାରୀ, ଭୁବନେଶ୍ୱର ମହାନଗର ନିଗମ କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ପରି ପ୍ରେକ୍ଷୀରେ ବିଭାଗ ତରଫରୁ ଆନୁଷଙ୍ଗିକ ପ୍ରସ୍ତୁତି ଜାରି ରହିଥିବା ସଂପର୍କରେ ସୂଚନା ଦେଇଥିଲେ । ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡଃ. ସନ୍ତୋଷ ବାଲା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ୟ୍ୟକ୍ରମ ସଂପର୍କରେ ବିଶଦ୍ ସୂଚନା ଉପସ୍ଥାପନ କରିଥିଲେ ।
ଏହି ଦିନ ଜନତା ମଇଦାନରେ “ସୁଭଦ୍ରା”ଯୋଜନା ଶୁଭାରମ୍ଭ କାର୍ୟ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥିମାନେ ଯୋଗ ଦେଉଥିବାରୁ ହିତାଧିକାରୀଙ୍କ ସମେତ ବହୁ ଜନସମାଗମକୁ ଦୃଷ୍ଟିରେ ରଖି ରାଜ୍ୟପ୍ରଶାସନତରଫରୁବ୍ୟାପକପ୍ରସ୍ତୁତି ଜାରି ରହିଛି ।ଏସଂପର୍କରେମୁଖ୍ୟଶାସନସଚିବପ୍ରସ୍ତୁତିସମୀକ୍ଷାକରିବିଭିନ୍ନ ବିଭାଗର ଯେଉଁ ଯେଉଁ କାମ ରହିଛି, ଆନ୍ତଃ ବିଭାଗୀୟ ସମନ୍ୱୟରେ ସେସବୁକୁ ସଠିକ ଭାବେ ନିର୍ବାହ କରିବାକୁଗୁରୁତ୍ୱ ଦେଇଛନ୍ତି । ଡିଜିପି ଏବଂ ଆଇଜିପିଙ୍କୁ ଆଇନ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଥିବା ବେଳେ ଜିଲ୍ଲାପାଳ,ଖୋର୍ଦ୍ଧାଙ୍କୁ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ଅଧିକାରୀମାନେ କାର୍ୟ୍ୟକ୍ରମ ପରିପ୍ରେକ୍ଷୀରେ ସେମାନଙ୍କର ରହିଥିବା ଦାୟିତ୍ୱଶତପ୍ରତିଶତଭଲ ଭାବରେ ତୁଲାଇବାକୁ ମୁଖ୍ୟଶାସନସଚିବନିର୍ଦ୍ଦେଶ ଦେଇଛନ୍ତି।
ମାନ୍ୟବରପ୍ରଧାନମନ୍ତ୍ରୀଙ୍କଗସ୍ତ ପରିପ୍ରେକ୍ଷୀରେ ଆବଶ୍ୟକସ୍ଥଳେତାଙ୍କର ସାମୟିକରହଣି, ସୁରକ୍ଷାବ୍ୟବସ୍ଥା, କାରକେଡ୍ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସହ ସ୍ୱତନ୍ତ୍ରସୁବିଧାଥିବାଆମ୍ବୁଲାନ୍ସ୍ ବ୍ୟବସ୍ଥା ରହିବ। ସେହିପରି ଶକ୍ତିବିଭାଗଏବଂଟିପିସିଓଡିଲକୁଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହବ୍ୟବସ୍ଥାସହ ଅତିରିକ୍ତଜେନେରେଟର ବ୍ୟବସ୍ଥାକରିବାକୁନିର୍ଦ୍ଦେଶଦିଆଯାଇଛି।ଏଥି ସହିତ ରାସ୍ତା ମରାମତି, ପରିମଳ ଓ ପରିସ୍କାରପରିଚ୍ଛନ୍ନତା, ନିରବଚ୍ଛିନ୍ନପାନୀୟଜଳଯୋଗାଣବ୍ୟବସ୍ଥା, ସଭାମଞ୍ଚପ୍ରସ୍ତୁତି ଏବଂ ବେରିକେଡିଂ ବ୍ୟବସ୍ଥାସଂପର୍କରେଆଲୋଚନାକରାଯାଇଥିଲା।କାର୍ୟ୍ୟକ୍ରମର ସିଧା ପ୍ରସାରଣ ସୁବିଧା ପାଇଁସୂଚନାଓଲୋକସଂପର୍କବିଭାଗତରଫରୁବୈଦ୍ୟୁତିକଓମୁଦ୍ରଣ ଗଣମାଧ୍ୟମଙ୍କୁସିଙ୍ଗିଲଫିଡ୍ ବ୍ୟବସ୍ଥାସହପ୍ରେସ୍ କୁ ବିବରଣୀ ପ୍ରଦାନକରାଯିବ।ଆବଶ୍ୟକପାସବ୍ୟବସ୍ଥାକରାଯିବାସହ ଜନଗହଳିକୁଦୃଷ୍ଟିରେରଖିକାର୍ୟ୍ୟକ୍ରମସ୍ଥଳରେ ପୁଲିସ୍ କର୍ମଚାରୀଙ୍କ ସମେତ ଅଧିକ ସେଚ୍ଛାସେବୀ ମୁତୟନ ହେବେ।ଅଗ୍ନିଶମ ସେବା ବିଭାଗ ତରଫରୁ ଅଗ୍ନି ନିର୍ବାପକ ପ୍ରସ୍ତୁତି ବ୍ୟବସ୍ଥା ସହ ବିଜୁଳି ଆଘାତରୁ ପ୍ରତିକାରାତ୍ମକ ପଦକ୍ଷେପ ସ୍ୱରୂପ ବଜ୍ରପାତ ପ୍ରତିରୋଧକାରୀ ଲାଇଟେନିଂ ଆରେଷ୍ଟର ବ୍ୟବସ୍ଥା ରହିବ।
ଜନ ଗହଳିକୁ ଦୃଷ୍ଟିରୁ ରଖି ଜନସାଧାରଣ ଯେପରି କାର୍ୟ୍ୟକ୍ରମକୁ ଦେଖିପାରିବେ, ସେଥିପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେଏଲଇଡି ବ୍ୟବସ୍ଥା କରା ଯିବାକୁ ପରାମର୍ଶ ଦିଆ ଯାଇଛି ।ବିଭିନ୍ନ ପ୍ରଶାସନିକ ଅଧିକାରୀ ମାନଙ୍କୁ ଭିନ୍ନ ଭିନ୍ନ କାର୍ୟ୍ୟରେ ଦାୟିତ୍ୱରେ ରହି କାର୍ୟ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା ପାଇଁ ମୁତୟନ କରାଯିବ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂପର୍କିତ ଅଧିକ ସୂଚନା ପାଇଁ ରାଜ୍ୟ ଗୃହବିଭାଗ ( ପ୍ରୋଟୋକଲ ) ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାଯ୍ୟକ୍ଷମ ହେବ।
କାର୍ୟ୍ୟକ୍ରମ ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା, ହିତାଧିକାରୀ ଏବଂ ଜନ ସାଧାରଣ ବସିବା ପାଇଁ ଯଥେଷ୍ଟ ସଂଖ୍ୟକ ଚୌକି ବ୍ୟବସ୍ଥା, ମହିଳା ସମାବେଶ ଦୃଷ୍ଟିରୁ କାର୍ୟ୍ୟକ୍ରମ ସ୍ଥଳ ଏବଂ ରାସ୍ତାର ବିଭିନ୍ନ ସ୍ଥାନରେ ଅଧିକ ମୋବାଇଲ ଶୌଚାଳୟ ଏବଂ ବାୟୋ ଟଏଲେଟ୍ ବ୍ୟବସ୍ଥା କରାଯିବା ନେଇ ବୈଠକରେ ଆଲୋଚନା ପୂର୍ବକ ନିର୍ଦ୍ଦେଶ ଦିଆଯାଇଛି ।
