Odisha news

ଛତ୍ରପୁର : ଜିଲ୍ଲାର ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଭିଡ଼ିଓ କନଫରେନ୍ସିଂରେ କଥା

0

ଛତ୍ରପୁର ୧୨/୫ : ସ୍ୱାସ୍ଥ୍ୟ ବିଭାଗର ଏକ ସାତ ଜଣିଆ ଟିମ୍ ଗଂଜାମ ଗସ୍ତରେ ଅଛନ୍ତି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ଙ୍କ ନେତୃତ୍ୱରେ ଡବ୍ଲ୍ୟୁଏଚ୍‌ଓ ପ୍ରତିନିଧି, ଆରସିଏମଆର ଓ ଆରଏମ୍ ଆରସିର ପ୍ରତିନିଧୀ ସାମିଲ ହୋଇ ବିଗତ ତିନି ଦିନ ଧରି ଏହି ଟିମ୍ ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ସ୍ୱାସ୍ଥ୍ୟ ସେବା ସଂପର୍କରେ ସମୀକ୍ଷା କରିବା ସହ କୋଭିଡ୍ କେୟାର ସେଂଟର୍ ସ୍ଥାପନ ସଂପର୍କରେ ଗଂଜାମ ଜିଲ୍ଲାପାଳ ଓ ସିଡିଏମଓଙ୍କ ସହ ଆଲୋଚନା କରିଥିଲେ ।

ମଙ୍ଗଳବାର ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର ଜିଲ୍ଲାର ବିଭିନ୍ନ ହସପିଟାଲ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଡ଼ାକ୍ତରମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି । ବିଶେଷ କରି ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବା ପରେ କାହାର ଦେହ ଅସୁସ୍ଥ ହେଲେ କିପରି ସେମାନଙ୍କୁ ସେବା ଯୋଗାଇ ଦିଆଯିବ ଓ ସେଦିଗରେ କଣ ସବୁ ନିୟମ ପାଳନ କରାଯିବ ସେନେଇ ଆଲୋଚନା ହୋଇଥିବାର ଜଣାପଡ଼ିଛି ।

ଏହାସହ ସଂଗରୋଧ ରୁ ରିପୋର୍ଟ ଖୁବ୍ ଶୀଘ୍ର କିପରି ମିଳିବ । ବ୍ୟାପକ ଭାବେ ପରୀକ୍ଷା ହୋଇପାରିବ । ମାସ୍କ, ହ୍ୟାଣ୍ଡ ଗୋଲ୍‌ବସ ୨୪ଘଣ୍ଟା ପିନ୍ଧିବା ସହ ଓ ନୀୟମିତ ହାତଧୂଆ ସହ ସାନିଟାଇଜର କରିଲେ କୋରାନା ଦୂରେଇ ରହିବା ବୋଲି ଆଲୋଚନା ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏହି ଭିଡ଼ିଓ କନଫରେନ୍ସିଂରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ଉମା ଶଙ୍କର ମିଶ୍ର, ଡିପିଏମ୍ ଶ୍ୟାମ ସୁନ୍ଦର ତ୍ରିପାଠୀ, ଛତ୍ରପୁର ଏସଡିଏମଓ ଡ଼. କାହ୍ନୁଚରଣ ପାତ୍ରଙ୍କ ସମେତ ବହୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply