ଆମେରିକୀୟ ବୈଜ୍ଞାନିକ, ଲେଖକ ତଥା ପୋଷଣ ବିଶେଷଜ୍ଞ ଡକଫର ମାଇକେଲ ଗ୍ରିଗର ଚେତାବନୀ ଦେଇ କହିଛନ୍ତି, ଚିକେନ୍ ଫାର୍ମରୁ ଏମିତି ଏକ ଭାଇରସ ଆସିପାରେ ଯାହା ପୃଥିବୀର ଅର୍ଦ୍ଧେକ ଜନସଂଖ୍ୟା ପୋଛିନେବ । ଏହି ସର୍ବନାଶୀ ଭାଇରସ ଆଗରେ ନୂଆ କରୋନା ଭାଇରସ୍ ବାମନପ୍ରାୟ ମନେହେବ । କରୋନା ଭାଇରସ ବନାଗ୍ନି ପରି ପୃଥିବୀସାରା ବ୍ୟାପି ୩ ଲକ୍ଷ ୬୪ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି । ଏହା ବାଦୁଡ଼ିଠାରୁ ମଣିଷ ଦେହକୁ ଆସିଛି । କିନ୍ତୁ, ଡକଫର ଗ୍ରିଗରଙ୍କ ମତରେ କରୋନା ଭାଇରସଠାରୁ ଶହସ୍ରଗୁଣେ ମାରାତ୍ମକ ଭାଇରସ ବ୍ୟାପିବାକୁ ବାକିଅଛି । ଗ୍ରିଗର ତାଙ୍କ ନୂଆ ବହି ‘ହାଓ ଟୁ ସର୍ଭାଇବ୍ ଏ ପାଣ୍ଡେମିକ୍’ (ମହାମାରୀରୁ ରକ୍ଷା ପାଇବାର ଉପାୟ)ରେ ଲେଖିଛନ୍ତି ମଣିଷ କୁକୁଡ଼ା ଚାଷ କରୁଥିବା ପର୍ଯ୍ୟନ୍ତ କ୍ରମାଗତ ଭୂତାରୁ ଭୟ ଲାଗି ରହିବ ଏବଂ ପରିଶେଷରେ ଆମେ ରହିବା କିମ୍ବା ସେମାନେ (କୁକୁଡ଼ା) ରହିବେ । କେବଳ ଉଦ୍ଭିଦଭିତ୍ତିକ ଖାଦ୍ୟ ମଣିଷ ପାଇଁ ଉପଯୋଗୀ ବୋଲି କହିଛନ୍ତି ଡକଫର ଗ୍ରିଗର । ସେ ତାଙ୍କ ବହିରେ ବିଭିନ୍ନ ମହାମାରୀର କାରଣ ଉଲ୍ଲେଖ କରିଛନ୍ତି । ୧୯୯୭ରେ ହଂକଂରେ ବାର୍ଡ ଫ୍ଲì ଏଚ୍୫ଏନ୍୧ ବ୍ୟାପିବା ବେଳେ ସେଠିକା ସରକାର ୧୩ ଲକ୍ଷ କୁକୁଡ଼ା ମାରିବା ବ୍ୟବସ୍ଥା କରିଥିଲେ । କିନ୍ତୁ ବାର୍ଡ ଫ୍ଲì ଭୂତାଣୁର ଉନ୍ମîଳନ ହୋଇପାରି ନାହିଁ, ପୁଣି ୨୦୦୩ ଓ ୨୦୦୯ରେ ଚୀନ୍ ବାହାରେ ଦେଖାଦେଲା । ଏ ଦୃଷ୍ଟିରୁ କୁକୁଡ଼ା ଚାଷ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଉଚିତ ବୋଲି ଡକଫର ଗ୍ରିଗର ମତ ଦେଇଛନ୍ତି । ସେ କହିଛନ୍ତି ସୀମିତ ସ୍ଥାନରେ ବହୁସଂଖ୍ୟକ କୁକୁଡ଼ା ରହିବା ଦ୍ୱାରା ସେମାନେ ଡେଣା ଭଲରୂପେ ଉଠାଇ ପାରୁନାହାନ୍ତି । ସେମାନଙ୍କ ଲାଳରେ ଉଚ୍ଚମାତ୍ରାରେ ଆମୋନିଆ ରହୁଛି ଯାହା ରୋଗ ସୃଷ୍ଟିର ପ୍ରଧାନ କାରଣ ।